ଓଡିଶା

odisha

ଭାରତ ଓ ବ୍ରିଟେନ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ୟିକ ବ୍ୟବସ୍ଥା ଲାଗୁ ହେବ: PM Modi

By

Published : Apr 22, 2022, 5:03 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା । ଗତ କିଛି ବର୍ଷ ହେବ ଭାରତ ଓ ବ୍ରିଟେନ ସମ୍ପର୍କ ମଜବୁତ୍‌ କରିବାରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମୋଦି କହିଛନ୍ତି । ଅଧିକ ପଢନ୍ତୁ

ଭାରତ ଓ ବ୍ରିଟେନ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ଯିକ ବ୍ଯବସ୍ଥା ଲାଗୁ ହେବ
ଭାରତ ଓ ବ୍ରିଟେନ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ଯିକ ବ୍ଯବସ୍ଥା ଲାଗୁ ହେବ

ନୂଆଦିଲ୍ଲୀ:ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା । ଗତ କିଛି ବର୍ଷ ହେବ ଭାରତ ଓ ବ୍ରିଟେନ ସମ୍ପର୍କ ମଜବୁତ୍‌ କରିବାରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମୋଦି କହିଛନ୍ତି । ତେବେ ଯେତେବେଳେ ଭାରତ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି, ସେତେବେଳେ ପ୍ରଧାନମନ୍ତ୍ରୀ ଜନସନ ଆଜାଦୀ କି ଅମୃତ ମହତ୍ସୋବର ଏହି ଐତିହାସିକ ମୂହର୍ତ୍ତରେ ଭାରତ ଆସିଛନ୍ତି ।

ସେହିପରି ଏହା ଭାରତ ପାଇଁ ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ତେବେ ୨ ଦେଶ ମଧ୍ୟରେ ସମ୍ପର୍କ ମଜବୁତ୍‌ କରିବା ଲାଗି ପୂର୍ବରୁ ଏହି ଦଶନ୍ଧିରେ ଲାଗୁ ହୋଇଥିବା ମହତ୍ବପୂର୍ଣ୍ଣ ଯୋଜାନ 'ରୋଡମ୍ୟାପ ୨୦୩୦' ବହୁତ ଗୁରୁତ୍ବ ବହନ କରୁଛି ବୋଲି ମୋଦି କହିଛନ୍ତି । ଆଜିର ଏହି ବୈଠକରେ 'ରୋଡମ୍ୟାପ ୨୦୩୦' ଯୋଜନା ଅଧିନରେ ହୋଇଥିବା ଉନ୍ନତିର ସମୀକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଥିସହ ଆଗମୀ ଦିନ ପାଇଁ କିଛି ନୂଆ ଯୋଜନା ମଧ୍ୟ ପ୍ରସ୍ତୁତ କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିଭଳି ଗତ ବର୍ଷ ଦୁଇ ଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ସ୍ଥାପନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ମୁକ୍ତ ବାଣିଜ୍ୟ ବ୍ୟବସ୍ଥା ଚୁକ୍ତି ଉପରେ ଦୁଇ ଦେଶର ସଦସ୍ୟ କାର୍ଯ୍ୟ ଜାରି ରଖିଛନ୍ତି । ଏହି କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହା ସହିତ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ୍ୟିକ ଚୁକ୍ତି ଚଳିତ ବର୍ଷ ଶେଷ ଭିତରେ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ମୋଦି କହିଛନ୍ତି । ଏପଟେ ଭାରତରେ ଜାରି ରହିଥିବା ବ୍ୟାପକ ସଂସ୍କାର ଓ ଭିତ୍ତିଭୂମି ବିକାଶ ଲାଗି ହେଉଥିବା ଆଧୁନିକୀକରଣ ଯୋଜନା ଏବଂ ଜାତୀୟ ଭିତ୍ତିଭୂମି ବିକାଶ ପାଇପଲାଇନ୍‌ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଭାରତରେ ବ୍ରିଟେନ କମ୍ପାନୀଗୁଡିକ ଦ୍ବାରା କରାଯାଉଥିବା ନିବେଶକୁ ଆମେ ସ୍ବାଗତ କରୁଛୁ ।

ତେବେ ଏହାର ଏକ ଉତ୍ତମ ଉଦାହରଣ ଗତକାଲି ଗୁଜୁରାଟର ହାଲୋଲରେ ଦେଖିବାକୁ ପାଇଛୁ ବୋଲି ମୋଦି କହିଛନ୍ତି । ସେହିପରି ଆଜି ଆମେ ଆମର ଜଳବାୟୁ ଏବଂ ଶକ୍ତି ସହଭାଗୀତାକୁ ଗଭୀର କରିବାକୁ ନିଷ୍ପତ୍ତି ନେଇଛୁ । ଏଥିସହ ଆମେ ଭାରତର ଜାତୀୟ ହାଇଡ୍ରୋଜେନ ମିଶନରେ ସାମିଲ ହେବା ଲାଗି ବ୍ରିଟେନକୁ ନିମନ୍ତ୍ରଣ କରିଛୁ ବୋଲି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

ଏତଦ୍‌ବ୍ୟତିତ ଆଜି ଆମ ମଧ୍ୟରେ ଗ୍ଲୋବାଲ୍ ଇନୋଭେସନ୍ ପାର୍ଟନରସିପର କାର୍ଯ୍ୟକାରିତା ବ୍ୟବସ୍ଥାର ସମାପ୍ତିକୁ ଆମ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି ମୋଦି କହିଥିଲେ । ଏହା ଆମ ଦେଶ ସହ ଅନ୍ୟ ଦେଶ ସହିତ ଆମ ବିକାଶକୁ ସମ୍ପର୍କକୁ ଆହୁରି ମଜୁବୁତ୍‌ କରିବ ବୋଲି ମୋଦି କହିଛନ୍ତି । ତେବେ ଏହା ଅଧୀନରେ, 'ମେଡ୍ ଇନ୍ ଇଣ୍ଡିଆ' ଉଦ୍ଭାବନରେ ତୃତୀୟ ଦେଶକୁ ସ୍ଥାନାନ୍ତର ଏବଂ ସ୍କେଲ-ଅପ ପାଇଁ ଭାରତ ଏବଂ ବ୍ରିଟେନ ୧୦୦ ମିଲିୟନ୍ ଡଲାର ପର୍ଯ୍ୟନ୍ତ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଅପରପକ୍ଷରେ ଆଞ୍ଚଳିକ ଏବଂ ବିଶ୍ବ ସ୍ତରରେ ଘଟୁଥିବା ଅନେକ ବିକାଶ ବିଷୟରେ ମଧ୍ୟ ଆମେ ଆଲୋଚନା ହୋଇଛି । ଏକ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ ଏବଂ ନିୟମ-ଆଧାରିତ କ୍ରମ ଉପରେ ଆଧାର କରି ଆମେ ଇଣ୍ଡୋ-ପାସିଫିକ ଅଞ୍ଚଳର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଛୁ । ଇଣ୍ଡୋ-ପାସିଫିକ ମହାସାଗରରେ ଯୋଗଦେବା ପାଇଁ ବ୍ରିଟେନର ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି ବୋଲି ମୋଦି କହିଛନ୍ତି ।

ଅନ୍ୟପଟେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ନିରାପଦ ଆଫଗାନିସ୍ତାନ ତଥା ଏକ ଅନ୍ତର୍ଭୂକ୍ତ ତଥା ପ୍ରତିନିଧୀ ସରକାର ପାଇଁ ଆମେ ଆମର ସମର୍ଥନକୁ ଦୋହରାଇଛୁ । ଅନ୍ୟ ଦେଶରେ ଆତଙ୍କବାଦ ବିସ୍ତାର ପାଇଁ ଆଫଗାନିସ୍ତାନ ଜମି ବ୍ୟବହାର କରାଯିବା ଉଚିତ ନୁହେଁ । ତୁରନ୍ତ ଅସ୍ତ୍ରବିରତି ଏବଂ ସମସ୍ୟାର ସମାଧାନ ପାଇଁ ଆମେ ୟୁକ୍ରେନରେ କଥାବାର୍ତ୍ତା ଏବଂ କୂଟନୈତିକ ଉପରେ ଗୁରୁତ୍ୱାରୋପ କରିଛୁ ବୋଲି ମୋଦି କହିଥିବା ବେଳେ ଆମେ ମଧ୍ୟ ସମସ୍ତ ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ବ ପ୍ରତି ସମ୍ମାନର ଗୁରୁତ୍ୱକୁ ଦୋହରାଇଛୁ ।

ABOUT THE AUTHOR

...view details