ଓଡିଶା

odisha

ETV Bharat / bharat

ସାଂସଦ-ରାଜ୍ୟପାଳ ସାମ୍ନାସାମ୍ନି, ମହୁଆ ମୋଇତ୍ରଙ୍କୁ ଧନଖରଙ୍କ ଜବାବ - ମୋହୁଆ ମୋଇତ୍ର

ଓଏସଡି ପଦକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ସାଂସଦଙ୍କୁ ଜବାବ ଦେଇଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ...

ସାଂସଦ-ରାଜ୍ୟପାଳ ସାମ୍ନାସାମ୍ନି, ମହୁଆ ମୋଇତ୍ରଙ୍କୁ ଧନଖରଙ୍କ ଜବାବ
ସାଂସଦ-ରାଜ୍ୟପାଳ ସାମ୍ନାସାମ୍ନି, ମହୁଆ ମୋଇତ୍ରଙ୍କୁ ଧନଖରଙ୍କ ଜବାବ

By

Published : Jun 7, 2021, 12:41 PM IST

କୋଲକାତା: ପଶ୍ଚିମବଙ୍ଗରେ ଓଏସଡି ପଦକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ସାଂସଦ ପଦର ଗରିମା ଭୁଲି ମୋହୁଆ ମୋଇତ୍ର ରାଜ୍ୟପାଳଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଅଙ୍କଲ ଜୀ ନିଜ ପୁରା ଗାଁ ଓ ସମ୍ପର୍କୀୟଙ୍କୁ ରାଜଭବନ ନେଇଆସିଛନ୍ତି ।

ମହୁଆ ମୋଇତ୍ରଙ୍କ ଏହି ଦାବି ଉପରେ ଜବାବ ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର । ରାଜ୍ୟପାଳ କହିଛନ୍ତି, ଓଏସଡି ପଦରେ କେହିବି ମୋ ନିକଟତର ସମ୍ପର୍କୀୟ ନାହାଁନ୍ତି । ସମସ୍ତେ ଭିନ୍ନ ଭିନ୍ନ ଜାତିର ।

ରାଜ୍ୟପାଲ ଧନକର ଟ୍ବିଟ କରି କହିଛନ୍ତି, ମୋହୁଆ ମୋଇତ୍ର ମିଡିଆରେ ଦାବି କରିଛନ୍ତି ଯେ ରାଜଭବନରେ ବ୍ୟକ୍ତିଗତ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କୀୟଙ୍କୁ ନିଯୁକ୍ତ କରାଯାଇଛି ଯାହା ସମ୍ପୂର୍ଣ୍ଣ ଭୁଲ । ରାଜ୍ୟପାଳ କହିଛନ୍ତି ଓଏସଡି 3 ରାଜ୍ୟରୁ ଅଛନ୍ତି । ସମସ୍ତ 4 ଭିନ୍ନ ଭିନ୍ନ ଜାତି ସହ ସମ୍ବନ୍ଧ ରଖନ୍ତି । ଏମାନଙ୍କ ମଧ୍ୟରୁ କେହି ବି ପରିବାର କିମ୍ବା ନିକଟତର ସମ୍ପର୍କୀୟ ନୁହନ୍ତି । 4 ଜଣ ନା ତାଙ୍କ ଜାତିର ନା ରାଜ୍ୟର ବୋଲି କହିଛନ୍ତି ରାଜ୍ୟପାଳ ।

ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଅଙ୍କଲ ଜୀ କହି ଦାବି କରିଥିଲେ ଯେ ତାଙ୍କ ପରିବାରର ସଦସ୍ୟ ଓ ଅନ୍ୟ ପରିଚିତଙ୍କୁ ରାଜଭବନରେ ସ୍ବତନ୍ତ୍ର ଅଧିକାରୀ(ଓଏସଡି) ନିଯୁକ୍ତ କରାଯାଇଛି ।

ABOUT THE AUTHOR

...view details