ଓଡିଶା

odisha

ETV Bharat / bharat

ବଙ୍ଗର ଅନ୍ତିମ ପର୍ଯ୍ୟାୟ ମତଦାନ; ସଂନ୍ଧ୍ୟା 5ଟା ସୁଦ୍ଧା 76.07 % ମତଦାନ ରେକର୍ଡ - 35ଆସନ ପାଇଁ ହେବ ଟକ୍କର

ଅନ୍ତିମ ପର୍ଯ୍ୟାୟ ମତଦାନ
ଅନ୍ତିମ ପର୍ଯ୍ୟାୟ ମତଦାନ

By

Published : Apr 29, 2021, 6:43 AM IST

Updated : Apr 29, 2021, 5:57 PM IST

17:49 April 29

ସନ୍ଧ୍ୟା 5ଟା ସୁଦ୍ଧା 76.07 % ମତଦାନ ରେକର୍ଡ

ସନ୍ଧ୍ୟା 5ଟା ସୁଦ୍ଧା 76.07 % ମତଦାନ ରେକର୍ଡ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । 

15:45 April 29

ପଶ୍ଚିମବଙ୍ଗ ଅନ୍ତିମ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା5 ଟା ସୁଦ୍ଧା 76.07 % ମତଦାନ ରେକର୍ଡ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

ପଶ୍ଚିମବଙ୍ଗ ଅନ୍ତିମ ପର୍ଯ୍ୟାୟ ମତଦାନ, ଅପରାହ୍ନ 3ଟା ସୁଦ୍ଧା 68.46 % ମତଦାନ ରେକର୍ଡ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

13:38 April 29

1ଟା ସୁଦ୍ଧା 56.19 ପ୍ରତିଶତ ଭୋଟ ଗ୍ରହଣ

ପଶ୍ଚିମବଙ୍ଗ ବିଧାନସଭାର ଅନ୍ତିମ ନିର୍ବାଚନରେ ସମୟ 1ଟା ସୁଦ୍ଧା 56. 19 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।

11:38 April 29

11ଟା ସୁଦ୍ଧା 37.80ପ୍ରତିଶତ ଭୋଟ ଗ୍ରହଣ

ପଶ୍ଚିମବଙ୍ଗ ବିଧାନସଭାର ଅନ୍ତିମ ନିର୍ବାଚନରେ ସମୟ 11ଟା ସୁଦ୍ଧା 37.80 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।

11:36 April 29

ମତ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ମତ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ପତ୍ନୀଙ୍କ ସହିତ ଭୋଟ ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଦଗଦୀପ ଧନଖର । ଗଣତନ୍ତ୍ରରେ ସବୁଠୁ ବଡ ପର୍ବ ହେଉଛି ନିର୍ବାଚନ । ଆମେ ଦୁହେଁ ଭୋଟ ଦେଇଛୁ । ଏଠାରେ ଶତ ପ୍ରତିଶତ କୋଭିଡ ନିୟମ ପାଳନ ହେଉଛି । ଏଠାକାର ବ୍ୟବସ୍ଥାରେ  ମୁଁ ଖୁସି । ସୁରକ୍ଷାକର୍ମୀଙ୍କ ଓ ନିର୍ବାଚନ କମିଶନଙ୍କ ଦ୍ବାରା ଭଲ କାମ କରାଯାଇଛି । କେବଳ ତୁମ ଭୋଟରେ ହିଁ  ଗଣତନ୍ତ୍ରକୁ ଶକ୍ତି ମିଳିଥାଏ । ଯିଏ ଭୋଟ ଦିଏନି ସେ ଅଭିଯୋଗ କରିବାର ଅଧିକାର ହରାଇବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।

09:57 April 29

ସକାଳ 9ଟା ସୁଦ୍ଧା 16.04 ପ୍ରତିଶତ ଭୋଟ ଗ୍ରହଣ

ପଶ୍ଚିମବଙ୍ଗ ବିଧାନସଭାର ଅନ୍ତିମ ନିର୍ବାଚନରେ ସକାଳ 9ଟା ସୁଦ୍ଧା 16.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।

09:14 April 29

ଭୋଟ ଦେଲେ ବିଜେପି ପ୍ରାର୍ଥୀ ଗୋପାଳ ଚନ୍ଦ୍ର ଶାହା

ଭୋଟ ଦେଲେ ବିଜେପି ପ୍ରାର୍ଥୀ ଗୋପାଳ ଚନ୍ଦ୍ର ଶାହା

ମାଲଦାରେ ବିଜେପି ପ୍ରାର୍ଥୀ ଗୋପାଳ ଚନ୍ଦ୍ର ଶାହା ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ଏପ୍ରିଲ 18ରେ ଶାହାପୁର ହୋଇଥିବା ଜନସଭାରେ ତାଙ୍କୁ କେହି ଗୁଳି କରିଥିଲେ ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହା ଟିଏମସି କିମ୍ବା କଂଗ୍ରେସର କାମ ବୋଲି ଅଭିଯୋଗ କରିଛନ୍ତି ଗୋପାଳ । ଏଠି ଜଙ୍ଗଲ ରାଜ ଚାଲିଛି ବୋଲି କହିଛନ୍ତି ଗୋପାଳ ଚନ୍ଦ୍ର ଶାହା ।

07:44 April 29

ମୁର୍ଶିଦାବାଦ ବୁଥରେ ଭୋଟରଙ୍କ ଲମ୍ବା ଲାଇନ

ଭୋଟରଙ୍କ ଲମ୍ବା ଲାଇନ

ଆଜି ବଙ୍ଗରେ ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଯାଇଛି । ବୁଥ ଆଗରେ ଭୋଟରଙ୍କର ଲାଗିଛି ଲମ୍ବା ଲାଇନ । ମୁର୍ଶିଦାବାଦ ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

07:35 April 29

ଭୋଟ ଦେଲେ ମିଥୁନ ଚକ୍ରବର୍ତ୍ତୀ

ଭୋଟ ଦେଲେ ମିଥୁନ

ଭୋଟ ଦେଲେ ଅଭିନେତାରେ ନେତା ସାଜିଥିବା ମିଥୁନ ଚକ୍ରବର୍ତ୍ତୀ । ସେ ଉତ୍ତର କୋଲକାତା କାଶିପୁର ବେଲଗାଚିଆ ବୁଥରେ ମତଦାନ ଅଧିକାର  ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ ମିଥୁନ କହିଛନ୍ତି କି, ଏହା ପୂର୍ବରୁ ଏତେ ଶାନ୍ତିପୂର୍ଣ୍ଣ ଭାବରେ କେବେ ବି ଭୋଟ ଦେଇନଥିଲି । ସମସ୍ତ ପୋଲିସ କର୍ମଚାରୀଙ୍କୁ ବହୁତ ବହୁତ ଧନ୍ୟବାଦ ।

07:10 April 29

ବଙ୍ଗରେ ଭୋଟିଂ ଆରମ୍ଭ

35ଟି ଆସନ ପାଇଁ ପଶ୍ଚିମବଙ୍ଗରେ ଭୋଟିଂ ଆରମ୍ଭ ହୋଇଛି । ସକାଳୁ ସକାଳୁ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । 

06:00 April 29

ଆଜି ବଙ୍ଗର ଅନ୍ତିମ ପର୍ଯ୍ୟାୟ ମତଦାନ;ଆରମ୍ଭ ହେଲା ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବଙ୍ଗ ମୈଦାନ । ଏହି ପର୍ଯ୍ୟାୟରେ ମୋଟ 84,77.728 ମତଦାତା 283ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । 35 ଆସନ ପାଇ ହେବ ଲଢେଇ । ଶେଷ ପର୍ଯ୍ୟାୟରେ ମୋଟ 283 ପ୍ରାର୍ଥୀଙ୍କ ମଧ୍ୟରୁ 4 ଜିଲ୍ଲାରୁ ମୈଦାନରେ ରହିଛନ୍ତି 35 ମହିଳା ପ୍ରାର୍ଥୀ ।

ଅଷ୍ଟମ ପର୍ଯ୍ୟାୟ ମତଦାନ ପାଇଁ 11,860ଟି ମତଦାନ କେନ୍ଦ୍ର ଗଠନ କରଯାଇଛି । 35ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 11ଟିକୁ ରେଡ ଆଲର୍ଟ ଭାବରେ ଘୋଷଣା କରଯାଇଛି । ମତଦାନ ଶୃଙ୍ଖଳିତ ଭାବରେ ଶେଷ କରିବାକୁ 641 ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2021, 5:57 PM IST

ABOUT THE AUTHOR

...view details