ଥିରୁଅନନ୍ତପୁରମ: ବିବାହ ସମୟରେ ବାପଘରୁ ଝିଅକୁ ଦିଆଯାଉଥିବା ଉପହାର ଯୌତୁକ(Kerla Dowry Case) ନୁହେଁ । ବଂର ପରିବାର ଯଦି ଦାବି ନକରନ୍ତି ତେବେ ବିବାହରେ ପିତାମାତା ସେମାନଙ୍କ ଝିଅମାନଙ୍କୁ ଦେଉଥିବା ଉପହାର ଯୌତୁକ ଅଧୀନରେ ଆସିବ ନାହିଁ ବୋଲି କେରଳ ହାଇକୋର୍ଟ(Kerla High Court) କହିଛନ୍ତି ।
କେରଳ ହାଇକୋର୍ଟ ବିଚାରପତି ଏମ.ଆର ଅନୀତା କହିଛନ୍ତି ଯେ, କନିଆଁକୁ ବିବାହ ସମୟରେ ବାପଘରୁ ଦିଆଯାଇଥିବା ଉପହାର ଯୌତୁକ ଅଧିନରେ ଆସିବ ନାହିଁ । ଏହାକୁ ମଧ୍ୟ ଯୌତୁକ ନିଷେଧ ଆଇନ ବିଭାଗ 3 (1)ରେ ଗଣନା କରାଯିବ ନାହିଁ, ଯାହା ନିଷିଦ୍ଧ ଅଟେ । କେରଳର ଏକ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି ଅଦାଲତ ।
ସୂଚନା ଅନୁଯାୟୀ, ବରକୁ କନ୍ୟା ପିତା ଦେଇଥିବା ଅଳଙ୍କାର ଫେରାଇବାକୁ ଜିଲ୍ଲା ଯୌତୁକ ନିରୋଧ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଜଣେ ବ୍ୟକ୍ତି ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ସେ ଯୁକ୍ତି କରିଥିଲେ ଯେ, ବିବାହରେ ଦିଆଯାଉଥିବା ସୁନା ଅଳଙ୍କାରଗୁଡିକ ଯୌତୁକ ଶ୍ରେଣୀରେ ଆସେନାହିଁ । ମାମଲାର ଶୁଣାଣି କରି ଅଦାଲତ ମଧ୍ୟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।