ମେଷ: ଏହି ସପ୍ତାହରେ ଆପଣ ବ୍ୟବସାୟରେ ବହୁତ ସକ୍ରିୟ ରହିବେ । ଆପଣ ଦୂର ଯାତ୍ରା ପାଇଁ ଚେଷ୍ଟା କରିବେ, କିଛି ନୂଆ ଲୋକଙ୍କ ସହିତ ଯୋଗାଯୋଗ କରିବେ । ଯାହା ଦ୍ଵାରା ଆପଣ ନିଜ ବ୍ୟବସାୟ ପାଇଁ ଗୋଟିଏ ଭଲ ଚୁକ୍ତିର ଚୁଡାନ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିବେ । ଚାକିରି କରୁଥିବା ଲୋକମାନେ ପୂର୍ବ ଭଳି ସେମାନଙ୍କ କାମରେ ବ୍ୟସ୍ତ ରହିବେ। ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ହେବ । ବୈବାହିକ ଜୀବନରେ ଅଶାନ୍ତିପୂର୍ଣ୍ଣ ପରିସ୍ଥିତି ଦେଖାଦେଇପାରେ । ଯାହା ବିଷୟକୁ ନେଇ ଆପଣ ସତର୍କ ରହିବା ଆବଶ୍ୟକ ଅନ୍ୟଥା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ଅଛି । ପ୍ରେମ ଜୀବନ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ସମ୍ପର୍କରେ ରୋମାଞ୍ଚକର ଅନୁଭବ ବୃଦ୍ଧି ପାଇବ ଏବଂ ଆକର୍ଷଣ ମଧ୍ୟ ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ଅଧ୍ୟୟନକୁ ଉପଭୋଗ କରିବେ ଏବଂ ନୂଆ କଥା ଶିଖିବେ । ସପ୍ତାହର ଆରମ୍ଭ ଦିନ ଗୁଡିକ ଭ୍ରମଣ ପାଇଁ ଶୁଭ ନୁହେଁ । ଆପଣଙ୍କୁ ନିଜ ସ୍ଵାସ୍ଥ୍ୟର ୟତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି ।
ବୃଷ: ସପ୍ତାହର ଆରମ୍ଭ ଦିନଗୁଡିକରେ କିଛି ଅଯଥା ବ୍ୟୟ ହେବ । ଆପଣ ଗୋଟିଏ ଋଣ କରିବାର ସମ୍ଭାବନା ମଧ୍ୟ ଅଛି । ଅଯଥା କଥାବାର୍ତ୍ତା ହେବା ଦ୍ଵାରା ଆପଣଙ୍କ ମନ ବିବ୍ରତ ରହିବ ଏବଂ ଆପଣ ମନନିବେଶ କରିବାରେ ସକ୍ଷମ ହେବେ ନାହିଁ । ଏହା ମଧ୍ୟ ଆପଣଙ୍କ କାମରେ ଅସୁବିଧା ସୃଷ୍ଟି ହେବାର କାରଣ ହେବ । ଚାକିରି ଭଳି ବୃତ୍ତିଧାରୀମାନଙ୍କ ପାଇଁ ଏହି ସମୟ ସାମାନ୍ୟ ଦୁର୍ବଳ ହେବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ନିଜ କାମରେ ଧ୍ୟାନ ଦେବାକୁ ହେବ । ବ୍ୟବସାୟ ପାଇଁ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ । ଏଥି ପାଇଁ ଆପଣଙ୍କୁ ଭାରି ଦାମ ଦେବାକୁ ପଡିବ । ବ୍ୟବସାୟରେ ଅର୍ଥ ନିବେଶ କରିବା ଭଳି ମଧ୍ୟ ଏକ ପରିସ୍ଥିତି ଉପୁଜି ପାରେ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ଅଛି । ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହେବ ଏବଂ ଆପଣଙ୍କର ଅର୍ଥ ବ୍ୟୟ ହେବ । ପରସ୍ପର ପ୍ରତି ଅନ୍ତରଙ୍ଗତା ବୃଦ୍ଧି ପାଇବ ଏବଂ ସମ୍ପର୍କରେ ପରସ୍ପର ପ୍ରତି ବିଶ୍ଵାସ ବୃଦ୍ଧି ପାଇବ । ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦିନ ଶୁଭ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସପ୍ତାହ ଶୁଭ ହେବାକୁ ଯାଉଛି ।
ମିଥୁନ:ଏହି ସପ୍ତାହର ଆରମ୍ଭରେ ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖାଦେବ। ଆପଣଙ୍କ ସ୍ଵାସ୍ଥ୍ୟରେ ଏକ ସମସ୍ୟା ଦେଖାଯିବାର ସମ୍ଭାବନା ଅଛି। ପେଟ ଗୋଳମାଳ ହୋଇପାରେ, ଯାହା ଦ୍ଵାରା ଆପଣଙ୍କର ମନ ଖରାପ ରହିବ । ଏହା ଦ୍ଵାରା ଆପଣଙ୍କ କାମରେ ମଧ୍ୟ କିଛି ଅସୁବିଧା ହେବାର ସମ୍ଭାବନା ଅଛି । ଚାକିରି ବଦଳାଇବା ଭଳି ଚିନ୍ତା ମନକୁ ଆସିବ କାରଣ ନିଜର ଅଗ୍ରଗତିରେ ଆପଣ ଖୁସି ଥିବା ଜଣାପଡିବେ ନାହିଁ । ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ । ଆପଣଙ୍କର ଆକାଂକ୍ଷା ଗୁଡିକ ଆପଣଙ୍କୁ ଆଗକୁ ବଢିବା ଉତ୍ସାହିତ କରିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ବର୍ତ୍ତମାନ ଅଶାନ୍ତି ଅନୁଭବ କରିବେ ଏବଂ ନିଜ ମନରେ ଅନୁଭବ କରୁଥିବା ଭାବନାକୁ ସହଜରେ ପରସ୍ପର ନିକଟରେ ପ୍ରକାଶ କରିବାରେ ସକ୍ଷମ ହେବେ । ପ୍ରେମ ଜୀବନ ପାଇଁ ସମୟ ଉତଥାନ ଓ ପତନରେ ପରିପୂର୍ଣ୍ଣ ହେବ । ଝଗଡା ହେବା ଭଳି ଏକ ସୁଯୋଗ ଆସିପାରେ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ଅଛି।
କର୍କଟ: ସପ୍ତାହର ଆରମ୍ଭରେ ଆପଣ ନିଜର ବନ୍ଧୁମାନଙ୍କ ସହିତ କୌଣସି ଏକ ସ୍ଥାନକୁ ମଜା ମଜଲିସ କରିବା ପାଇଁ ଯିବେ ଏବଂ ସେମାନଙ୍କ ସହିତ ସମୟ କଟାଇବେ। ଏହା ଦ୍ଵାରା ଆପଣ ବହୁତ ଖୁସି ଅନୁଭବ କରିବେ। ଆପଣ ନିକଟ ଥିବା କୌଣସି ଏକ ସ୍ଥାନକୁ ବୁଲି ଯିବାର ସମ୍ଭାବନା ଅଛି। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ପୁରୁଣା ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। ବିବାହିତ ଲୋକମାନେ ସୁଖୀ ହେବେ କିନ୍ତୁ ବର୍ତ୍ତମାନ ଲାଗି ରହିଥିବା ସମସ୍ୟାଗୁଡ଼ିକ ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ନିଜର ବନ୍ଧୁମାନଙ୍କ ମଧ୍ୟରୁ ଆପଣ ଜଣକ ପ୍ରତି ମଧ୍ୟ ଆକର୍ଷିତ ହେବା ଭଳି ଅନୁଭବ କରିପାରନ୍ତି। ଚାକିରୀ କରୁଥିବା ଲୋକମାନେ ଏହି ସମୟରେ ଅତ୍ୟନ୍ତ ସାବଧାନ ରହିବା ଆବଶ୍ୟକ କାରଣ ଆପଣଙ୍କ ମନରେ ଚାଲୁଥିବା ଅନେକ କଥାକୁ ନେଇ ଆପଣ ଚିନ୍ତିତ ରହିବାର ସମ୍ଭାବନା ଅଛି। ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ। ରିଅଲ ଇଷ୍ଟେଟ୍ କାମରେ ସଫଳତା ପାଇବେ। ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ପଥପ୍ରଦର୍ଶକ କିମ୍ବା ଶିକ୍ଷକଙ୍କର ସହାୟତା ନେବା ଆବଶ୍ୟକ।
ସିଂହ: ଜଣେ କୁନି ଅତିଥିଙ୍କ ଆଗମନ ହେବାର ସମ୍ଭାବନା ଥିବା କାରଣରୁ ଘରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ, ଯେଉଁ କାରଣରୁ ଆପଣ କୌଣସି ଏକ ସ୍ଥାନକୁ ଚାଲି ଚାଲି ଯିବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟରେ ଦୃଢତା ଦେଖିବାକୁ ମିଳିବ। ବୈବାହିକ ଜୀବନରେ ମାନସିକ ଚାପ ହ୍ରାସ ପାଇବ। ଭ୍ରମଣ ପାଇଁ ସପ୍ତାହର ମଧ୍ୟ ଭାଗ ଅନୁକୂଳ ହେବ। ପ୍ରେମ ନିବେଦନ ପାଇଁ ଏହି ସପ୍ତାହ ସାହାଯ୍ୟକାରୀ ସାବ୍ୟସ୍ତ ହେବ ଏବଂ ଉତ୍ତମ ପରିଣାମ ମଧ୍ୟ ପାଇବେ। ବ୍ୟବସାୟ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପଡିବ। ବଜାରରେ ଥିବା ଅନ୍ୟମାନେ ଆପଣଙ୍କ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଛି। ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ବ୍ୟସ୍ତବହୁଳ ହେବାକୁ ଯାଉଛି । ଆପଣ ନୂଆ ଲୋକଙ୍କୁ ଭେଟିବା ପାଇଁ ଗୋଟିଏ ସୁଯୋଗ ପାଇବେ । ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଏହି ସପ୍ତାହ ସାରା କଠିନ ପରିଶ୍ରମ କରିବାକୁ ପଡିବ କିନ୍ତୁ ଆପଣ ଏହା ଦ୍ଵାରା ଲାଭବାନ ମଧ୍ୟ ହେବେ ।
କନ୍ୟା: ଆପଣଙ୍କର ଖର୍ଚ୍ଚଗୁଡିକ ହ୍ରାସ ପାଇବ ଏବଂ ଭଲ ଆୟ ହେବ । ଘରେ କିଛି ଦ୍ଵନ୍ଦ୍ଵ ସୃଷ୍ଟି ହେବାର ସମ୍ଭାବନା ଅଛି, ଯେଉଁଥିରୁ ମୁକୁଳିବା ପାଇଁ ଆପଣଙ୍କୁ ମୁଣ୍ଡ ଥଣ୍ଡା ଏବଂ ମଧୁର କଥାର ପ୍ରୟୋଗ କରିବାକୁ ହେବ, ଅନ୍ୟଥା ସମସ୍ୟାଗୁଡ଼ିକ ବଢିଯାଇପାରେ । ଆପଣଙ୍କୁ ପାକସ୍ଥଳୀ ସମ୍ବନ୍ଧିତ କିମ୍ବା ପାଟି ସମ୍ବନ୍ଧିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡିପାରେ। ଉତ୍ତମ ଖାଦ୍ୟାଭ୍ୟାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଉଭୟଙ୍କର ବହୁତ ଗୁରୁତ୍ଵ ଅଛି । ଏହାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରନ୍ତୁ । ବିବାହିତ ଲୋକମାନେ ସେମାନଙ୍କର ବିଜ୍ଞତା ବଳରେ ନିଜର ଗୃହସ୍ଥ ଜୀବନରେ ସୁଖର ମୁହୂର୍ତ୍ତଗୁଡିକୁ ଉପଭୋଗ କରିବେ । ପ୍ରେମ ଜୀବନରେ ମଧ୍ୟ ସମୟ ଶାନ୍ତିପୂର୍ଣ୍ଣ ହେବ । ଆପଣ ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ।