ଓଡିଶା

odisha

ETV Bharat / bharat

Hooghly Violence: ଟ୍ରେନକୁ ପଥରମାଡ, ରେଳ ସେବା ପ୍ରଭାବିତ - ପଶ୍ଚମ ବଙ୍ଗ ହୁଗୁଳି ହିଂସା

ପଶ୍ଚିମବଙ୍ଗରେ ଲଗାତାର 3 ଦିନ ହେବ ହିଂସା ଜାରି ରହିଛି । ସୋମବାର ହୁଗୁଳି ଜିଲ୍ଲାରେ ରିଶରା ରେଳ ଷ୍ଟେସନରେ ପଥରମାଡ ହୋଇଛି ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

WB Violence Hooghly
WB Violence Hooghly

By

Published : Apr 4, 2023, 1:30 PM IST

କୋଲକାତା:ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଅଶାନ୍ତି ଲାଗି ରହିଛି । ଗତକାଲି (ସୋମବାର) ପଥରମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରିଶରା ରେଳ ଷ୍ଟେସନରେ ସମସ୍ତ ମେଲ ଏକ୍ସପ୍ରେସକୁ ପଥର ମାଡ ହୋଇଛି ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ପୂର୍ବ ରେଲୱେ ମୁଖ୍ୟ ଅଧିକାରୀ କୌଶିକ ମିରୋନ କହିଛନ୍ତି ରିଶରା ରେଲୱେ ଷ୍ଟେସନରେ ପଥରମାଡ ହୋଇଛି । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ହାୱାଡା-ବର୍ଦ୍ଧମାନ ମେନ ରେଲୱେର ସମସ୍ତ ଲୋକାଲ ଏବଂ ମେଲ ଏକ୍ସପ୍ରେସ ଟ୍ରେନ ସେବା ସ୍ଥଗିତ କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ ପଥରମାଡ ହୋଇଥିବା ରିଶରା ପରିଦର୍ଶନ କରିଛନ୍ତି ।

ସୂଚନାଅନୁସାରେ, ଅପ୍ରିତିକର ପରିସ୍ଥିତି ଓ ହିଂସା ଉପରେ ରୋକ ଲଗାଇବାକୁ ସ୍ଥାନୀୟ ପୋଲିସ ଏବଂ ଆରଏଏଫ ମୁତୟନ କରାଯାଇଛି । ରବିବାର ହୁଗୁଳିରେ ଭାରତୀୟ ଜନତା ପାର୍ଟିର ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ଗୋଟିଏ ଦିନପରେ ପଥରମାଡ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସରକାର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ହାୱାଡା- ବର୍ଦ୍ଧମାନ ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଷ୍ଟେସନ ବାହାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ ପଥରମାଡ ହୋଇଥିବା ରିଶରା ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରି ରାଜ୍ୟପାଳ କହିଛନ୍ତି,'' ହିଂସାରେ ଜଡିତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ବୃତ୍ତଙ୍କୁ ଆଇନକୁ ହାତକୁ ନେବାକୁ ଦିଆଯିବ ନାହିଁ । କିଛି ଦିନ ଦେବ ଏହି ହିଂସାକୁ ନେଇ ବେଙ୍ଗଲ ସମସ୍ୟାରେ ରହିଛି ଏହା ଶୀଘ୍ର ସମାପ୍ତ ହେବ ।''

ଏହା ବି ପଢନ୍ତୁ...ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

ଏହା ବି ପଢନ୍ତୁ...NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମ୍ରାଜ୍ୟ ଅଧ୍ୟାୟ

ରାମନବମୀ ପାଳନକୁ ନେଇ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ରବିବାର ରାତିରେ ହିଂସା ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିକ୍ଷୋଭକାରୀଙ୍କୁ ହଟାଇବା ଲାଗି ପୋଲି ଫ୍ଲାଗମାର୍ଚ୍ଚ କରିଛି । ଏହାଛଡା ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଆସନ୍ତା 6 ତାରିଖରେ ହନୁମାନ ଜୟନ୍ତୀ ପଡୁଥିବାରୁ ପୁଣି କୌଣସି ହିଂସା ନ ଘଟୁ ସେ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ହିଂସାକୁ ଟିଏମସି ଓ ବିଜେପି ମଧ୍ୟରେ କଥା କଟାକଟି ଜାରି ରହିଛି ।

ଏହାପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୱାଡାରେ ରାମ ନବମୀ ସମାରୋହରେ ସଂଘର୍ଷ ହୋଇଥିଲା । ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଶୋଭାଯାତ୍ରା ସମୟରେ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ABOUT THE AUTHOR

...view details