ଓଡିଶା

odisha

ETV Bharat / bharat

ଆଫଗାନ ନିର୍ମାଣରେ ଭାରତ ଭୂମିକାକୁ ପ୍ରଶଂସା କଲା ତାଲିବାନ; ପରୋକ୍ଷରେ ଦେଲା ଧମକ - ଯଦି ଭାରତ ସୈନ୍ୟ ପଠାଏ

ଆଫଗାନ ଆକାଶରେ ତାଲିବାନର କଳା ବାଦଲ ଏବେ ଆହୁରି ଘନେଇବାରେ ଲାଗିଛି । ଦେଶର ଗୋଟିଏ ପରେ ଗୋଟିଏ ପ୍ରମୁଖ ଓ ପ୍ରତିଷ୍ଠାନ ନିଜ କବଜାକୁ ନେଉଛି ଆତଙ୍କୀ ସଂଗଠନ ତାଲିବାନ । କୁହାଯାଉଛି ଖୁବଶୀଘ୍ର କାବୁଲକୁ ଦଖଲ କରିବ ତାଲିବାନ । ତେବେ ଏହାରି ଭିତରେ ଭାରତକୁ ନେଇ ମୁହଁ ଖୋଲିଛି ତାଲିବାନ । ଅଧିକ ପଢନ୍ତୁ...

taliban
taliban

By

Published : Aug 14, 2021, 1:54 PM IST

Updated : Aug 14, 2021, 2:03 PM IST

କାବୁଲ: ଆଫଗାନ ଆକାଶରେ ତାଲିବାନର କଳା ବାଦଲ ଏବେ ଆହୁରି ଛାଇବାରେ ଲାଗିଛି । ଦେଶର ଗୋଟିଏ ପରେ ଗୋଟିଏ ପ୍ରମୁଖ ଓ ପ୍ରତିଷ୍ଠାନ ନିଜ କବଜାକୁ ନେଉଛି ଆତଙ୍କୀ ସଂଗଠନ ତାଲିବାନ । କୁହାଯାଉଛି ଖୁବଶୀଘ୍ର କାବୁଲକୁ ଦଖଲ କରିବ ତାଲିବାନ। ତେବେ ଏହାରି ଭିତରେ ଭାରତକୁ ନେଇ ମୁହଁ ଖୋଲିଛି ତାଲିବାନ ।

ଆଫଗାନ ନିର୍ମାଣରେ ଭାରତ ଭୂମିକାକୁ ପ୍ରଶଂସା କଲା ତାଲିବାନ; ପରୋକ୍ଷରେ ଦେଲା ଧମକ

ଖବର ସରାବହ ସଂସ୍ଥା ଏଏନଆଇ ସହ ତାଲିବାନ ଅଧିକାରୀ ପ୍ରବକ୍ତା ସୁହେଲ ଶାହୀନ ଆଲୋଚନା କରି କହିଛନ୍ତି ଆଫଗାନ ନିର୍ମାଣରେ ଭାରତର ସହଯୋଗ ଓ ସହାୟତାକୁ ଆମେ ପ୍ରଶଂସା କରୁଛୁ । ଆଫଗାନିସ୍ତାନରେ ଭାରତ ଦ୍ବାରା ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଓ ଜାତୀୟ ପ୍ରକଳ୍ପ ସହ ସମସ୍ତ ଯୋଜନା ପାଇଁ ଭାରତର ଭୂମିକା ଉଲ୍ଲେଖନୀୟ । କାରଣ ଏହି ସମସ୍ତ ପ୍ରକଳ୍ପ ନୂଆ ଆଫଗାନିସ୍ତାନ ନିର୍ମାଣ, ଲୋକଙ୍କ ସମୃଦ୍ଦି ଓ ଆର୍ଥିକ ପ୍ରଗତି ପାଇଁ ଏହା ଜରୁରୀ ।

ଯଦି ଭାରତ ସୈନ୍ୟ ପଠାଏ...

ସେହିପରି ଆଫଗାନରେ ଭାରତର ସମ୍ଭାବ୍ୟ ସୈନ୍ୟ ମୁତୟନକୁ ନେଇ ମଧ୍ୟ ତାଲିବାନ ଚିନ୍ତା ପ୍ରକାଶ କରିବା ସହ ପରୋକ୍ଷରେ ଧମକ ଦେଇଛି । ତାଲିବାନ ଅଧିକାରୀ ପ୍ରବକ୍ତା ସୁହେଲ ଶାହୀନ କହିଛନ୍ତି ଯଦି ଭାରତ ଆଫଗାନିସ୍ତାନରେ ସୈନ ମୁତୟନ କରେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଏହା ଭାରତ ପାଇଁ ଉଚିତ୍‌ ହେବ ନାହିଁ । ଭାରତ ଆଫଗାନିସ୍ତାନ ମାଟିରେ ଅନ୍ୟ ଦେଶର ସେନା ମୁତୟନର ପରିଣାମ ଦେଖିଛି । ଫଳରେ ଭାରତ ଏହା କେବେ କରିବ ନାହିଁ ବୋଲି ସେ କହିଛନ୍ତି ।

ଭାରତ ବିରୋଧୀ କାର୍ଯ୍ୟ ହେବ ନାହିଁ ଆଫଗାନ ଭୂଖଣ୍ଡରେ...

ସାକ୍ଷାତକାରରେ ତାଲିବାନ ପ୍ରବକ୍ତା କହିଛନ୍ତି ଯଦି ତାଲିବାନ ଶାସନକୁ ଫେରିବ, ତେବେ ଆଫଗାନିସ୍ତାନ ମାଟିରେ ଭାରତ ବିରୋଧୀ କୌଣସି କାର୍ଯ୍ୟକଳାପ ହେବ ନାହିଁ । ଏହା ଆମେ ସ୍ପଷ୍ଟ କରୁଛୁ ଓ ଗୋଟିଏ ନୀତିରେ କାମ କରୁଛୁ । ତାଲିବାନ ପ୍ରବକ୍ତା ଆହୁରି କହିଛନ୍ତି ଖାଲି ଭାରତ ନୁହେଁ ଆମେ କୌଣସି ପଡୋଶୀ ଦେଶ ବିରୋଧୀ କାର୍ଯ୍ୟକଳାପ କରିବୁ ନାହିଁ । ଆମର ନୀତି ସ୍ପଷ୍ଟ । ଆମେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆଗକୁ ବଢୁଛୁ ।

ଶିଖ ହିଁ ହଟାଇଛନ୍ତି ନିଶାନ ସାହିବ...

ସେହିପରି ଅନ୍ୟ ଏକ ପ୍ରସଙ୍ଗରେ ଆଲୋଚନା କରି ତାଲିବାନ ପ୍ରବକ୍ତା କହିଛନ୍ତି ଯେ ଗୁରୁଦ୍ବାରରେ ନିଶାନ ସାହିବ ହଟାଇବା ଘଟଣା ତାଲିବାନକୁ ଦାୟୀ କରାଯାଇ ପାରିବ ନାହିଁ । କାରଣ ଏହା ଶିଖ ସମୁଦାୟ ହିଁ କରିଛନ୍ତି । ସେମାନେ ତାଲିବାନକୁ ଭୟ କରି ପତାକା ହଟାଇ ଦେଇଥିଲେ । ଆମ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆଶ୍ବସନା ଦେବା ପରେ ପୁଣି ଥରେ ପତାକା ଲାଗିଥିବା କହିଛନ୍ତି ତାଲିବାନ ପ୍ରବକ୍ତା ।

କୌଣସି ଦୂତାବାସକୁ କରିବୁ ନାହିଁ ଆକ୍ରମଣ...

ଅନ୍ୟପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ତାଲିବାନ ପ୍ରବକ୍ତା । ଆଫଗାନିସ୍ତାନ ମାଟିରେ ଥିବା ବିଦେଶୀ ଦୂତାବାସ ପ୍ରତି ଆମ ପକ୍ଷରୁ କୌଣସି ବିପଦ ନାହିଁ । ଆମେ କୌଣସି ବିଦେଶୀ ଦୂତାବାସ କିମ୍ବା କର୍ମଚାରୀଙ୍କୁ କୌଣସି କ୍ଷତି ପହଞ୍ଚାଇବୁ ନାହିଁ ବୋଲି କହିଛନ୍ତି ।

@ANI

Last Updated : Aug 14, 2021, 2:03 PM IST

ABOUT THE AUTHOR

...view details