ଓଡିଶା

odisha

ETV Bharat / bharat

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ମମତା ବାନାର୍ଜୀ - ଅଯୋଧ୍ୟାରେ ଉତ୍ସବ

W.Bengal CM Mamata Banerjee not to attend Ram Mandir ceremony : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ସାମିଲ ହେବେନି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ମମତା ବାନାର୍ଜୀ
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ମମତା ବାନାର୍ଜୀ

By ETV Bharat Odisha Team

Published : Dec 27, 2023, 5:07 PM IST

କୋଲକାତା: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏ ନେଇ ଦେଶ ଓ ବିଦେଶରେ ଅନେକ ବିଶିଷ୍ଟ ବ୍ୟକ୍ତି, ଧର୍ମଗୁରୁ ଆଦିଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମିଳିଛି ନିମନ୍ତ୍ରଣ । ଅଯୋଧ୍ୟାରେ ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାମ ମନ୍ଦିରର ଉଦଘାଟନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ତେବେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଏହି ଭବ୍ୟ ଉଦଘାଟନ ଉତ୍ସବରେ ଯୋଗ ଦେବାର ସମ୍ଭାବନା ନାହିଁ । ତୃଣମୂଳ କଂଗ୍ରେସ ପାର୍ଟି ସୂତ୍ରରୁ ପ୍ରକାଶ ଯେ ମମତା ବାନାର୍ଜୀ ଏହି ସମାରୋହରେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ତାଙ୍କର ନ ଆସିବାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟ ପକ୍ଷରେ ପାର୍ଟିର କୌଣସି ବି ନେତା ଏହି ଘଟଣାରେ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି । ପାର୍ଟିର ଜଣେ ନେତା ଆଜି କହିଛନ୍ତି ଯେ, ମମତା ବାନାର୍ଜୀ ଅଯୋଧ୍ୟାରେ ହେଉଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ ଏଥିରେ ପ୍ରତିନିଧିତ୍ବ କରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ ...ବୃନ୍ଦା କରାତଙ୍କୁ ମୀନାକ୍ଷୀ ଲେଖୀଙ୍କ ଜବାବ "ରାମ ଯାହାକୁ ଡାକିଛନ୍ତି, ସେମାନେ ହିଁ ପହଞ୍ଚିବେ"

ସିପିଆଇ(ଏମ) ମଧ୍ୟ ଉକ୍ତ ସମାରୋହରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛି । ସିପିଆଇଏମ ପଲିଟି ବ୍ୟୁରୋ ସଦସ୍ୟ ତଥା ବରିଷ୍ଠ ବାମପନ୍ଥୀ ନେତ୍ରୀ ବୃନ୍ଦା କରାତ୍ କହିଛନ୍ତି ଯେ ରାଜନୀତି ଏବଂ ଧର୍ମକୁ ଅଲଗା କରାଯିବା ଆବଶ୍ୟକ ଏବଂ ସେମାନଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତା ରହିବା ଦରକାର । ଏହି ଦୁହିଁକୁ ଏକାଠି କରିବା ଦ୍ବାରା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ର ଏଜେଣ୍ଡା ହିଁ ଆଗକୁ ବଢିବ । ଯେବେ ଧର୍ମକୁ ଏକ ରାଜନୈତିକ ଅସ୍ତ୍ର ରୂପେ କିମ୍ବା କୌଣସି ବିଚାର ବା ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ଏକ ଉପକରଣ ଭାବେ ବ୍ୟବହାର କରାଯାଏ, ତେବେ ଏହା ଦ୍ବାରା ନିଜର ସମ୍ମାନ ହରାଇଥାଏ ।

କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ବୃନ୍ଦା କରାତଙ୍କ ପ୍ରତିକ୍ରିୟାର କଡ଼ା ଜବାବ ରଖି କହିଥିଲେ ଯେ, ସମସ୍ତ ବିରୋଧୀ ଦଳଙ୍କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ପଠାଯାଇଛି । ପ୍ରଭୁ ଶ୍ରୀରାମଙ୍କର ଡୋରି ଯାହାକୁ ଲାଗିଛି, ଭଗବାନ ଯାହାକୁ ଡାକିଛନ୍ତି, କେବଳ ସେମାନେ ହିଁ ଅଯୋଧ୍ୟାରେ ପହଞ୍ଚିବେ । ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details