ଓଡିଶା

odisha

ETV Bharat / bharat

ଦିଲ୍ଲୀ ଯିବେ ମମତା, ତେଜିଲା ତୃତୀୟ ମୋର୍ଚ୍ଚା ଚର୍ଚ୍ଚା - ମମତାଙ୍କ ଦିଲ୍ଲୀଗସ୍ତ

ଜୁଲାଇ 25 ତାରିଖରେ ଦିଲ୍ଲୀ ଗସ୍ତ କରି ପାରନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୌସୁମୀ ଅଧିବେଶନ ସମୟରେ ଦିଦି ଏହି ଗସ୍ତ କରିବେ । ଅଧିକ ପଢ଼ନ୍ତୁ...

ମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜୋର ଧରିଲା ତୃତୀୟ ମୋର୍ଚ୍ଚା ଚର୍ଚ୍ଚା
ମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜୋର ଧରିଲା ତୃତୀୟ ମୋର୍ଚ୍ଚା ଚର୍ଚ୍ଚା

By

Published : Jul 15, 2021, 9:16 PM IST

ନୂଆଦିଲ୍ଲୀ: ଜୁଲାଇ 25 ତାରିଖରେ ଦିଲ୍ଲୀ ଗସ୍ତ କରି ପାରନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୌସୁମୀ ଅଧିବେଶନ ସମୟରେ ମମତା ଦିଦି ଏହି ଗସ୍ତ କରିବେ । ପ୍ରତ୍ୟେକ ନିର୍ବାଚନ ପରେ ସେ ଦିଲ୍ଲୀରେ ଥିବା ବନ୍ଧୁଙ୍କ ସହ ଭେଟ କରିବାକୁ କରିବାକୁ ଦିଲ୍ଲୀ ଗସ୍ତ କରନ୍ତି ବୋଲି କହିଛନ୍ତି ମମତା ।

ପଶ୍ଚିମ ବଙ୍ଗ ବିଧାନସଭା ନର୍ବାଚନ ପରେ ଏହା ମମତା ବାନାର୍ଜିଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ହେବ । ପଶ୍ଚିମ ବଙ୍ଗ ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଏହାପରେ ପଶ୍ଚିମବଙ୍ଗରେ ନିର୍ବାଚନ ପରର ହିଂସା ଦୁହିଁଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ତେବେ ସମୟ ମିଳିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି ମମତା ବାନାର୍ଜି ।

ବିଜେପି ବିପକ୍ଷରେ ବିରୋଧାଭାଶ

ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ବର୍ତ୍ତମାନ ନାନା ରାଜନୈତିକ ଆକଳନ କରାଯାଉଛି । 2024 ଲୋକସଭା ନିର୍ବାଚନ ପାଇଁ ଦିଦି ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଓ ଅନ୍ୟ ବିପକ୍ଷ ଦଳ ସଭାପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗରେ ନାନା ଚେଷ୍ଟା ସତ୍ତ୍ବେ ବିଜେପି ବହୁମତ ହାସଲ କରିବାରେ ବିଫଳ ରହିଥିଲା । ଏଥିପାଇଁ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରମୁଖ ଭୁମିକା ରହିଥିଲା। ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ସହ ଶରଦ ପାୱାର ଓ ରାହୁଲ ଗାନ୍ଧୀ ଭେଟିଥିଲେ । ଏହାରି ଭିତରେ ମମତା ଦିଦିଙ୍କ ଦିଲ୍ଲୀ ଗସ୍ତ ମୋଦିଙ୍କ ବିରୋଧର ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ଆକଳନ କରାଯାଉଛି । ତେବେ ମମତା ବାନାର୍ଜିଙ୍କ ଦିଲ୍ଲୀ ଗସ୍ତ ପରେ ହିଁ ଏହି ସବୁ ଆକଳନର ଅନ୍ତ ଘଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details