କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ରାଜ୍ୟର 8ଟି ପର୍ଯ୍ୟାୟରେ ହେବ ମତଦାନ । ଅନ୍ୟ 4 ରାଜ୍ୟ ସହ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ମଧ୍ୟ ମଇ 2ରେ ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 1 ଲକ୍ଷ 1 ହଜାର 916 ମତଦାନ କେନ୍ଦ୍ର ଗଠନ କରାଯିବ ।
ପଶ୍ଚିମବଙ୍ଗରେ 27 ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେହିପରି 1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ, 6 ଏପ୍ରିଲରେ ତୃତୀୟ ପର୍ଯ୍ୟାୟ, 10 ଏପ୍ରିଲରେ ଚତୁର୍ଥ ପର୍ଯ୍ୟାୟ, 17 ଏପ୍ରିଲରେ ପଞ୍ଚମ ପର୍ଯ୍ୟାୟ, 22 ଏପ୍ରିଲରେ ଷଷ୍ଠ ପର୍ଯ୍ୟାୟ, 26 ଏପ୍ରିଲରେ ସପ୍ତମ ପର୍ଯ୍ୟାୟ ଓ 29 ଏପ୍ରିଲରେ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ ।