ଓଡିଶା

odisha

ETV Bharat / bharat

ମୋଦିଙ୍କୁ ଭେଟିଲେ ମମତା, ବୁଧବାର ସୋନିଆଙ୍କ ସହ ସାକ୍ଷାତ ! - ମମତା ବାନାର୍ଜୀ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ ଆଲୋଚନା କରିବେ ମମତା । ଅଧିକ ପଢନ୍ତୁ...

ମୋଦିଙ୍କୁ ଭେଟିଲେ ମମତା, ବୁଧବାର ସୋନିଆଙ୍କୁ ସାକ୍ଷାତ ସମ୍ଭାବନା
ମୋଦିଙ୍କୁ ଭେଟିଲେ ମମତା, ବୁଧବାର ସୋନିଆଙ୍କୁ ସାକ୍ଷାତ ସମ୍ଭାବନା

By

Published : Jul 27, 2021, 5:30 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଙ୍ଗ ଭାର ସମ୍ଭାଳିବା ପରେ ଦିଲ୍ଲୀରେ ପିଏମ ମୋଦିଙ୍କ ସହ ମମତାଙ୍କ ଏହା ପ୍ରଥମ ବୈଠକ । ଏପଟେ ମୋଦିଙ୍କୁ ଭେଟିବା ପରେ ମମତା କହିଛନ୍ତି, ପେଗାସସ ଗୁଇନ୍ଦାଗିରି ଘଟଣାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଜରୁରୀ ହୋଇପଡିଛି ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି ସିଏମ ମମତା ବାନାର୍ଜୀ । ଜାତୀୟ ରାଜନୀତିର ମୈଦାନରେ ଓହ୍ଲାଇବାକୁ ମମତା ପ୍ରସ୍ତୁତି କରୁଥିବା କୁହାଯାଉଛି ।

କମଲନାଥଙ୍କୁ ଭେଟିଛନ୍ତି ମମତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ କଂଗ୍ରେସ ନେତାଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଟିଏମସି ମୁଖିଆଙ୍କୁ ଭେଟିଛନ୍ତି । ଏହାସହିତ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ମମତା ।

ସୋନିଆଙ୍କୁ ଭେଟିବାର ସମ୍ଭାବନା

2024 ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଜାତୀୟସ୍ତରରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ ଆଲୋଚନା କରିବେ ମମତା । ଆସନ୍ତାକାଲି ଅର୍ଥାତ ବୁଧବାର ସକାଳେ ମମତା ସୋନିଆ ଗାନ୍ଧୀଙ୍କୁ ଭେଟିବେ।

ରାଷ୍ଟ୍ରପତିଙ୍କୁ କରିବେ ସାକ୍ଷାତ !

ଟିଏମସି ସୂତ୍ର ଅନୁଯାୟୀ ମମତା ବାନାର୍ଜୀ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନ ସମୟରେ ଦିଲ୍ଲୀରେ ପହଞ୍ଚିଥିବା ମମତା ବାନାର୍ଜୀ ଅନ୍ୟ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପାୱାରଙ୍କୁ ଭେଟିବେ ଦିଦି

କେବଳ ଏତିକି ନୁହେଁ ମଙ୍ଗଳବାର ମମତା ବାନାର୍ଜୀ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ। ବୁଧବାକ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟ ଭେଟି ପାରନ୍ତି ଦିଦି ।

ABOUT THE AUTHOR

...view details