ଚଣ୍ଡୀଗଡ:ହିସାରରେ ଅଘଟଣ (Well Accident in Hisar) । ମାଟି ଅତଡା ଖସି କୂଅରେ ଚାପି ହୋଇ ୨ ଜଣ ଚାଷୀଙ୍କ ମୃତ୍ୟୁ । ଦୁର୍ଘଟଣାର ଚାରିଦିନ ପରେ JCB ସାହାର୍ଯ୍ୟରେ ୮୦ ଘଣ୍ଟା ଖୋଳାଯିବା ପରେ ଉଦ୍ଧାର ହେଲା ମୃତଦେହ । ହିସାରର ସାଂହାଡବା ଗ୍ରାମରେ ମାଟି ଅତଡା ଖସିବାରୁ ଦୁଇ ଚାଷୀ ମାଟିତଳେ ଚାପିହୋଇ ରହିଥିଲେ । ୩ଦିନ ଧରି ସର୍ଚ୍ଚ ଅପରେସନ (Search Operation) ଜାରି ରହିଥିଲା । ଶେଷରେ ଦୁର୍ଘଟଣାର ୪ଦିନ ପରେ ଉଦ୍ଧାର ହେଲା ମୃତଦେହ ।
ସୋମବାର ସକାଳ ପ୍ରାୟ ୪.୩୦ ସମୟରେ ସେନା ଏବଂ NDRF କର୍ମଚାରୀଙ୍କ ବହୁ ଉଦ୍ୟମ ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଚତୁର୍ଥ ଦିନରେ ଆଉଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଟି ଅତଡା ଖସିବା କାରଣରୁ ଉଦ୍ଧାର ପାଇଁ NDRF ଟିମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସୂଚନା ମୁତାବକ, ମେ' ୨୨ ତାରିଖ ସକାଳ ୭ଟା ସମୟରେ ଜୟପାଲ ଏବଂ ଜଗଦୀଶ ନାମକ ଦୁଇ ବ୍ୟକ୍ତି କୌଣସି କାମ ପାଇଁ କ୍ଷେତରେ ଥିବା କୂଅକୁ ଓହ୍ଲାଇଥିଲେ ।