ଓଡିଶା

odisha

By

Published : Feb 18, 2021, 9:54 PM IST

ETV Bharat / bharat

ମହାରାଷ୍ଟ୍ରରେ ଅଣାୟତଃ କୋରୋନା, 2 ଜିଲ୍ଲାରେ ସାପ୍ତାହିକ ଲକଡାଉନ ଘୋଷଣା

ଅମରାବତୀ ଓ ୟବତମାଲରେ ସାପ୍ତାହିକ ଲକଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଅଣାୟତ କୋରୋନା, 2 ଜିଲ୍ଲାରେ ସାପ୍ତିହିକ ଲକଡାଉନ ଘୋଷଣା
ମହାରାଷ୍ଟ୍ରରେ ଅଣାୟତ କୋରୋନା, 2 ଜିଲ୍ଲାରେ ସାପ୍ତିହିକ ଲକଡାଉନ ଘୋଷଣା

ମୁମ୍ବାଇ: ମହାମାରୀ କୋରୋନା ଭାଇରସର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅମରାବତୀ ଓ ୟବତମାଲରେ ସାପ୍ତାହିକ ଲକଡାଉନ ଘୋଷଣା କରାଯାଇଛି । ମୁମ୍ବାଇରେ ମହାମାରୀ କୋରୋନା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଦୁଇ ଜିଲ୍ଲାରେ ରବିବାର ଲକଡାଉନ ଲାଗୁ କରିବା ନେଇ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଅମରାବତୀ ଓ ୟବତମାଲରେ ଲକଡାଉନ ଲାଗୁ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁଯାୟୀ, ଅମରାବତୀ ଓ ୟବତମାଲ ଜିଲ୍ଲାରେ ଶନିବାର ସଂଧ୍ୟା 8ଟାରୁ ସୋମବାର ସକାଳ 7ଟା ପର୍ଯ୍ୟନ୍ତ କଡାକଡି ଲକଡାଉନ ନିୟମ ପାଳନ କରାଯିବ । ଏହି ନିଷ୍ପତ୍ତି ପରେ ଏବେ ରବିବାର ଜରୁରୀକାଳୀନ ସେବାକୁ ଛାଡି ବାକି ସେବା ବନ୍ଦ ରହିବ ।

ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 4,787ଟି ନୂଆ ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ ଗତ ବର୍ଷ ଡିସେମ୍ବର ୨ ପରେ ଏହି ସଂଖ୍ୟା ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ -19 ର 20 ଲକ୍ଷ 76 ହଜାର 93 ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ 51 ହଜାର 631 ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ଏବଂ କେରଳ ଚିନ୍ତା ବଢାଇଛି । ଉଭୟ ରାଜ୍ୟରେ କରୋନା ଏବେ ଅଣାୟତ ସ୍ଥିତିରେ ରହିଛି ।

ABOUT THE AUTHOR

...view details