ହାଇଦ୍ରାବାଦ:ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi liquor scam case)ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ ବିଧାନ ପରିଷଦ ସଦସ୍ୟା କବିତା (MLC Kavitha)ଙ୍କ ସମ୍ପୃକ୍ତି ଅଭିଯୋଗ । ଏହି ଘଟଣାରେ ଆସନ୍ତା ୧୧ ତାରିଖରେ ସିବିଆଇ କବିତାଙ୍କ ବୟାନ ରେକର୍ଡ କରିବ ବୋଲି କହିଛି (CBI agreed to conduct investigation on 11th December) ।
ଗତ ଡିସେମ୍ବର ୩ ତାରିଖରେ ହାଜର ହେବା ନେଇ ସିବିଆଇ କବିତାଙ୍କୁ ସମନ ଜାରି କରିଥିବା ବେଳେ ସେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ତେବେ ଆସନ୍ତା ୧୧ ତାରିଖରେ ତାଙ୍କ ବୟାନ ରେକର୍ଡ ହେବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ପଚରା ଉଚୁରା ପାଇଁ ଗତ ଡିସେମ୍ବର ୩ ତାରିଖ ପରେ ୬ ତାରିଖ ପାଇଁ ସମନ ଜାରି କରିଥିଲେ । ଏହାପରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ହୋଇଥିବା ଅଭିଯୋଗ ପତ୍ରର ଏକ ଦସ୍ତାବିଜ ତାଙ୍କୁ ଦେବା ପାଇଁ ସେ କହିଥିଲେ । ଏହାପରେ ବିଭାଗ ଇ-ମେଲ ଯୋଗେ ଏ ନେଇ ପ୍ରତିକ୍ରିୟା ରଖିଥିଲା । ଅଭିଯୋଗ ପତ୍ର ୱେବସାଇଟରେ ରହିଥିବା ତାଙ୍କୁ ମେଲ୍ ଯୋଗେ ଜଣାଇ ଦେଇଥିଲା ବିଭାଗ । କବିତା ଏ ନେଇ ଆଇନ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ପରେ ସିବିଆଇକୁ ଏକ ଚିଠି ଲେଖିଥିଲେ ।