କୋଲକାତା: ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦ ସେପ୍ଟେମ୍ବରରେ ଭବାନୀପୁରର ଉପନିର୍ବାଚନ ପାଇଁ ହେବ ମତଦାନ । ଏହି ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ପ୍ରିୟଙ୍କା ଟିବରିୱାଲ ।
ଭବାନୀପୁରରୁ ନାମାଙ୍କନ ଭରିଲେ ଦିଦି; ସମର୍ଥକ କହିଲେ ‘ଖେଲା ହବେ’ - CM Mamata Banerjee
ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ନାମାଙ୍କନପତ୍ର ଦାଖଲ ପରେ 'ଖେଲା ହବେ'ର ନାରା ଦେଇଛନ୍ତି ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ...

ମମତାଙ୍କ ନାମାଙ୍କନପତ୍ର ଦାଖଲ ପରେ 'ଖେଲା ହବେ'ର ନାରା ଦେଇଛନ୍ତି ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତା । ଏହି ଖେଲା ହବେ ନାରା ସହାୟତାରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଥିଲା ଟିଏମସି । ପଶ୍ଚିମବଙ୍ଗରେ ଏପ୍ରିଲ ଓ ମେ ମାସରେ ହୋଇଥିଲା ବିଧାନସଭା ନିର୍ବାଚନ । ଏଥିରେ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମ ସିଟ୍ରୁ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ନନ୍ଦିଗ୍ରାମରୁ ଦିଦିଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ନନ୍ଦିଗ୍ରାମରେ ମମତାଙ୍କ ପରାଜୟ ପରେ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ତଥା ଭବାନୀପୁରରୁ ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜ ଆସନ ଛାଡିଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ମମତାଙ୍କୁ ଉପନିର୍ବାଚନରେ ବିଜୟ ହାସଲ କରିବାକୁ ପଡିବ । ଭବାନୀପୁର ଆସନରୁ ୨୦୧୧ ଓ ୨୦୧୬ରେ ବିଜୟ ହାସଲ କରିଥିଲେ ଦିଦି ।