ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ । ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି କହି କଟାକ୍ଷ କଲେ । ଅଧିକ ପଢନ୍ତୁ

By

Published : Nov 12, 2022, 9:07 AM IST

Updated : Nov 12, 2022, 9:30 AM IST

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ
ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ

କୋଲକାତା:ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ(West Bengal Minister sarcasm on President) । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି(TMC Minister Akhil Giri) ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?(how does your President look?)'' କହି ମହାମହିମଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପଶ୍ଚିମବଙ୍ଗ ମତ୍ସସମ୍ପଦ ମନ୍ତ୍ରୀ ଅଖିଲ ଗିରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିବାଦକୁ ଟାଣିଛନ୍ତି । ମନ୍ତ୍ରୀ କହିଛନ୍ତି, ''ଶୁଭେନ୍ଦୁ କହିଥିଲେ ମୁଁ ଦେଖିବାକୁ ସୁନ୍ଦର ନୁହେଁ । ସେ କେତେ ସୁନ୍ଦର ! ଆମେ ଲୋକଙ୍କୁ ରୂପକୁ ଦେଖି ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?''

ଦେଶର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଟିପ୍ପଣୀକୁ ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ରଦାୟ ଅଟନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କୁ ଅପମାନ କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ମମତା ବାନାର୍ଜୀ ଓ ଟିଏମସି ଆଦିବାସୀ ବିରୋଧି ଅଟନ୍ତି । ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ସମର୍ଥନ କରିନାହାନ୍ତି ଏବଂ ଏବେ ଏଭଳି ନିମ୍ନସ୍ତରର ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେପି କହିଛି ।

ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ଏହି ଘଟଣାକୁ କେନ୍ଦ୍ର କରି ସଂସଦ ଅଚଳ କରିଥିଲା । କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା । ପରେ ଅଧୀର ରଞ୍ଜନ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

Last Updated : Nov 12, 2022, 9:30 AM IST

ABOUT THE AUTHOR

...view details