ଓଡିଶା

odisha

By

Published : Apr 22, 2021, 7:11 AM IST

Updated : Apr 22, 2021, 1:37 PM IST

ETV Bharat / bharat

ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ସମୟ 1 ଟା ସୁଦ୍ଧା 57.30 ପ୍ରତିଶତ ମତଦାନ

ଷଷ୍ଠ ପର୍ଯ୍ୟାୟ ମତଦାନ
ଷଷ୍ଠ ପର୍ଯ୍ୟାୟ ମତଦାନ

13:31 April 22

ସମୟ 1ଟା ସୁଦ୍ଧା 57.30 ପ୍ରତିଶତ ମତଦାନ

ସମୟ 1ଟା ସୁଦ୍ଧା ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 57.30 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

11:47 April 22

11ଟା ସୁଦ୍ଧା 37.27 ପ୍ରତିଶତ ମତଦାନ

ସମୟ 11ଟା ସୁଦ୍ଧା ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 37.27 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

11:07 April 22

ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଲା ଡ୍ରୋନ

ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଲା ଡ୍ରୋନ

ପଶ୍ଚିମ ବଙ୍ଗ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର 24 ପ୍ରଗଣା ଅମଦଙ୍ଗା ସ୍ଥିତ ବୁଥ୍ ନମ୍ବର 131-132ରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବହାର କରାଯାଇଛି ।

10:43 April 22

ବାନପାରା ଭୋଟିଂ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଲାଇନ

ଭୋଟ ଦେବାକୁ ମହିଳାଙ୍କ ଲମ୍ବା ଲାଇନ

ଚାଲିଛି ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ । ବାନପାରା ଭୋଟିଂ କେନ୍ଦ୍ରରେ ଭୋଟ ଦେବା ପାଇଁ ମହିଳାଙ୍କର ଲାଗିଛି ଲମ୍ବା ଲାଇନ । ସମସ୍ତ ଭୋଟର ମାସ୍କ ପିନ୍ଧିଥିଲେ ମଧ୍ୟ ସାମାଜିକ ଦୂରତା ଭଙ୍ଗ କରିଥିବା ଦେଖିବାକୁ ମିଳିଛି ।

09:38 April 22

ସକାଳ 9ଟା ସୁଦ୍ଧା 17.19 ପ୍ରତିଶତ ମତଦାନ

ସକାଳ 9ଟା ସୁଦ୍ଧା ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 17.19 ପ୍ରତିଶତ ମତଦାନ ରେର୍କଡ ହୋଇଛି ।

08:43 April 22

ଭୋଟରଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ଚଳାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପଶ୍ଚିବବଙ୍ଗରେ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ଚଳାଇବାକୁ ଅନୁରୋଧ କରିଛନ୍ତି ।

08:20 April 22

ମତଦାନ ସାବ୍ୟସ୍ତ କଲେ କ୍ରିଷ୍ଣା କଲ୍ୟାଣ

କ୍ରିଷ୍ଣା କଲ୍ୟାଣ

ରାଇଙ୍ଗଜରର ପ୍ରାର୍ଥୀ କ୍ରିଷ୍ଣା କଲ୍ୟାଣ 134 ନମ୍ବର ବୁଧରେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ଗଣତନ୍ତ୍ରର ଏକ ପର୍ବ । ସମସ୍ତଙ୍କୁ ଭୋଟ ଦେବାକୁ କହିଲେ କ୍ରିଷ୍ଣା କଲ୍ୟାଣ । ଉନ୍ନତି ଓ ପରିବର୍ତ୍ତନ ପାଇଁ ଆସିଯାଇଛି ।

07:37 April 22

ବିଜେପି ଉପସଭାପତି ମୁକୁଲ ରାୟ ଦେଲେ ଭୋଟ

ପଶ୍ଚିମବଙ୍ଗ ବିଜେପି ଉପସଭାପତି ମୁକୁଲ ରାୟ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ 141 ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ।

07:34 April 22

ସକାଳୁ ସକାଳୁ ବୁଥରେ ଲାଗିଛି ଭିଡ

ବୁଥରେ ଲାଗିଛି ଭିଡ

ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ଇସଲାମପୁରର 175 ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

07:17 April 22

ପଶ୍ଚିମବଙ୍ଗ ବିଜେପି ସଭାପତି ଅର୍ଜୁନ ସିଂହ ଦେଲେ ଭୋଟ

ଭୋଟ ଦେଲେ ବିଜେପି ସଭାପତି

ପଶ୍ଚିମବଙ୍ଗ ବିଜେପି ସଭାପତି ଅର୍ଜୁନ ସିଂହ 114 ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଏହା ସହିତ ତାଙ୍କ ପୁଅ ଓ ଦଳର ପ୍ରାର୍ଥୀ ମଧ୍ୟ ଭୋଟ ଦେଇଛନ୍ତି ।

07:08 April 22

ପଶ୍ଚିମବଙ୍ଗ ବିଧାନସଭା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ମତଦାନ ଆରମ୍ଭ

ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ସକାଳ 7ଟାରେ 43ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

06:18 April 22

ଷଷ୍ଠ ପର୍ଯ୍ୟାୟ ମତଦାନ; ପ୍ରସ୍ତୁତ ବଙ୍ଗ ମଇଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ । 43ଟି ଆସନ ପାଇଁ ହେବ ଟକ୍କର । 306 ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ନିର୍ବାଚନ ପାଇଁ 43ଟି ବିଧାନସଭା ମଣ୍ଡଳରେ 14,480 ମତଦାନ କେନ୍ଦ୍ର କରାଯାଇଛି । ଏହି ଟକ୍କରରେ ତୃଣମୂଳ କଂଗ୍ରେସ ଓ ଭାଜପା ଭିତରେ ଜୋରଦାର ମୁକାବିଲା ହେବ ।

କୋରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ଭିତରେ ମତଦାନ ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ବିନା ହିଂସାରେ କିପରି ମତଦାନ ସମ୍ପୂର୍ଣ୍ଣ ହେବ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Last Updated : Apr 22, 2021, 1:37 PM IST

ABOUT THE AUTHOR

...view details