ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରେ ଇଡି ରେଡ୍, ଯାଞ୍ଚ ଅଧିକାରୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ - ED Raid in West Bengal

ED Raid in West Bengal: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ । ଟିଏମସି ନେତାଙ୍କ ଘରେ ଚଢ଼ାଉ ବେଳେ, ଇଡି ଅଧିକାରୀଙ୍କୁ ଆକ୍ରମଣ । ଅଧିକ ପଢ଼ନ୍ତୁ,

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରେ ଇଡି ରେଡ୍
ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରେ ଇଡି ରେଡ୍

By ETV Bharat Odisha Team

Published : Jan 5, 2024, 11:42 AM IST

Updated : Jan 5, 2024, 12:40 PM IST

କୋଲକାତା:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ବେଳେ ଅପ୍ରିତିକର ପରିସ୍ଥିତି । ଚଢ଼ାଉ କରୁଥିବା ଇଡି କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ ବେଳେ, ଇଡି ଅଧିକାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ରାସନ ଘୋଟାଲା ମାମଲାରେ ଆଜି ଇଡି ଟିମ୍, ଟିଏମସି ନେତା ଶାହଜାହନ ଶେଖଙ୍କ ସନ୍ଦେଶଖାଲି ବାସଭବନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି । ଏପରିକି ସେମାନଙ୍କ କାର୍ ଉପରେ ଆକ୍ରମଣ କରାଯାଇଥିବା ବେଳେ, କିଛି ଗଣମାଧ୍ଯମ ପ୍ରତିନିଧିଙ୍କ କ୍ୟାମେରା ଟିମ୍ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗରରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଟିଏମସି ନେତା କୁନାଲ ଘୋଷ । ସେ କହିଛନ୍ତି, ସାଣ୍ଡେଶଖାଲିରେ ଯାହା ଘଟିଥିଲା ​​ତାହା, ଆକ୍ରୋ ଉତ୍ତେଜନାମୂଳକର ପ୍ରଭାବ। ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଏଜେନ୍ସି ରେଡ୍ କରୁଛି । ଟିଏମସି ନେତା ଏବଂ କର୍ମକର୍ତ୍ତାଙ୍କୁ ହଇରାଣ କରିବା, ନକାରାତ୍ମକ ବିବୃତ୍ତି ପ୍ରଚାର କରିବା ଏବଂ ଲୋକଙ୍କୁ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ, ଟିଏମସି ବିରୋଧରେ ଇଡିକୁ ବ୍ୟବହାର କରାଯାଉଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାହିଁକି କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଟିଏମସି ନେତା ।

ପଶ୍ଚିମବଙ୍ଗରେ ରାସନ ଦୁର୍ନୀତି ମାମଲାରେ ପୂର୍ବରୁ ରାଜ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଗିରଫ କରି ସାରିଛି ଇଡି । ଏହି ମାମଲାରେ ଟିଏମସିର ଅନ୍ୟ କିଛି ନେତାଙ୍କ ସଂପୃକ୍ତି ଥିବା ସୁରାକ ମିଳିବା ପରେ ଇଡି ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

ପୂର୍ବରୁ ଝାଡଖଣ୍ଡ ଏବଂ ରାଜସ୍ଥାନର ଏକାଧିକ ସ୍ଥାନରେ ଇଡି ଚଢାଉ କରିଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର କୁହାଯାଉଥିବା ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ଶ୍ରୀବାସ୍ତବ ( ପିଣ୍ଟୁ)ଙ୍କ ଝାଡଖଣ୍ଡ ସ୍ଥିତ ବାସଗୃହ ସମେତ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଅଚାନକ ଚଢାଉ କରାଯାଇ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ସେହିପରି ସାହେବଗଞ୍ଜର ଡିସି ରାମନିବାସ ଯାଦବଙ୍କର ସାହିବଗଞ୍ଜ ଓ ରାଜସ୍ଥାନ ସ୍ଥିତ ବାସଗୃହରେ ଚଢାଉ କରାଯାଇଥିଲା । ଦେବଘରରେ ପୂର୍ବତନ ବିଧାୟକ ପପ୍ପୁ ଯାଦବଙ୍କ ଘରେ, ହଜାରିବାଗ ସ୍ଥିତ ଡିଏସପି ରାଜେନ୍ଦ୍ର ଦୁବେଙ୍କ ବାସଭବନ, ଅଭୟ ସରାବଗୀଙ୍କ କୋଲକାତା ସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ଏବଂ ଜେଲ ହାବିଲଦାର ଅବଧେଶ କୁମାରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2024, 12:40 PM IST

ABOUT THE AUTHOR

...view details