କୋଲକାତା: ଦୀର୍ଘ କିଛି ମାସ ହେବ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦ ନିର୍ବାଚନ ପରେ ମଧ୍ୟ ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଲାଣି । କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ଆସିବେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ରିଲିଭ ଦେଇନାହାଁନ୍ତି ପଶ୍ଚିବଙ୍ଗ ସରକାର ।
କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ଯିବେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ - ALAPAN BANDYOPADHYAY
କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ଆସିବେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ରିଲିଭ ଦେଇନାହାଁନ୍ତି ପଶ୍ଚିମବଙ୍ଗ ସରକାର । ଅଧିକ ପଢନ୍ତୁ...
କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ଯିବେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ
ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟଙ୍କୁ ତତ୍କାଳ ବଦଳି କରିଥିଲେ କେନ୍ଦ୍ର ସରକାର । 31 ମେ ଦିନ 10ଟାସୁଦ୍ଧା ଭାରତ ସରକାରଙ୍କ ଡିଓପିଟିରେ ରିପୋର୍ଟ କରିବାକୁ ବନ୍ଦୋପାଧ୍ୟାୟଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ ବନ୍ଧୋପାଧ୍ୟାୟଙ୍କ ପରବର୍ତ୍ତୀ ପୋଷ୍ଟିଙ୍ଗ୍ କେଉଁଠି ହେବ ତାହା ସ୍ଥିର କରାଯାଇନାହିଁ ।
ମୁଖ୍ୟ ଶାସନ ସଚିବଙ୍କ ବଦଳି ବିଷୟରେ ରହିଛି ବଡ କାରଣ । ଆଲାପାନ୍ ବନ୍ଦୋପାଧ୍ୟାୟ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ପହଞ୍ଚି କିଛି ସମୟ ରହିବା ପରେ ଚାଲି ଯାଇଥିଲେ । ଯାହା ସେବା ନିୟମ ବିରୁଦ୍ଧ ଅଟେ ।