ନୂଆଦିଲ୍ଲୀ: କୋରୋନା ଭାଇରସ ଟୀକାକରଣର ଗୋଟିଏ ନୀତି ଲାଗୁ କରିବା ନେଇ ସୁପ୍ରିମ କୋର୍ଟର ଦ୍ବାରସ୍ତ ହୋଇଛନ୍ତି ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାର । ସୁପ୍ରିମକୋର୍ଟ ପହଞ୍ଚିଥିବା ପଶ୍ଚିମବଙ୍ଗ ସରକାର ଦାବି କରିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଭ୍ୟାକ୍ସିନର ଭିନ୍ନ ଭିନ୍ନ ମୂଲ୍ୟ ବ୍ୟବସ୍ଥାକୁ ସମାପ୍ତ କରାଯାଉ ।
କେନ୍ଦ୍ରର କୋଭିଡ ଟୀକାକରଣ ନୀତି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମମତା ସରକାର - କୋଭିଡ ଟୀକାକରଣ ନୀତି
ଟୀକାକରଣର ଗୋଟିଏ ନୀତି ଲାଗୁ କରିବା ନେଇ ସୁପ୍ରିମ କୋର୍ଟର ଦ୍ବାରସ୍ତ ହୋଇଛନ୍ତି ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାର । ଅଧିକ ପଢନ୍ତୁ...
![କେନ୍ଦ୍ରର କୋଭିଡ ଟୀକାକରଣ ନୀତି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମମତା ସରକାର କେନ୍ଦ୍ରର କୋଭିଡ ଟୀକାକରଣ ନୀତି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମମତା ସରକାର](https://etvbharatimages.akamaized.net/etvbharat/prod-images/768-512-11678919-thumbnail-3x2-aa.jpg)
ଗୋଟିଏ ଦାମ୍ରେ ଟିକାକୁ ରାଜ୍ୟଗୁଡିକୁ ମାଗଣାରେ ଯୋଗାଇ ଦିଆଯିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର । ଅନେକ ରାଜ୍ୟ କୋରୋନା ଟିକା ମୂଲ୍ୟ ଉପରେ ଆପତ୍ତି ଉଠାଇଛନ୍ତି । ଦେଶରେ କୋରୋନା ମାମଲା ବୃଦ୍ଧି ମଧ୍ୟରେ, ମେ 1ରୁ କେନ୍ଦ୍ର ସରକାର 18 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କଙ୍କ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସରକାର ରାଜ୍ୟଗୁଡିକୁ କୋଭିସିଲ୍ଡ ଟିକା ଏବଂ କୋଭିକିନ ଯୋଗାଉଥିଲେ ।
ତୃତୀୟ ପର୍ଯ୍ୟାୟ ଟୀକାକରଣ ଘୋଷଣା ପରେ ଋଷର ସ୍ପୁଟନିକ ଭି ଟିକା ମଧ୍ୟ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି । ତେବେ ଋଷର ଟିକା ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।