କୋଲକାତା:ଖରାପ ପାଗ ଯୋଗୁ ଜରୁରୀ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟକର । ସିଲିଗୁଡି ନିକଟବର୍ତ୍ତୀ ସେବୋକ ଏୟାରବେସରେ ହେଲିକପ୍ଟରଟି ଜରୁରୀ ଅବତଚରଣ କରିଛି । ଜଲପାଇଗୁଡିରେ ମମତା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ବାଗଡୋଗରା ଅଭିମୁଖେ ହେଲିକପ୍ଟରରେ ଯାତ୍ରା କରିଥିଲେ । ବୈକୁଣ୍ଠପୁର ଜଙ୍ଗଲି କ୍ଷେତ୍ର ଉପରେ ଉଡୁଥିବା ବେଳେ ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା କାରଣରୁ ହେଲିକପ୍ଟରରୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେବୋକ ସ୍ଥିତ ଭାରତୀୟ ସେନାର ଏୟାରବେସରେ ହେଲିକପ୍ଟରଟି ସୁରକ୍ଷିତ ଅବତରଣ କରିଛି । ପ୍ରବଳ ବର୍ଷା ଓ ଲୋ ଭିଜିବିଲିଟି ମଧ୍ୟରେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛନ୍ତି । ପରେ ମମତା ଆର୍ମି କ୍ୟାମ୍ପରେ କିଛି ସମୟ ଅତିବାହିତ କରିଥିଲେ ।
ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀ ଏୟାରବେସରେ ପହଞ୍ଚି ମମତାଙ୍କ ସହ ଆଲୋଚନା କରିଛନ୍ତି । ମମତା ସେଠାରୁ ସଡକ ପଥରେ ଗନ୍ତବ୍ୟସ୍ଥଳ ବାଗଡୋଗରା ଏୟାରବେସରେ ପହଞ୍ଚିବେ । ସେଠାରୁ ସେ ହେଲିକପ୍ଚର ଯୋଗେ ରାଜଧାନୀ କୋଲକାତା ଫେରିଯିବା ନେଇ ସୂଚନା ମିଳିଛି । ପଶ୍ଚିମବଙ୍ଗରେ ଏବେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ନିର୍ବାଚନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ଉତ୍ତର ବଙ୍ଗ ଗସ୍ତ କରିଥିଲେ । ଆଜି ତାଙ୍କର ଏକାଧିକ କାର୍ଯ୍ୟକ୍ରମ ଥିଲା ।