ପାନଜୀ:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ ଆଜି (ରବିବାର) ସନ୍ଧ୍ୟାରେ ଗୋଆରେ ପହଞ୍ଚିଛନ୍ତି । ତିନି ଦିନିଆ ଗୋଆ ଗସ୍ତରେ ଥିବା ବାନାର୍ଜୀ ଗୋଆ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେ ଗୋଆରେ ରହିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ମମତା ଦଳର ଗୋଆ ୟୁନିଟର ନେତାଙ୍କ ସହ ଏକ ବୈଠକ କରିବେ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫାଲେରୋ TMC ରେ ସାମିଲ ହେବା ପରେ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ମଧ୍ୟ ବ୍ୟାପକ କରାଯିବାରେ ଲାଗିଛି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫାଲେରୋ ଦଳ ଛାଡିବା ପରେ TMC ନେତା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ସେ TMCରେ ସାମିଲ ହେବା ପରେ ଚଳିତ ବିଧାନସଭା ନିର୍ବାଚନରେ ମମତାଙ୍କ ଦଳକୁ ପୂର୍ବାପେକ୍ଷା ଭଲ ଫଳାଫଳ ମିଳିପାରେ ବୋଲି ଆଶା କରାଯାଉଛି ।