ଓଡିଶା

odisha

By

Published : Sep 6, 2022, 10:19 PM IST

ETV Bharat / bharat

ଶିକ୍ଷକଙ୍କ ପରିବେଶ ସୁରକ୍ଷା ନିଶା, ୩୫ ବର୍ଷ ଧରି ସାଇକେଲରେ ବୁଲି ବୁଲି କରୁଛନ୍ତି ସଚେତନ

ପରିଣତ ବୟସରେ ଶିକ୍ଷକଙ୍କ ଅଭିନବ ପ୍ରୟାସ । ଦିର୍ଘ ୩୫ ବର୍ଷ ହେଲା ପରିବେଶ ସୁରକ୍ଷା ନେଇ ସାଇକେଲରେ ବୁଲି ବୁଲି ସ୍ଲୋଗାନ ଦେଉଛନ୍ତି ପଶ୍ଚିମବଙ୍ଗର ଶିକ୍ଷକ ସୁପ୍ରିୟ କୁମାର । ଅଧିକ ପଢନ୍ତୁ

ଶିକ୍ଷକଙ୍କ ପରିବେଶ ସୁରକ୍ଷା ନିଶା, ୩୫ ବର୍ଷ ହେଲା ସାଇକେଲରେ ବୁଲି ବୁଲି କରୁଛନ୍ତି ସଚେତନ
ଶିକ୍ଷକଙ୍କ ପରିବେଶ ସୁରକ୍ଷା ନିଶା, ୩୫ ବର୍ଷ ହେଲା ସାଇକେଲରେ ବୁଲି ବୁଲି କରୁଛନ୍ତି ସଚେତନ

କୋଲକାତା:ପରିବେଶ ସୁରକ୍ଷା ଜୀବନ ରକ୍ଷା, ଗଛ ଲଗାନ୍ତୁ ଜୀବାନ୍ତୁ ... ଏହି ନାରାକୁ ବେଶ ହୃଦୟଙ୍ଗମ କରିଛନ୍ତି ପଶ୍ଚିମବଙ୍ଗର ଜଣେ ଶିକ୍ଷକ । ପରିବେଶ ସୁରକ୍ଷା ପାଇଁ ସେ ଦିର୍ଘ ୩୫ ବର୍ଷ ହେଲା ଚେଷ୍ଟା ଜାରି ରଖିଛନ୍ତି । ଏଥି ପାଇଁ ପ୍ରତ୍ୟେକ ଦିନ ସାଇକେଲରେ ଯାତ୍ରା କରି ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରୁଛନ୍ତି ଶିକ୍ଷକ ସୁପ୍ରିୟ କୁମାର । ସେ ବୋଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ । ପେଶା ତାଙ୍କର ଶିକ୍ଷକତା ହୋଇଥିବା ବେଳେ ନିଶା କିନ୍ତୁ ପରିବେଶକୁ ସୁରକ୍ଷା ରଖିବା । ଏଥି ପାଇଁ ଦିର୍ଘ ୩୫ ବର୍ଷ ହେଲା ଏକ ସାଇକେଲରେ ପରିବେଶ ସୁରକ୍ଷାର ସ୍ଲୋଗାନ ଲେଖି ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ବୃକ୍ଷରୋପଣ ପାଇଁ ଉତ୍ସାହିତ କରୁଛନ୍ତି ।

ବୋଲପୁରର ସୁରୁଲ ଲୋୟର ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ଡ. ସୁପ୍ରିୟା କୁମାର ସାଧୁ ବିଶ୍ୱ-ଭାରତରେ ଅଧ୍ୟୟନ କରିଥିଲେ ଏବଂ କୃଷି ଉପରେ ଗବେଷଣା କରିଥିଲେ । ଏହା ପରେ ସେ ମୁର୍ସିଦାବାଦ ଜିଲ୍ଲାର ରଘୁନାଥଗଞ୍ଜର ଏକ ଗ୍ରାମ ବିଦ୍ୟାଳୟରେ ପାଠ ପଢାଇବା ଆରମ୍ଭ କରିଥିଲେ। ସେଠାରେ 10 ବର୍ଷ ଶିକ୍ଷାଦାନ କରିବା ପରେ ସେ ବୋଲପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ।ପରେ ତାଙ୍କୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ବିଦ୍ୟାଳୟରେ ୨୫ ବର୍ଷ ପାଠ ପଢାଇବା ପରେ ଚଳିତ ମାସ ଅବସର ନେବାକୁ ଯାଉଛନ୍ତି । 2018ରେ ତାଙ୍କୁ 'ଶିଖ୍ ରତ୍ନ' ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତେବେ ଶିକ୍ଷକତା ପୂର୍ବରୁ ସେ ପରିବେଶ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିଆସୁଛନ୍ତି । ଏଥି ପାଇଁ ସେ ପରିବେଶ ସୁରକ୍ଷାର କାର୍ଯ୍ୟକର୍ତ୍ତା ଭାବେ ଜଣାଶୁଣା ।

ସବୁଠାରୁ ବଡ କଥା ହେଉଛି ଶିକ୍ଷକଙ୍କ ଘର ଠାରୁ ବିଦ୍ୟାଳୟ ୫ କିଲୋମିଟ ଦୂରରେ ଥିଲେ ମଧ୍ୟ ସେ ବାଇକ ଚଲାଇବା ପରିବର୍ତ୍ତେ ସେ ପ୍ରତ୍ୟେକ ଦିନ ସାଇକେଲରେ ଯାତାୟତ କରିଥାନ୍ତି । ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ବରିବେଶ ସୁରକ୍ଷା ବାର୍ତ୍ତା ଦେବା ପାଇଁ ସେ ସାଇକେଲ ଚଳାଇଥାନ୍ତି । ଶିକ୍ଷକଙ୍କ ସାଇକେଲଟି ସବୁଜ ରଙ୍ଗର ହୋଇଥିବା ବେଳେ, ଏଥିରେ ପରିବେଶ ସୁରକ୍ଷାକୁ ନେଇ ସ୍ଲୋଗାନ ଲେଖାଯାଇଛି । ପ୍ଲାଷ୍ଟିକର ବ୍ୟବହାର ନକରିବା , ବୃକ୍ଷରୋପଣ ଓ ପରିବେଶ ବଞ୍ଚାଅ ଆଦି ସାଇକେଲରେ ଲୋଖି ଲୋକଙ୍କୁ ସଚେତନ କରିଥାନ୍ତି ଶିକ୍ଷକ ସୁପ୍ରିୟ କୁମାର । ତେବେ ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀଙ୍କୁ ନେଇ ଗଛ ଲଗାଇଥାନ୍ତି ଶିକ୍ଷକ, ବିଭିନ୍ନ ସ୍ଥାନୁ ଯାଇ ସେ ବୃକ୍ଷରୋପଣ କରନ୍ତି ଏବଂ ଲୋକଙ୍କୁ ମଧ୍ୟ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରନ୍ତି ।

ଏନେଇ ଶିକ୍ଷକ ସୁପ୍ରିୟ କହିଛନ୍ତି ଯେ, ସାଇକେଲରେ ଏହି ସ୍ଲୋଗାନ ଲେଖିବାର କାରଣ ହେଉଛି, ମୁଁ ଚାହୁଁଛି ଲୋକମାନେ ମୋ ସାଇକେଲରେ ଲେଖାଯାଇଥିବା ସ୍ଲୋଗାନ ଦେଖି ସଚେତନ ହୁଅନ୍ତୁ ଓ ବୃକ୍ଷ ରୋପଣ କରନ୍ତୁ, ଏଥି ସହ ପ୍ଲାଷ୍ଟିକର ବ୍ୟବହାର ନକରନ୍ତୁ । ଏହା କରିବା ଦ୍ବାରା ମୋତେ ଶାନ୍ତି ମିଳେ । ଏହି କାର୍ଯ୍ୟ ପାଇଁ ମୋ ସ୍କୁଲର ଛାତ୍ରଛାତ୍ରି ମାନେ ମଧ୍ୟ ମୋତେ ସାହାଯ୍ୟ କରନ୍ତି '' । ପରିଣତ ବୟସରେ ଶିକ୍ଷକଙ୍କ ଏପରି ପ୍ରୟାସ ଆଜିର ଯୁବପିଢିଙ୍କୁ ନିଶ୍ଚିତ ରୂପେ ପ୍ରେରଣା ଯୋଗାଇବ ।

ABOUT THE AUTHOR

...view details