ଓଡିଶା

odisha

By

Published : Mar 29, 2021, 2:25 PM IST

ETV Bharat / bharat

ରାଜନୈତିକ ହିଂସାର ଶିକାର 85 ବର୍ଷିୟା ବୃଦ୍ଧା ମୃତ; ଟିଏମସିକୁ ଘେରିଲା ବିଜେପି

ପଶ୍ଚିମବଙ୍ଗରେ ରାଜନୈତିକ ହିଂସାର ଶିକାର ହୋଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ମାଆ 85 ବର୍ଷର ବୃଦ୍ଧାଙ୍କ ମୃତ୍ୟୁ । ଶୋଭା ମଜୁମଦାରଙ୍କ ମୃତ୍ୟୁକୁ ନେଇ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛି ବିଜେପି । ଅଧିକ ପଢନ୍ତୁ...

ରାଜନୈତିକ ହିଂସାରେ ଶିକାର ହୋଇଥିବା 85 ବୃର୍ଷୀୟ ବୃଦ୍ଧା ମୃତ
ରାଜନୈତିକ ହିଂସାରେ ଶିକାର ହୋଇଥିବା 85 ବୃର୍ଷୀୟ ବୃଦ୍ଧା ମୃତ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାର ଶିକାର ହୋଇଥିବା 85 ବର୍ଷର ବୃଦ୍ଧାଙ୍କ ମୃତ୍ୟୁ । ବୃଦ୍ଧା ଜଣକ ପଶ୍ଚିମବଙ୍ଗ ଉତ୍ତର ଦମଦମର ବିଜେପି କାର୍ଯ୍ୟକର୍ତ୍ତା ଗୋପାଳ ମଜୁମଦାରଙ୍କ ମାଆ ଶୋଭା ମଜୁମଦାର । ଗତ ମାସରେ ଟିଏମସି କାର୍ଯ୍ୟକର୍ତ୍ତା ଗୋପାଳ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଆଜି ସକାଳେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତିରେ ସରଗରମ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ କ’ଣ ବଙ୍ଗଳାର ଝିଅ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ।

ଗୃହମନ୍ତ୍ରୀ ଟ୍ବିଟ କରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ବଙ୍ଗଳା ଝିଅ ଶୋଭ ମଜୁମଦାରଙ୍କ ନିଧନ ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି । ଟିଏମସି କାର୍ଯ୍ୟକର୍ତ୍ତା ତାଙ୍କୁ ମାଡ ମାରିଥିଲେ । ଏବେ ତାଙ୍କର ମୃତ୍ୟୁ ଓ ତାଙ୍କ ପରିବାରର ଯନ୍ତ୍ରଣା ଦିଦିଙ୍କ ପିଛା ଛାଡିବ ନାହିଣ । ଆଗାମୀ ଦିନରେ ବଙ୍ଗଳା ହିଂସା-ମୁକ୍ତ ସହ ଲଢେଇ କରିବ । ରାଜ୍ୟରେ ଝିଅ ଓ ମାଆ ମାନଙ୍କ ସୁରକ୍ଷିତ ପାଇଁ ଲଢେଇ ଜାରି ରହିବ ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ବୃଦ୍ଧ ମାଆଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଜେପ୍ପି । ଗୋପାଳ ମଜୁମଦାର ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବାରୁ ତାଙ୍କ ମାଆଙ୍କ ଆଜି ଦେହାନ୍ତ ହୋଇଛି । ତାଙ୍କର ବଳିଦାନ ସର୍ବଦା ମନେ ରହିବ । ସେ ବି ବଙ୍ଗଳାର ଝିଅ, ବଙ୍ଗଳାର ମାଆ ଥିଲେ । ବିଜେପି ଏହି ରାଜ୍ୟରେ ମାଆ ଓ ଝିଅଙ୍କ ସୁରକ୍ଷା ପାଇଁ ଲଢେଇ କରିବ ବୋଲି ନଡ୍ଡା ଟ୍ବିଟ କରି କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ଗୋପାଳ ମଜୁମଦାର ଓ ତାଙ୍କ ମାଆଙ୍କୁ ଟିଏମସ କାର୍ଯ୍ୟକର୍ତ୍ତା ଆକ୍ରମଣ କରିଥିଲେ । ଶୋଭା ମଜୁମଦାରଙ୍କ ବେକ, ମୁହଁକୁ ମାରି ଫଟେଇ ଦେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ପରେ ଶୋଭାଙ୍କୁ ହସ୍ପିଟାଲରେ ଭେଟିଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

ABOUT THE AUTHOR

...view details