କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିର ପାରଦ ଯେତେ ବଢୁଛି, ନେତାଙ୍କ ବୟାନ ବାଜି ମଧ୍ୟ ସେତେ ତୀବ୍ରତର ହେବାକୁ ଲାଗିଛି । ପଶ୍ଚିମବଙ୍ଗରେ ବିଜେପିର ଜୟ ଶ୍ରୀରାମ ନାରାର ଜବାବ ନାରାରେ ହିଁ ଦେଇଛ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
'ଜୟ ଶ୍ରୀରାମ' ଦିଦିଙ୍କ ନାରା, 'ହରେ କୃଷ୍ଣ ହରେ ରାମ ବିଦା ହୁଅ ବିଜେପି-ବାମ' ପଶ୍ଚିମବଙ୍ଗର ହୁବଲୀରେ ଏକ ରାଲି ସମୟରେ ମମତା ବାନାର୍ଜୀ ହରେ 'କୃଷ୍ଣ ହରେ ରାମ ବିଦା ହୁଅ ବିଜେପି-ବାମ'ର ନାରା ଦେଇଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଯେତେବେଳେ ଅଭିଭାଷଣ ଦେବାକୁ ଆସିଲେ, ସେତେବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ ଜୟ ଶ୍ରୀରାମ ନାରା ଦେବାକୁ ଲାଗିଲେ । ଏନେଇ ମମତା ନାରାଜ ହୋଇ କାର୍ଯ୍ୟକ୍ରମ ଅଧାରୁ ଭାଷଣ ଦେବାକୁ ମନା କରିଦେଇଥିଲେ ।
ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ଆପଣ ଘରକୁ ନିମନ୍ତ୍ରଣ କରନ୍ତି, ତେବେ ଆପଣ ମୋତେ ଅପମାନିତ କରିବେ କି? ଯଦି ନେତାଜୀଙ୍କ କାର୍ଯ୍ୟକ୍ରମକୁ ଯାଇଥିଲି । ଯଦି କିଛି ଲୋକ ମୋତେ ବିଶୃଙ୍ଖଳାର ବନ୍ଧୁକ ଦେଖାନ୍ତି ତେବେ ମୁଁ ମଧ୍ୟ ବନ୍ଧୁକ ଦେଖାଇବି । ଯଦି ନେତାଜୀଙ୍କ ସ୍ଳୋଗାନ ଦେଇଥାନ୍ତେ, ତେବେ ଏହା ଏକ ଭିନ୍ନ କଥା ଥିଲା। ଏହାପୂର୍ବରୁ ମଧ୍ୟ ମହାପୁରୁଷଙ୍କୁ ନେଇ ଅନେକ ଭୁଲ କରାଯାଇଛି | ସିପିଏମ୍, କଂଗ୍ରେସ ଏବଂ ବିଜେପି ଯଥାକ୍ରମେ ଜଗାଇ, ମାଧାଇ ଏବଂ ଗଡଦାଇ ଆଦି ତିନି ଭାଇ ବୋଲି କହିଛନ୍ତି ମମତା ।
ଟିଏମସି ଛାଡି ବିଜେପିରେ ଯୋଗଦେଉଥିବା ନେତାମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି ହେଉଛି ଏକ ୱାଶିଂ ମେସିନ। ସମ୍ମାନିତ ଲୋକଙ୍କୁ ଆମେ ଆମ ଦଳକୁ ନେବୁ, ଟିଏମସିରେ ଚୋରମାନଙ୍କୁ ନେବୁ ନାହିଁ । ମୁଁ ଅନ୍ୟ ଦଳର ସମ୍ମାନିତ ଲୋକଙ୍କୁ କହିବି ଯେ ଟ୍ରେନ ଛାଡିବ, ଶୀଘ୍ର ଯାଅ । ଆପଣମାନେ ଟିଏମସି ଟିକେଟ ପାଇ ନାହାଁନ୍ତି, ସେଥିପାଇଁ ଆପଣ ବିଜେପି ଯାଉଛନ୍ତି ବୋଲି କହିଛନ୍ତି ମମତା ।