ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ସଂନ୍ଧ୍ୟା 5ଟା ସୁଦ୍ଧା 75.06 % ମତଦାନ ରେକର୍ଡ - live page

ସପ୍ତମ ପର୍ଯ୍ୟାୟ ନିର୍ବାଚନ
ସପ୍ତମ ପର୍ଯ୍ୟାୟ ନିର୍ବାଚନ

By

Published : Apr 26, 2021, 6:54 AM IST

Updated : Apr 26, 2021, 5:48 PM IST

17:41 April 26

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ସଂନ୍ଧ୍ୟା 5ଟା ସୁଦ୍ଧା 75.06 % ମତଦାନ ରେକର୍ଡ

ପଶ୍ଚିମବଙ୍ଗ 7ମ ପର୍ଯ୍ୟାୟ ମତଦାନ; ସଂନ୍ଧ୍ୟା 5ଟା ସୁଦ୍ଧା 75.06 % ମତଦାନ ରେକର୍ଡ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା । 

17:40 April 26

ପଶ୍ଚିମବଙ୍ଗ 7ମ ପର୍ଯ୍ୟାୟ ମତଦାନ , ଭୋଟ ଦେଲେ ମମତା

ପଶ୍ଚିମବଙ୍ଗରେ 7ମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାବନୀପୁରର ମିତ୍ରା ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଥିବା ଜଣାପଡିଛି । ମମତାଙ୍କ ଗୋଡରେ ଆଘାତ ଲାଗିଥିବା ଯୋଗୁ ସେ ହ୍ବିଲ ଚେୟାରରେ ଯାତ୍ରା କରୁଛନ୍ତି । ସେହିପରି ଭୋଟ ଦେବାକୁ ଯିବା ବେଳେ ମତଦାନ କେନ୍ଦ୍ରରେ ମମତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।  

ମମତା ଭୋଟ ଦେବା ପରେ ମତଦାନ କେନ୍ଦ୍ର ବାହାରକୁ ଆସି ବିଜୟ ସଂଙ୍କେତ ମଧ୍ୟ ଦେଖାଇଥିବା ଦେଖିବାକୁ ମିଳିଥିଲା ।  

15:46 April 26

ପଶ୍ଚିମବଙ୍ଗରେ ଦିନ 3ଟା ସୁଦ୍ଧା 67.27 % ମତଦାନ ରେକର୍ଡ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 7ମ ପର୍ଯ୍ୟାୟ ମତଦାନ ,ଦିନ 3ଟା ସୁଦ୍ଧା 67.27 % ମତଦାନ ରେକର୍ଡ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା । 

13:27 April 26

ଦିନ 1ଟା ସୁଦ୍ଧା 54.56 ପ୍ରତିଶତ ମତଦାନ

ପଶ୍ଚିମବଙ୍ଗ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଦିନ 1ଟା ସୁଦ୍ଧା 54.56 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

11:29 April 26

ଦିନ 11ଟା ସୁଦ୍ଧା 36.02 ପ୍ରତିଶତ ମତଦାନ

 ପଶ୍ଚିମବଙ୍ଗ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଦିନ 11ଟା ସୁଦ୍ଧା 36.02 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

11:09 April 26

ବଙ୍ଗ ନିର୍ବାଚନ; ଦଳୀୟ ଟୋପି ପିନ୍ଧି ପୋଲିଂ ବୁଥରେ ଟିଏମସି ଏଜେଣ୍ଟ, ବର୍ଷିଲେ ବିଜେପି ପ୍ରାର୍ଥୀ

ବିଜେପି ପ୍ରାର୍ଥୀ ଅଗ୍ମିମିତ୍ରା ପଲ

ନିର୍ବାଚନକୁ କୌଣସି ରାଜନୈତିକ ଦଳର ପ୍ରତୀକ ଥିବା କିଛି ବି ସାମଗ୍ରୀ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହା ପରେ ବି ଆସାନସୋଲ ଦକ୍ଷିଣ ନିର୍ବାଚନମଣ୍ଡଳୀରେ ଜଣେ ଟିଏମସି ପୋଲିଂ ଏଜେଣ୍ଟ ମମତା ବାନାର୍ଜୀଙ୍କ ଫୋଟ ଥିବା ଏକ ଟୋପି ପିନ୍ଧିଥିଲେ ।  ଏହାକୁ ନେଇ ବର୍ଷିଛନ୍ତି ବିଜେପି ପ୍ରାର୍ଥୀ । ସେ କହିଛନ୍ତି ମମତା ଜାଣିଛନ୍ତି ତାଙ୍କ ସମୟ ସରି ଆସିଲାଣି । ଏହା ତାଙ୍କ ଚାଲ । ଏନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଅଗ୍ମିମିତ୍ରା ପଲ ।

09:57 April 26

ପରିବାର ସହିତ ଭୋଟ ଦେଲେ ନୁସରତ

ଟିଏମସି ସାଂସଦ ନୁସରତ ଜାହାଁ ରୁହି

ଭୋଟ ଦେଲେ ଟିଏମସି ସାଂସଦ ନୁସରତ ଜାହାଁ ରୁହି । ତାଙ୍କ ପରିବାର ସହିତ ବୁଥକୁ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ନୁସରତ । ସେ କହିଛନ୍ତି ମୁଁ ନିର୍ବାଚନୀ ପ୍ରଚାରରେ ଥିଲା ବେଳେ ଦେଖିଛି ଲୋକେ କେବଳ ଆମ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଥିଲେ ।

09:36 April 26

ସମୟ 9ଟା ସୁଦ୍ଧା 17.95 ପ୍ରତିଶତ ମତଦାନ

ସକାଳ 9ଟା 30 ସୁଦ୍ଧା 17.47 ପ୍ରତିଶତ ମତଦାନ ରେକର୍ଡ ହୋଇଛି ପଶ୍ଚିମବଙ୍ଗରେ । 

08:50 April 26

ଭୋଟ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

ଭାବାନୀପୁର ନିର୍ବାଚନୀମଣ୍ଡଳରୁ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ମମତା ବାନାର୍ଜୀ ସଂଖ୍ୟା ଗରିଷ୍ଠତା ସହିତ ପୁଣି ଫେରିବେ ବୋଲି ମୋର ଦୃଢ ବିଶ୍ବାସ ଅଛି ବୋଲି କହିଛନ୍ତି ଅଭିଷେକ ।

08:03 April 26

ଭୋଟ ଦେଲେ ଟିଏମସି ପ୍ରାର୍ଥୀ ସୋବନ୍ଦବ ଚଟ୍ଟୋପାଧ୍ୟାୟ

ଟିଏମସି ପ୍ରାର୍ଥୀ

ଭୋଟ ଦେଲେ ଟିଏମସି ପ୍ରାର୍ଥୀ ସୋବନ୍ଦବ ଚଟ୍ଟୋପାଧ୍ୟାୟ । ଲୋକମାନେ ମମତା ବାନାର୍ଜୀଙ୍କୁ ଭୋଟ ଦେବେ । ତାଙ୍କ ପ୍ରକଳ୍ପ ତାଙ୍କ ବିକାଶ ଘରେ ଘରେ ପହଞ୍ଚିବ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଏହି ନିର୍ବାଚନ ହେଉଛି । ମୁଁ ରାଜନୀତିରେ 1962ରୁ ରହିଛି । ପ୍ରଥମଥର ପାଇଁ ମୁଁ ମୋ ପାଇଁ ଭୋଟ ଦେଉଛି ବୋଲି କହିଛନ୍ତି ଟିଏମସି ପ୍ରାର୍ଥୀ ।

07:49 April 26

ଋତୁଆ ନିର୍ବାଚନୀମଣ୍ଡଳୀରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ

ବିଜେପି ପ୍ରାର୍ଥୀ

ଭୋଟ ଦେଲେ ବିଜେପି ପ୍ରାର୍ଥୀ । ମାଲଦା ଜିଲ୍ଲା ରତୁଆ ନିର୍ବାଚନମଣ୍ଡଳୀରୁ ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ । ମାଲଦା ଜିଲ୍ଲାରେ ସବୁଠୁ ହେଉଛି ଋତୁଆ ନିର୍ବାଚନୀମଣ୍ଡଳୀ । ଏଠାକାର ସ୍ଥାନୀୟ ବିଧାୟକ ପ୍ରବାସୀ । ସେ କେବଳ ଭୋଟ ପାଇଁ ଆସିଛନ୍ତି । ଜନତା ବିଜେପି ସହିତ ରହିବାକୁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି  ।

07:19 April 26

ବିିଭିନ୍ନ ବୁଥରେ ଆରମ୍ଭ ହୋଇଛି ମତଦାନ

ଆରମ୍ଭ ହେଲା ମତଦାନ

ବିିଭିନ୍ନ ବୁଥରେ ଆରମ୍ଭ ହୋଇଛି ମତଦାନ । ଭୋଟ ହେବାକୁ ଭୋଟଙ୍କର ଲାଗିଛି ଲମ୍ବା ଲାଇନ ।

07:10 April 26

ଆରମ୍ଭ ହେଲା ମତଦାନ;କୋଭିଡ ନିୟମମାନି ଭୋଟ ହେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋରୋନା କଟକଣା ଭିତରେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଫ୍ରାନଚାଇଜକୁ କାର୍ଯ୍ୟକାରୀ କରିବା ସହିତ କୋଭିଡ କଟକଣାମାନି ଲୋକମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

07:09 April 26

ନିର୍ବାଚନ ଅଧିକାରୀଙ୍କ ମକ ପୋଲ

ମୁର୍ସିଦାବାଦ ମତଦାନ କେନ୍ଦ୍ର

ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ମୁର୍ସିଦାବାଦର ଏକ ମତଦାନ କେନ୍ଦ୍ରରେ ନିର୍ବାଚନ ଅଧିକାରୀମାନେ ମକ ପୋଲ କରିଛନ୍ତି ।

06:15 April 26

ସପ୍ତମ ପର୍ଯ୍ୟାୟ ନିର୍ବାଚନ; ପ୍ରସ୍ତୁତ ବଙ୍ଗ ମୈଦାନ

କୋଲକାତା:ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ । 34ଟି ଆସନ ପାଇଁ ହେଉଛି ଟକ୍କର । 34ଟି କେନ୍ଦ୍ରରେ 81ଲକ୍ଷ 96 ହଜାର 242 ଭୋଟର 268 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ଏଥିପାଇଁ 11ହଜାର 376ଟି ବୁଥ କରାଯାଇଛି ।

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ 796 ପୋଲିସ ଫୋର୍ସ ମୁତୟନ ହୋଇଛି । କେବଳ ବୁଥରେ 653 ସାମରିକ ବାହିନୀ ମୁତୟନ ହୋଇଛନ୍ତି । ନିର୍ବାଚନରେ ଅତି ସତର୍କତାର ସହିତ କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନକୁ ଅତୀତରେ ହିଂସା ହୋଇଥିବା ନଜିରରେ ଆସିଛି । ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହି ଟକ୍କରରେ ତୃଣମୂଳ କଂଗ୍ରେସ ଓ ଭାଜପା ଭିତରେ ଜୋରଦାର ମୁକାବିଲା ହେବ ।

Last Updated : Apr 26, 2021, 5:48 PM IST

ABOUT THE AUTHOR

...view details