ଓଡିଶା

odisha

ETV Bharat / bharat

ବଙ୍ଗ-ଆସାମ ଫଳ: ନନ୍ଦିଗ୍ରାମରେ ମମତାଙ୍କୁ ମାତ ଦେଲେ ଶୁଭେନ୍ଦୁ, ଆସାମ ମୁଖ୍ୟମନ୍ତ୍ରୀ ବିଜୟୀ

By

Published : May 2, 2021, 7:03 AM IST

Updated : May 2, 2021, 8:28 PM IST

ବଙ୍ଗ-ଆସାମ ଭାଗ୍ୟ ନିର୍ଦ୍ଧାରଣ
ବଙ୍ଗ-ଆସାମ ଭାଗ୍ୟ ନିର୍ଦ୍ଧାରଣ

20:25 May 02

ରାତି 8ଟା 30 ସୁଦ୍ଧା ଫଳାଫଳ

ରାତି 8ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 14ଟି ଆସନରେ ଆଗୁଆ ଥିବା ବେଳେ 201 ଆସନ ଜିତିଛି ଦଳ । ଏହାସହ ଆସାମରେ ମଧ୍ୟ ବିଜେପି ଏପର୍ଯ୍ୟନ୍ତ 71 ଟି ଆସନ ହାତେଇଛି । 

18:59 May 02

ସନ୍ଧ୍ୟା 7ଟା ସୁଦ୍ଧା ଫଳାଫଳ

ସନ୍ଧ୍ୟା 7ଟା ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 33ଟି ଆସନରେ ଆଗୁଆ ରହିଥିବା ବେଳେ ଏପର୍ଯ୍ୟନ୍ତ 182ଟି ଆସନ ଜିତିଛି । ଅନ୍ୟପକ୍ଷେ ବିଜେପି 54ଟି ଆସନ ଜିତି ଦ୍ବିତୀୟରେ ରହିଛି ।  ଏହାସହ ଆସାମରେ ବିଜେପି 12ଟି ଆସନରେ ଆଗୁଆ ରହିଥିବା ବେଳେ ଏପର୍ଯ୍ୟନ୍ତ 60ଟି ଆସନ ଜିତିଛି । 

18:59 May 02

ହାର୍ ମାନିଲେ ମମତା

ଭୋଟ୍ ଗଣତି ସରିନଥିବା ଦାବି କରୁଛି TMC, ଏହାସହ ପୁଣି ଥରେ ଭୋଟ୍ ଗଣତି ପାଇଁ ଦାବି କଲା ଦଳ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାର୍ ସ୍ବୀକାର କରିଛନ୍ତି ଓ ଫଳାଫଳକୁ ଗ୍ରହଣ କରିଛନ୍ତି । 

18:49 May 02

ଆସନ ହାତେଇଲେ ଆସାମ ମୁଖ୍ୟମନ୍ତ୍ରୀ

ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ମଜୁଲି ନିର୍ବାଚନମଣ୍ଡଳୀରେ 42,788 ଭୋଟରେ ବିଜୟୀ ହୋଇଛନ୍ତି ।

18:40 May 02

ନନ୍ଦିଗ୍ରାମରେ ବଡ ବିପର୍ଯ୍ୟୟ । ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଲେ TMC ମୁଖ୍ୟ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମତଗଣନାରେ ବଡ ଅଦଳବଦଳ । ପଲଟିଲା ବାଜି । ହାଇଭୋଲଟେଜ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଲେ ଶୁଭେନ୍ଦୁ ଅଧିକାରୀ । 

17:46 May 02

ହିମନ୍ତ ବିଶ୍ବ ଶର୍ମା କ୍ରମାଗତ ପଞ୍ଚମ ଥର ବିଜୟୀ

ଆସାମ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଜାଲୁକବରୀ ନିର୍ବାଚନମଣ୍ଡଳୀରେ କ୍ରମାଗତ ପଞ୍ଚମ ଥର ପାଇଁ 1,01,911 ଭୋଟ ବ୍ୟବଧାନରେ ଜିତିଛନ୍ତି । ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

17:17 May 02

ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଆଗୁଆ

 ଦଶମ ରାଉଣ୍ଡ ସୁଦ୍ଧା ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ 31, 347 ଆସନରେ ଆଗୁଆ ଅଛନ୍ତି ।

17:16 May 02

ଆସାମ ବିଧାନସଭା ନିର୍ବାଚନରେ ନିମ୍ନଲିଖିତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି

ସର୍ବଶେଷ ତଥ୍ୟ ଅନୁଯାୟୀ ଆସାମ ବିଧାନସଭା ନିର୍ବାଚନରେ ନିମ୍ନଲିଖିତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀମାନେ ଜିତିଛନ୍ତି-  

  • ସାମାଗୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ରାକିବୁଲ ହୁସେନ୍ ଜିତିଛନ୍ତି ।
  • ଦକ୍ଷିଣ ସଲମାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ୱାଜେଦ ଅଲି ଚୌଧୁରୀ ଜିତିଛନ୍ତି ।
  • ମାରିଆନି ବିଧାନସଭା ନିର୍ବାଚନମଣ୍ଡଳୀରୁ ରୁପଜ୍ୟୋତି କୁର୍ମୀ ଜିତିଛନ୍ତି ।
  • ଛାୟାଗାଁଓରୁ ରାକିବୁଦ୍ଦିନ ଅହମ୍ମଦ ଓ ବୋକୋରୁ ନନ୍ଦିତା ଦାସ ଜିତିଛନ୍ତି ।
  • ଥୋରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସୁଶାନ୍ତ ବୋରଗୋଏନ୍ ଆସନ ହାତେଇଛନ୍ତି ।

17:15 May 02

ତରଙ୍ଗ ଗୋଗୋଇ ନହରକାଟିଆ ଆସନ ଜିତିଛନ୍ତି

ବିଜେପିର ତରଙ୍ଗ ଗୋଗୋଇ ନହରକାଟିଆ ଆସନ ଜିତିଛନ୍ତି । ନୂତନ ଭାବେ ଗଠିତ ଆସାମ ଜାତୀୟ ପରିଷଦର ସଭାପତି ଲୁରିନଜ୍ଯୋତି ଗୋଗୋଇଙ୍କୁ ପରାସ୍ତ କରିଛନ୍ତି।

17:03 May 02

ଲରେନ୍ସ ଇସଲାରୀ ଆସନ ହାତେଇଲେ

ଲରେନ୍ସ ଇସଲାରୀ (ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍) ଆସାମର ପୂର୍ବ କୋକରାଜ ଆସନ ଜିତିଛନ୍ତି । ଇସଲାରୀ (ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ) ର 6 ଥର ବିଧାୟକ ପ୍ରମିଳା ରାମି ବ୍ରହ୍ମାଙ୍କୁ ପରାସ୍ତ କରିଛନ୍ତି ।

17:03 May 02

ଆସାମ ବିଧାନସଭା ନିର୍ବାଚନରେ ​​ନିମ୍ନ ପ୍ରାର୍ଥୀମାନେ ଜିତିଛନ୍ତି

ସର୍ବଶେଷ ଅନୁଯାୟୀ ଆସାମ ବିଧାନସଭା ନିର୍ବାଚନରେ ​​ନିମ୍ନ ପ୍ରାର୍ଥୀମାନେ ଜିତିଛନ୍ତି।  

ଭୁବନ ପେଗୁ (INC) - ଜୋନାଇ

ଭାସ୍କରଜୋଟି ବାରୁଆ (INC) - ତିତାବୋର  

ରମାକାନ୍ତ ଦେଓରି (ବିଜେପି) - ମୋରେଗାଓଁ  

ଚରଣ ବୋରୋ (ବିପିଏଫ୍) - ମଜବତ୍  

ରୂପ ସିଂ ଟେରନ୍ (ବିଜେପି) - ବାଇଥାଲାଙ୍ଗସୋ  

ନନ୍ଦିତା ଦାସ (INC) - ବୋକୋ  

ହେମଙ୍ଗା ଠାକୁରିଆ (ବିଜେପି) - ପାଲାସବାରୀ  

ଚନ୍ଦ୍ର ମୋହନ ପାଟୋୱାରୀ (ବିଜେପି) - ଧର୍ମପୁର

ବିମଲ ବୋରା (ବିଜେପି) - ଟିଙ୍ଗଖଙ୍ଗ

ମନବ ଡେକା (ବିଜେପି) - ଲକ୍ଷ୍ମୀପୁର

ତରଙ୍ଗା ଗୋଗୋଇ (ବିଜେପି) - ନାହାରକାଟିଆ  

ଜାକିର ହୁସେନ୍ ସିକଦାର (INC) - ସାରୁଖେତ୍ରୀ  

ସୁଜାନ୍ତ ବୋର୍ଗୋହେନ୍ (INC) - ଥୋୱାରା

 ଦିପାୟନ ଚକ୍ରବର୍ତ୍ତୀ (ବିଜେପି) - ସିଲଚର

16:40 May 02

ଅପରାହ୍ନ 4ଟା 40 ସୁଦ୍ଧା ଫଳାଫଳ

ଅପରାହ୍ନ 4ଟା 40 ସୁଦ୍ଧା ପଶ୍ଚିମବଙ୍ଗରେ 129ଟି ଆସନରେ ଆଗୁଆ ଅଛି ତୃଣମୂଳ କଂଗ୍ରେସ । ଏହାସହ 79ଟି ଆସନ ଜିତିଛି ଟିଏମସି । ଅନ୍ୟପକ୍ଷେ ଆସାମରେ ବିଜେପି 54ଟି ଆସନରେ ଆଗୁଆ ରହିଛି । ଏହାସହ 20ଟି ଆସନରେ ଜିତିଛି ବିଜେପି । 

16:27 May 02

ନନ୍ଦିଗ୍ରାମ ହାତେଇଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ 1200 ଭୋଟରେ ବିଜୟୀ ହୋଇଛନ୍ତି । ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ପରାସ୍ତ କରିଛନ୍ତି ମମତା ।

16:09 May 02

16ତମ ରାଉଣ୍ଡ ପରେ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ ଆଗୁଆ

16ତମ ରାଉଣ୍ଡ ପରେ 850 ଭୋଟରେ ଆଗୁଆ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ । 

16:00 May 02

10 ରାଉଣ୍ଡ ଗଣତି ସୁଦ୍ଧା ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଆଗୁଆ

ଆସାମ 10 ରାଉଣ୍ଡ ଗଣତି ସୁଦ୍ଧା ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ 31,347 ଭୋଟରେ ଆଗୁଆ ଅଛନ୍ତି । 

15:48 May 02

16 ତମ ରାଉଣ୍ଡରେ 6 ଭୋଟରେ ପଛୁଆ ମମତା

16 ତମ ରାଉଣ୍ଡ ଗଣନା ପରେ ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ 6 ଭୋଟରେ ଆଗୁଆ ଅଛନ୍ତି ।

15:44 May 02

ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ହିମନ୍ତ ବିଶ୍ବ ଶର୍ମା ଆଗୁଆ

17 ତମ ରାଉଣ୍ଡ ଗଣନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ହିମନ୍ତ ବିଶ୍ବ ଶର୍ମା ଜାଲୁକବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ 1,05,305 ଭୋଟରେ ଆଗୁଆ ଅଛନ୍ତି। କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ରାମେନ୍ ବର୍ଥାକୁର 25,033 ଭୋଟ୍ ପାଇଛନ୍ତି । 

15:34 May 02

14 ରାଉଣ୍ଡ ସୁଦ୍ଧା ଆଗରେ ମମତା ବାନାର୍ଜୀ

14 ରାଉଣ୍ଡ ସୁଦ୍ଧା ଆଗରେ ମମତା ବାନାର୍ଜୀ । 3000ରୁ ଉର୍ଦ୍ଧ୍ବ ଭୋଟରେ ଆଗୁଆ ମମତା । 

15:32 May 02

ଦିନ 3ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଆଗରେ

ଦିନ 3ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 175ଟି ଆସନରେ ଆଗୁଆ ଥିବା ବେଳେ 30ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷେ ଆସାମରେ 62 ଆସନରେ ଆଗୁଆ ବିଜେପି । 

15:32 May 02

ଟିଏମସି ପ୍ରାର୍ଥୀ ମନୋଜ ତିୱାରୀ ଜିତିଲେ ନିର୍ବାଚନ

କ୍ରିକେଟର ତଥା ଟିଏମସି ପ୍ରାର୍ଥୀ ମନୋଜ ତିୱାରୀ ଜିତିଲେ ନିର୍ବାଚନ । ଏହାସହ ଜେଏନୟୁ ପୂର୍ବତନ ଛାତ୍ର ସଭାପତି ଆୟସୀ ଘୋଷ ବିଜୟୀ ମୁହାଁ । ସେପଟେ ବିଜେପି ନେତା ବାବୁଲ ସୁପ୍ରିୟ ପଛୁଆ ଅଛନ୍ତି । 

15:24 May 02

ଆଗରେ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ

13 ରାଉଣ୍ଡ ଗଣତି ସୁଦ୍ଧା ଆଗରେ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ । ପାଖାପାଖି 1453 ଭୋଟ୍ ବ୍ୟବଧାନରେ ଆଗୁଆ ଅଛନ୍ତି ଦିଦି । 

15:23 May 02

ଆସାମ ବିଧାନସଭା ନିର୍ବାଚନରେ ନିମ୍ନଲିଖିତ ପ୍ରାର୍ଥୀମାନେ ବିଜୟୀ

ଆସାମ ବିଧାନସଭା ନିର୍ବାଚନରେ ନିମ୍ନଲିଖିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି ।  

ରୂପଜୋତି କୁର୍ମୀ - ମାରିଆନି

ଅଜନ୍ତା ନେଗ - ଗୋଲାଘାଟ 

ପଦ୍ମ ହଜାରିକା - ସୁଟିଆ

ରେକିବୁଦ୍ଦିନ ଅହମ୍ମଦ - ଚାଇଗାଓଁ  

ୱାଜେଡ୍ ଅଲି ଚୌଧୁରୀ - ଦକ୍ଷିଣ ସଲମାରା

ଭାସ୍କର ସରମା - ମାର୍ଗେରିଟା  

ଗଣେଶ କୁମାର ଲିମ୍ବୁ - ବୋରଚାଲା  

ପ୍ରସାନ୍ତ ଫୁକାନ୍ - ଦିବ୍ରୁଗଡ  

ଲରେନ୍ସ ଇସଲାରୀ - କୋକରାଜର୍ ପୂର୍ବ  

ରଣଜିତ୍ ଦତ୍ତା - ବେହଲି

ଉତ୍କଳ ବୋରା - ଗୋହପୁର 

15:23 May 02

ଆସାମରେ ବିଜେପି 62 ଟି ଆସନରେ ଆଗୁଆ

ବିଜେପି 62 ଟି ଆସନରେ ଆଗୁଆ ଥିବାବେଳେ ଏହାର ସହଯୋଗୀ ଆସାମ ଗଣ ପରିଷଦ 10 ଟି ଆସନରେ ଏବଂ 7 ଟି ନିର୍ବାଚନମଣ୍ଡଳୀରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍ ଆଗରେ ରହିଛି ।

15:05 May 02

ସଭାପତି ରିପୁନ ବୋରା ଗୋହପୁର ଆସନ ହାରିଛନ୍ତି

ଆସାମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି) ସଭାପତି ରିପୁନ ବୋରା ଗୋହପୁର ଆସନ ହାରିଛନ୍ତି ।

14:33 May 02

ଆଗୁଆ ସିଏମ୍ ମମତା ବାନାର୍ଜୀ

13 ରାଉଣ୍ଡ ପରେ 2700 ଭୋଟରେ ଆଗୁଆ ସିଏମ ମମତା ବାନାର୍ଜୀ । 

14:33 May 02

ବିଜେପି ସିଲିଗୁଡି ଆସନ ଜିତିଛି

ବିଜେପି ସିଲିଗୁଡି ଆସନ ଜିତିଛି । ଶଙ୍କର ଘୋଷ ସିପିଆଇ ପ୍ରାର୍ଥୀ ଅଶୋକ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି ।

14:32 May 02

ତୃଣମୂଳ କଂଗ୍ରେସ 192 ଆସନରେ ଆଗୁଆ

ଦିନ 2ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 192 ଆସନରେ ଆଗୁଆ ଥିବା ବେଳେ 9ଟି ଆସନରେ ବିଜୟୀ ହୋଇଛି । ଏହାସହ ବିଜେପି ଦ୍ବିତୀୟ ସ୍ଥାନରେ 2 ଆସନ ହାତେଇଛି । ଅନ୍ୟପକ୍ଷେ ଆସାମ ବିଜେପି 75 ଆସନରେ ଆଗୁଆ ରହି 2ଟି ଆସନରେ ବିଜୟୀ ହୋଇଛି । 

12:58 May 02

କୋଲକାତାର ସମସ୍ତ ଆସନ ହାତେଇବ ଟିଏମସି !

ସର୍ବଶେଷ ତଥ୍ୟ ଅନୁଯାୟୀ, ଟିଏମସି କୋଲକାତାର ସମସ୍ତ 11 ଟିରେ ବିଜୟ ହାସଲ କରିବାକୁ ଯାଉଛି ।  

12:40 May 02

ଷଷ୍ଠ ରାଉଣ୍ଡ ସୁଦ୍ଧା ଦିିଦି ପଛୁଆ

ଷଷ୍ଠ ରାଉଣ୍ଡ ଭୋଟ୍ ଗଣନା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ 7237 ଭୋଟରେ ପଛୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗରେ ଅଛନ୍ତି । 

12:28 May 02

ଚତୁର୍ଥ ରାଉଣ୍ଡ ଗଣନା ପରେ ଶାସକ ଦଳ ଟିଏମସି ଆଗୁଆ

ଚତୁର୍ଥ ରାଉଣ୍ଡ ଗଣନା ପରେ ଶାସକ ଦଳ ଟିଏମସି ଆଗୁଆ

ସର୍ବଶେଷ ତଥ୍ୟ ଅନୁଯାୟୀ, ଚତୁର୍ଥ ରାଉଣ୍ଡ ଗଣନା ପରେ ଶାସକ ଦଳ ଟିଏମସି 207 ଟି ଆସନରେ, 81 ଟିରେ ବିଜେପି ଏବଂ ଅନ୍ୟାନ୍ଯ 3 ଟି ଆସନରେ ଆଗୁଆ ରହିଛି।

12:11 May 02

ଦିନ 12ଟା ସୁଦ୍ଧା ଫଳାଫଳ

ଦିନ 12ଟା ସୁଦ୍ଧା ତୃଣମୂଳ କଂଗ୍ରେସ 205ଟି ଆସନରେ ଆଗୁଆ ରହିଥିବା ବେଳେ ଆସାମରେ ବିଜେପି 78ଟି ଆସନରେ ଆଗୁଆ ରହିଛି । 

11:37 May 02

ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛୁଆ

ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛୁଆ ଅଛନ୍ତି । ସେ ତାଙ୍କ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ 3110 ଭୋଟରେ ପଛୁଆ ଅଛନ୍ତି । 

11:32 May 02

ଦିନ 11ଟା 30 ସୁଦ୍ଧା ଫଳାଫଳ

 ଦିନ 11ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 194 ଆସନରେ ଆଗୁଆ ରହିଛି । ଏହାସହ ଆସାମ ମଧ୍ୟ 78 ଆସନରେ ଆଗୁଆ ରହିଛି । 

11:20 May 02

ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ପଛୁଆ

ପଶ୍ଚିମବଙ୍ଗର ଟାଲିଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ପଛୁଆ ଅଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ ଅରୁପ ବିଶ୍ବାସ ଆଗୁଆ ଅଛନ୍ତି । 

10:55 May 02

ଦିନ 11ଟା ସୁଦ୍ଧା ପଶ୍ଚିମବଙ୍ଗରେ TMC ଆଗୁଆ

ଦିନ 11ଟା ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 177ଟି ଆସନରେ ଆଗୁଆ ରହିଛି । ଏହପରେ ବିଜେପି 99ଟି ଆସନରେ ଆଗୁଆ ଅଛି । 

10:55 May 02

ଆସାମରେ ବିଜେପି ଆଗୁଆ

ଦିନ 11ଟା ସୁଦ୍ଧା ସରିଲା ଆସାମର ପ୍ରଥମ ରାଉଣ୍ଡ ଗଣନା । ଏଥିରେ 81 ଟି ଆସନରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ 44ଟି ଓ ଅନ୍ୟାନ୍ୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି । 

10:19 May 02

ସକାଳ 10ଟା 40 ସୁଦ୍ଧା ଫଳାଫଳ

ସକାଳ 10ଟା 40 ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ 163ଟି ଆସନରେ ଆଗୁଆ । ଆସାମରେ  ବିଜେପି 80ଟି ଆସନରେ ଆଗୁଆ ଅଛି । 

10:13 May 02

ମମତା ବାନାର୍ଜୀ ତୃତୀୟ ରାଉଣ୍ଡ ପରେ ବି ପଛୁଆ

ତୃତୀୟ ରାଉଣ୍ଡ ପରେ ନନ୍ଦୀଗ୍ରାମରୁ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ  8206 ଭୋଟରେ ପଛୁଆ ।  

10:04 May 02

ବିଜେପି ପ୍ରାର୍ଥୀ ସରବାନନ୍ଦ ସୋନୋୱାଲ ଆଗୁଆ

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସରବାନନ୍ଦ ସୋନୋୱାଲ ଆଗୁଆ ଅଛନ୍ତି । 2723 ଭୋଟରେ ଅଛନ୍ତି ଆଗୁଆ । 

09:55 May 02

ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ 4900 ଭୋଟରେ ପଛୁଆ

ଦୁଇ ରାଉଣ୍ଡ ପରେ ନନ୍ଦୀଗ୍ରାମରୁ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ 4900 ଭୋଟରେ ପଛୁଆ ଅଛନ୍ତି । 

09:48 May 02

ଦ୍ବିତୀୟ ରାଉଣ୍ଡରେ ମମତା ବାନାର୍ଜୀ ପଛୁଆ

ଦ୍ବିତୀୟ ରାଉଣ୍ଡ ପରେ ନନ୍ଦୀଗ୍ରାମରୁ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ 3400 ଭୋଟରେ ପଛୁଆ ଅଛନ୍ତି ।  

09:40 May 02

ବାବୁଲ ସୁପ୍ରିଓ ଆଗୁଆ

ପଶ୍ଚିମବଙ୍ଗର ଟୋଲିଓଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ଆଗୁଆ ଅଛନ୍ତି । ପ୍ରାୟ 7000 ଭୋଟରେ ଆଗୁଆ । 

09:31 May 02

ସକାଳ 9ଟା 30 ସୁଦ୍ଧା ବଙ୍ଗ-ଆସାମ ଫଳାଫଳ

ସକାଳ 9ଟା 30 ସୁଦ୍ଧା ପଶ୍ଚିମବଙ୍ଗରେ ଟିଏମସି 106ଟି ସିଟରେ ଆଗୁଆ ଥିବା ବେଳେ ଆସାମରେ ବିଜେପି 44 ଆସନରେ ଆଗୁଆ ରହିଛି । 

09:07 May 02

ନନ୍ଦୀଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗୁଆ

ପଶ୍ଚିମବଙ୍ଗ ନନ୍ଦୀଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗୁଆ ଅଛନ୍ତି । ସେ 1497 ଭୋଟରେ ଆଗୁଆ ଅଛନ୍ତି । 

09:00 May 02

ବଙ୍ଗରେ ଟିଏମସି, ଆସାମରେ ବିଜେପି ଆଗୁଆ

ସକାଳ 9ଟା ସୁଦ୍ଧା ପଶ୍ଚିମବଙ୍ଗରେ ଆଗୁଆ ରହିଛି ତୃଣମୂଳ କଂଗ୍ରେସ । 88ଟି ଆସନରେ ରହିଛି ଆଗୁଆ । ଏହାସହ ଆସାମରେ ବିଜେପି 10 ଆସନରେ ଆଗୁଆ । 

08:54 May 02

ଗଣନା କେନ୍ଦ୍ରରେ ବେହୋସ୍ ହେଲେ ଗଣନାକାରୀ ଏଜେଣ୍ଟ

ଗଣନା କେନ୍ଦ୍ରରେ ବେହୋସ୍ ହେଲେ ଗଣନକାରୀ ଏଜେଣ୍ଟ

ପାନିହାଟୀ (ଉତ୍ତର 24 ପ୍ରଗଣା)ର କଂଗ୍ରେସ ପ୍ରାର୍ଥୀଙ୍କ ଗଣନାକାରୀ ଏଜେଣ୍ଟ ଗୋପାଳ ସୋମ କେନ୍ଦ୍ରରେ ଚେତାଶୂନ୍ୟ ହୋଇ ପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । 

08:29 May 02

ଆସାମରେ ବିଜେପି ଓ ବଙ୍ଗରେ ଟିଏମସି ଆଗୁଆ

ଆସାମର 15ଟି ଆସନରେ ବିଜେପି ଆଗୁଆ । ପଶ୍ଚିମବଙ୍ଗରେ 45ଟି ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି । 

08:02 May 02

ଆରମ୍ଭ ହେଲା ଭୋଟ୍ ଗଣତି

ଆରମ୍ଭ ହେଲା ଭୋଟ୍ ଗଣତି । କୋରୋନା ପ୍ରୋଟୋକଲ୍ ମଧ୍ୟରେ ଗଣତି ଆରମ୍ଭ । 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟ୍ ଗଣତି । 

07:53 May 02

ସିଲିଗୁରୀରେ ପହଞ୍ଚିଲେ ଭୋଟ୍ ଗଣତି ଅଧିକାରୀ

ସିଲିଗୁରୀରେ ପହଞ୍ଚିଲେ ଭୋଟ୍ ଗଣତି ଅଧିକାରୀ

ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପ୍ରସ୍ତୁତି । ଅଧିକାରୀ, ଗଣନାକାରୀ ଏଜେଣ୍ଟ ଏବଂ ଅନ୍ୟମାନେ ସିଲିଗୁରି କଲେଜ ଗଣନା କେନ୍ଦ୍ରରେ ପହଞ୍ଚିଛନ୍ତି ।

07:52 May 02

କୋଲକାତାରେ ଭୋଟ୍ ଗଣତି ପ୍ରସ୍ତୁତି

କୋଲକାତାରେ ଭୋଟ୍ ଗଣତି ପ୍ରସ୍ତୁତି

କୋଲକାତାରେ ଭୋଟ୍ ଗଣତି ପ୍ରସ୍ତୁତି । କୋଲକାତାର ସେଣ୍ଟ ଥୋମାସ ବାଳକ ବିଦ୍ୟାଳୟ ଗଣନା କେନ୍ଦ୍ରର ଦୃଶ୍ୟ । 

07:51 May 02

ଗୌହାଟୀ ଭୋଟ୍ ଗଣତି କେନ୍ଦ୍ରର ଦୃଶ୍ୟ

ଗୌହାଟୀ ଭୋଟ୍ ଗଣତି କେନ୍ଦ୍ରର ଦୃଶ୍ୟ

ବିଧାନସଭା ନିର୍ବାଚନ 2021 ପାଇଁ ଭୋଟ୍ ଗଣତି ଆଜି । ଗୌହାଟୀର ମଣିରାମ ଦେୱାନ ବାଣିଜ୍ୟ କେନ୍ଦ୍ରର ଗଣନା କେନ୍ଦ୍ର ବାହାର ଦୃଶ୍ୟ । 

06:47 May 02

ପଶ୍ଚିମବଙ୍ଗର ଚର୍ଚ୍ଚିତ ଚେହେରା

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏଆଇଟିସି ନେତା ପାର୍ଥ ଚାଟାର୍ଜୀ, ବିଜେପିର ଶୁଭେନ୍ଦୁ ଅଧିକାରୀ, ମୁକୁଲ ରୟ ଓ ବିଶ୍ୱଜିତ ସିହ୍ନା ଏଥର ବିଧାନସଭା ନିର୍ବାଚନର ଗୋଟିଏ ଗୋଟିଏ ଚର୍ଚ୍ଚିତ ପ୍ରାର୍ଥୀ । 

06:47 May 02

ଆସାମର ପ୍ରମୁଖ ଚେହେରା

ଆସାମରେ ବିଜେପି ଓ କଂଗ୍ରେସ ସମର୍ଥିତ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ମଧ୍ୟରେ ସିଧାସଳଖ ଲଢେଇ ଦେଖିବାକୁ ମିଳିଥିଲା । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ , ବିଜେପିର ହେମନ୍ତ ବିଶ୍ୱ ଶର୍ମା, ଆସାମ ଗଣ ପରିଷଦ ସଭାପତି ଅତୁଲ ବୋରା, ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟର ବଦରୁଦ୍ଦିନ ଆଜମଲ, ପିସିସି ସଭାପତି ରିପୁନ ବୋରା ଓ ସିଏଏ ବିରୋଧୀ କର୍ମକର୍ତ୍ତା ତଥା ରାଇଜର ଦଳ ମୁଖ୍ୟ ଅଖିଲ ଗୋଗୋଇ ପ୍ରମୁଖ ନିର୍ବାଚନ ଲଢିଛନ୍ତି । 

06:46 May 02

ପ୍ରସ୍ତୁତ ଭୋଟ୍ ଗଣତି କେନ୍ଦ୍ର

ପଶ୍ଚିମବଙ୍ଗର 1113 ଟି କେନ୍ଦ୍ର, ଆସାମର 331ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ । ଆସାମର 126ଟି ଆସନ ପାଇଁ ଆଜି ଭୋଟ୍ ଗଣତି ହେଉଥିବା ବେଳେ ପଶ୍ଚିମବଙ୍ଗର 292ଟି ଆସନ ପାଇଁ ଗଣତି । 

06:33 May 02

ଆଜି 5ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ

ଆଜି 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣତି । କୋରୋନା ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ଫଳାଫଳ ଉପରେ । ମୋଟ 822 ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆଜି । ରାଜ୍ୟର ମୋଟ 2,364ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ । 

Last Updated : May 2, 2021, 8:28 PM IST

ABOUT THE AUTHOR

...view details