ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚଳିତ ସପ୍ତାହଟି ଭଲରେ କଟିପାରେ । ବିବାହିତ ବ୍ୟକ୍ତି ବିଶେଷଙ୍କର ବୈବାହିକ ଜୀବନ ଭଲରେ ଅତିବାହିତ ହେବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ପ୍ରେମୀ ଯୁଗଳ ମାନେ ଏହି ସପ୍ତାହରେ ସାମାନ୍ୟ ବିପଦର ସମ୍ମୁଖୀନ ହୋଇପାରନ୍ତି । ଅନ୍ୟ କେହି ଆପଣଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିପାରେ, ଯାହାର ପ୍ରଭାବ ଆପଣଙ୍କ ପ୍ରେମ ଜୀବନ ଉପରେ ପଡ଼ିପାରେ । କୌଣସି ସାଙ୍ଗ ସହିତ ଘନିଷ୍ଠତା ମଧ୍ୟ ଆପଣଙ୍କ ପ୍ରେମ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ଏହି ସପ୍ତାହରେ ଆପଣ କୌଣସି ଦୂର ସ୍ଥାନରୁ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ପରିବାର ସଦସ୍ୟଙ୍କ ସହିତ ଛୁଟିଦିନ ପାଳନ କରିବାର ସୁଯୋଗ ପାଇପାରନ୍ତି। ଯାହା ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ । ଆୟରେ ବୃଦ୍ଧି ହୋଇପାରେ । ଚାକିରିରେ ଆପଣଙ୍କ ସ୍ଥିତି ବେଶ ସୁଦୃଢ ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ କଠିନ ପରିଶ୍ରମ କରିବେ କିନ୍ତୁ ସଫଳତା ମିଳିନପାରେ ।
ବୃଷ: ଏହି ସପ୍ତାହ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇପାରେ । ବିବାହିତ ଲୋକଙ୍କ ପାଇଁ ସପ୍ତାହଟି ବେଳ ଲାଭଦାୟକ ହେବ। ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ପ୍ରେମୀ ଯୁଗଳ ମାନେ ପରସ୍ପରର ପରିବାରକୁ ଭେଟି ଖୁସି ହୋଇପାରନ୍ତି । ଚାକିରି ପାଇଁ ଆଗ୍ରହୀ ହୋଇପାରନ୍ତି । କିନ୍ତୁ କିଛି ଲୋକ ଆପଣଙ୍କୁ ଏଥି ପାଇଁ ବିରୋଧ କରିପାରନ୍ତି । ଯାହା ଆପଣଙ୍କୁ ଚିନ୍ତାରେ ପକାଇବ। ବ୍ୟବସାୟ କରୁଥିବା ଲୋକମାନେ ଅଧିକ ଯତ୍ନର ସହିତ କାମ କରିବା ଆବଶ୍ୟକ । କମ୍ପ୍ୟୁଟର ହେତୁ ଆପଣ ଏକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସପ୍ତାହରେ ବ୍ୟବସାୟ କରୁଥିବା ଲୋକେ ସାଙ୍ଗମାନଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ସାଙ୍ଗ ମାନଙ୍କ ଠାରୁ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସପ୍ତାହ ଭଲ ରହିବ।
ମିଥୁନ: ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ବିବାହିତ ଲୋକମାନେ ହୁଏତ ସେମାନଙ୍କ ଘରୋଇ ଜୀବନରେ ଖୁସି ରହିବେ । ଆପଣଙ୍କ ଜୀବନସାଥୀଙ୍କ ସହିତ ନୂତନ କାର୍ଯ୍ୟ କରିବାକୁ ମନୋ ବଳାଇବେ । ଯାହା ଆର୍ଥିକ ଲାଭ ଆଣିପାରେ। ପ୍ରେମ ଜୀବନ ପାଇଁ ଏହା ଏକ ଭଲ ସମୟ ଅଟେ । କେବଳ ନିଜ ତରଫରୁ କିଛି ଚେଷ୍ଟା କରନ୍ତୁ, ଅନ୍ୟ ଜଣଙ୍କ ହୃଦୟକୁ ଯେପରି କଷ୍ଟ ନହୁଏ। କିଛି କଥାକୁ ନେଇ ଚିନ୍ତିତ ରହିପାରନ୍ତି । ଭୁଲ ଚିନ୍ତାଧାରା ମଧ୍ୟ ଆପଣଙ୍କ ମନକୁ ଆସିପାରେ, କିନ୍ତୁ ସେଗୁଡ଼ିକ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ହୁଏତ ସେମାନଙ୍କ କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବେ । ଭଲ ଫଳାଫଳ ମଧ୍ୟ ପାଇପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କୁ ସେମାନଙ୍କ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ସମୟ ଅତିବାହିତ କରିବେ ।
କର୍କଟ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସପ୍ତାହଟି ଭଲରେ ଅତିବାହିତ ହୋଇପାରେ । କିନ୍ତୁ ସପ୍ତାହର ପ୍ରଥମ ଦିନ ଭଲରେ କଟି ନପାରେ । ବିବାହିତ ଲୋକମାନେ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତାରେ ରହିପାରନ୍ତି । ଏଥିପାଇଁ ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ନିଜକୁ ନେଇ ଜମାବି ଗର୍ବ କରନ୍ତୁ ନାହିଁ । ପ୍ରେମୀ ଯୁଗଳଙ୍କ ପାଇଁ ସପ୍ତାହଟି ଲାଭଦାୟକ ହେବ । ସମ୍ପର୍କ ମଜବୁତ ହେବାର ସମ୍ଭାବନା ଅଛି । ଅଧିକ ଖର୍ଚ୍ଚାନ୍ତ ହେବା ସହ ମାନସିକ ଚାପ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣ ଏଥିରୁ ମୁକୁଳିବା ସମ୍ଭବ ନୁହେଁ ବୋଲି ଅନୁଭବ କରିପାରନ୍ତି । କିନ୍ତୁ ଏହା କେବଳ ଆପଣଙ୍କର ଭ୍ରମ ଅଟେ । ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟବସାୟ ଦୃଷ୍ଟିକୋଣରୁ, ଏହି ସପ୍ତାହ ବେଶ ଲାଭଦାୟକ ହେବ ।
ସିଂହ: ଏହି ସପ୍ତାହଟି ଆପଣଙ୍କ ପାଇଁ ବେଶ ଲାଭଦାୟକ ହୋଇପାରେ । ଦାମ୍ପତ୍ୟ ଜୀବନ ଭଲରେ କଟିବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ଆପଣ ପରସ୍ପରକୁ ପ୍ରଶଂସା ମଧ୍ୟ କରିପାରନ୍ତି । ବାହାରକୁ ବୁଲି ଯିବାର ସମ୍ଭାବନା ରହିଛି । ଏହି ସପ୍ତାହର ଆରମ୍ଭ ଦିନ ଗୁଡ଼ିକ ଆପଣଙ୍କ ପ୍ରେମ ଜୀବନ ପାଇଁ ମଧ୍ୟ ଭଲ ରହିବ । ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନ ଭଲରେ କଟିବ । ଚାକିରି କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହେବାର ସମ୍ଭାବନା ଅଛି ଏବଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉନ୍ନତି ହୋଇପାରେ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଦ୍ୟାର୍ଥୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ଆପଣଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ରହିବ ବୋଲି ମନେ ହେଉଛି ।
କନ୍ୟା: ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହୋଇପାରେ । ଦାମ୍ପତ୍ୟ ଜୀବନ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ଆପଣ ଜୀବନସାଥୀଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବେ । ଏହି ସମୟ ଆପଣଙ୍କ ପ୍ରେମ ଜୀବନରେ ସାମାନ୍ୟ ସମସ୍ୟା ଆସିପାରେ। ଝଗଡାରୁ ଦୂରେଇ ରୁହନ୍ତୁ । କାରଣ ଏହା ଆପଣ ଦୁହିଁଙ୍କ ମଧ୍ୟରେ ସମନ୍ୱୟକୁ ନଷ୍ଟ କରିପାରେ । ନିଜ କାମରେ ସଫଳତା ପାଇବା ପାଇଁ ଆପଣ ଅନ୍ୟ କାହା ଉପରେ ନିର୍ଭର କରିବା ଆବଶ୍ୟକ ନାହଁ, କିନ୍ତୁ ନିଜେ କଠିନ ପରିଶ୍ରମ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ । ଚାକିରିକୁ ନେଇ ଆପଣଙ୍କୁ ହୁଏତ କିଛି ଦୁର୍ଗମ ଅଞ୍ଚଳ ଏବଂ ରାଜ୍ୟକୁ ଯାତ୍ରା କରିବାକୁ ପଡ଼ିପାରେ । ଯଦି ଆପଣ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି, ତେବେ ଏହି ସମୟ ମଧ୍ୟରେ ଆପଣ ବିଦେଶ ଯିବାର ସୁଯୋଗ ମଧ୍ୟ ପାଇପାରନ୍ତି । ଆପଣଙ୍କ ଖର୍ଚ୍ଚ ମଧ୍ୟ ଅତି ଶୀଘ୍ର ବଢ଼ିବାର ସମ୍ଭାବନା ଅଛି। ଯାହା ଆପଣଙ୍କୁ ବେଳେବେଳେ ହଇରାଣ କରିପାରେ ।