ଓଡିଶା

odisha

ETV Bharat / bharat

ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ - ବଭାନୀପୁର ଆସନ

ପଶ୍ଚିମବଙ୍ଗରେ ବାକିଥିବା 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ
ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ

By

Published : Jul 3, 2021, 10:36 AM IST

କୋଲକାତା:ପଶ୍ଚିମବଙ୍ଗ ସରକାର ବାକି ଥିବା ସିଟରେ ତୁରନ୍ତ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି । କୋଭିଡ-19ର ସମସ୍ତ କଟକଣାକୁ ପାଳନ କରାଯାଇ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଯେଉଁ 7ଟି ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ବାକି ରହିଛି ସେଥି ମଧ୍ୟରୁ ଭବାନୀପୁର ବିଧାନସଭା ମଣ୍ଡଳୀ ଅଛି । ନନ୍ଦୀଗ୍ରାମରୁ ପରାଜୟ ସ୍ବୀକାର କରିଥିବା ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ତୃଣମୂଳ କଂଗ୍ରେସର ସୌଭେନଦେବ ଚଟ୍ଟୋପାଦ୍ଧାୟ ଏଥର ଭବାନୀପୁର ଆସନରୁ ଲଢିବେ ନାହିଁ, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଏହି ଆସନ ଖାଲି ରଖିଛନ୍ତି ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଖାଲିଥିବା 2 ରାଜ୍ୟସଭା ଆସନ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ କି ବୋଲି ନିର୍ବାଚନ କମିଶନ ପ୍ରଶ୍ନ କରିଥିଲେ । ଏହାର ଜବାବରେ ରାଜ୍ୟ ସରକାର ରାଜ୍ୟସଭା ପାଇଁ ବାକିଥିବା 2 ସିଟର ଉପନିର୍ବାଚନ ମଧ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଏଥିସହ ବାକି ଥିବା 7 ଆସନର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details