ଓଡିଶା

odisha

ଆସାମରେ ନିର୍ବାଚନ ଲଢିବାକୁ ମମତାଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

By

Published : Aug 30, 2021, 6:53 AM IST

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମମତା ବାନାର୍ଜୀଙ୍କୁ ଆସାମରେ ନିର୍ବାଚନ ଲଢିବାକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ଯଦି ଟିଏମସି ଆସାମରେ ନିର୍ବାଚନ ଲଢେ ତେବେ ତାହା ତାଙ୍କ ଦଳ ପାଇଁ ଫାଇଦା ହେବ । ଅଧିକ ପଢନ୍ତୁ...

ନିର୍ବାଚନ ଲଢିବାକୁ ଆମେ ମମତାଙ୍କୁ ସ୍ବାଗତ କରିବୁ: ହିମନ୍ତ ବିଶ୍ବ ଶର୍ମା
ନିର୍ବାଚନ ଲଢିବାକୁ ଆମେ ମମତାଙ୍କୁ ସ୍ବାଗତ କରିବୁ: ହିମନ୍ତ ବିଶ୍ବ ଶର୍ମା

କୋଲକାତା: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମମତା ବାନାର୍ଜୀଙ୍କୁ ଆସାମରେ ନିର୍ବାଚନ ଲଢିବାକୁ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି, ଯଦି ଟିଏମସି ଆସାମରେ ନିର୍ବାଚନ ଲଢେ ତେବେ ତାହା ତାଙ୍କ ଦଳ ପାଇଁ ଫାଇଦା ହେବ ।

ରବିବାର ଆସାମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ସିଲିଗୁଡି ଗସ୍ତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ଟିଏମସି ପାର୍ଟି ଯଦି ଆସାମରେ ନିର୍ବାଚନ ଲଢିବା ପାଇଁ ଚାହିଁବେ ତେବେ ତାଙ୍କୁ ସେ ସ୍ବାଗତ କରିବେ, କାରଣ ବିରୋଧିଙ୍କ ଭୋଟ ଭାଗଭାଗ ହେବ । ଏହି ସମ୍ମିଳନୀରେ ମମତା ସରକାରରେ ହେଉଥିବା ହିଂସାର ମଧ୍ୟ ତୀବ୍ର ସମାଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details