ନୂଆଦିଲ୍ଲୀ:ପୁଣି କଡ ଲେଉଟାଇଲାଣି ମହାମାରୀ । ବଢିଲାଣି ଦୈନିକ ସଂକ୍ରମଣ ମାମଲା । ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାକୁ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଡିଡିଏମଏ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ସାର୍ବଜନିନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ 500ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ହୋଇଛି । ବର୍ତ୍ତମାନ ସ୍ଥିତିରେ ସ୍କୁଲ କଲେଜ ବନ୍ଦ ହେବା ନେଇ କୌଣସି ସୂଚନା ନାହିଁ ।
କୋରୋନା ମାମଲା ବଢିବା ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ସଂକ୍ରମଣ ରୋକ ଲଗାଇବା ନେଇ ମାସ୍କ ବାଧ୍ୟତାମୂଳକ ହୋଇଛି । ସାର୍ବଜନିନ ସ୍ଥାନରେ ମାସ୍କ ନ ପିନ୍ଧିଲେ 500 ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତ୍ତି ହୋଇଛି । ଏହା ସହିତ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁମାନଙ୍କ ଟୀକାକରଣ ହୋଇନାହିଁ ତୁରନ୍ତ ଭ୍ୟାକ୍ସିନ ନେବା ଉପରେ ଫୋକସ ଦିଆଯାଇଛି । ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା କରାଯାଇ ସ୍କୁଲ କଲେଜ ବନ୍ଧ ହେବା ନେଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କେବେଳ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ହୋଇଛି ।