ଓଡିଶା

odisha

ETV Bharat / bharat

BJP ସିଟ କମିପାରିବ ବୋଲି ଆମେ ଦେଖାଇ ଦେଇଛୁ: ଅଖିଳେଶ - ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ

ଆସିଛି ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ । ୨୦୧୭ ଅପେକ୍ଷା ଏଥର ବିଜେପି କମ୍ ଆସନ ଜିତିଛି । ତେଣୁ ବିଜେପି ଆସନ ସଂଖ୍ୟା କମିପାରିବ ବୋଲି ଆମେ ଦେଖାଇ ଦେଇଛୁ କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

BJP ସିଟ୍ କମିପାରିବ ବୋଲି ଆମେ ଦେଖାଇ ଦେଇଛୁ: ଅଖିଳେଶ
BJP ସିଟ୍ କମିପାରିବ ବୋଲି ଆମେ ଦେଖାଇ ଦେଇଛୁ: ଅଖିଳେଶ

By

Published : Mar 11, 2022, 12:33 PM IST

ଲକ୍ଷ୍ନୌ: ଗତକାଲି(ଗୁରୁବାର) ଆସିଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ । ଏଥର ବି କ୍ଷମତା ହାତେଇଛି ବିଜେପି । ଭାରତୀୟ ଜନତା ପାର୍ଟି ୨୭୩ ଆସନରେ ବିଜୟୀ ହୋଇ ସରକାର ଗଠନ କରିବ । କିନ୍ତୁ ୨୦୧୭ ଅପେକ୍ଷା ଚଳିତ ଥର ବିଜେପି ଖାତାକୁ କମ୍ ଆସନ ଆସିଛି ଏବଂ ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ବଢିଛି । ଏଥିପାଇଁ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ସପା ସୁପ୍ରିମୋ ଅଖିଳେଶ ଯାଦବ । ଗୁରୁବାର ବିଧାନସଭା ଫଳାଫଳ ଘୋଷଣା ହେବା ପରେ ଲୋକଙ୍କ ବିଶ୍ବାସ ତାଙ୍କ ଦଳ ଉପରେ ବଢିଥିବାରୁ ଆଜି ୟୁପିବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଖିଳେଶ ।

ପୂର୍ବାପେକ୍ଷା ଚଳିତ ଥର ସପା ଆସନ ସଂଖ୍ୟା ଏବଂ ଭୋଟ ପ୍ରତିଶତ ବୃଦ୍ଧି ପାଇଛି । ସମାଜବାଦୀ ପାର୍ଟି ଦ୍ବିତୀୟ ସ୍ଥାନ ଅଧିକାର କରି ୧୧୧ଟି ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛି । ୨୦୧୭ ଅପେକ୍ଷା ସେ ଅଧିକ ୬୮ ଟି ଆସନରେ ବିଜୟୀ ହୋଇଛି ଏବଂ ଭୋଟହାର ମଧ୍ୟ 32.06 ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟରେ ସପା ଆସନ ସଂଖ୍ୟା ଅଢେଇ ଗୁଣ ଏବଂ ମତ ପ୍ରତିଶତ ଦେଢ ଗୁଣ ବଢାଇଥିବାରୁ ଏନେଇ ଅଖିଳେଶ ଟ୍ବିଟ୍ କରି ୟୁପିବାସୀଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ।

ବିଜେପିକୁ କଟାକ୍ଷ କରି ଅଖିଳେଶ କହିଛନ୍ତି, ବିଜେପି ଆସନ ସଂଖ୍ୟା କମ୍ କରାଯାଇପାରେ, ତାହା ଆମେ ଦେଖାଇ ଦେଇଛୁ । ଭାଜପାରେ ଏହି ହ୍ରାସ ନିରନ୍ତର ଜାରି ରହିବ । ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଭ୍ରମ ଏବଂ ଛଳନା ଦୂରୀଭୂତ ହୋଇଛି ଏବଂ ବାକି ଆଉ କିଛି ଦିନ ମଧ୍ୟରେ ଦୂର ହୋଇଯିବ । ଉଲ୍ଲେଖଯୋଗ୍ୟ, ଚଳିତ ଉତ୍ତରପ୍ରଦେଶ ନିର୍ବାଚନରେ ୪୦୩ ଆସନରୁ ବିଜେପି ୨୭୩ଟି ଆସନ ହାତେଇଛି । କିନ୍ତୁ ୨୦୧୭ ନିର୍ବାଚନ ସମୟରେ ବିଜେପି ୩୧୨ ଆସନ ସହ ୟୁପିରେ କ୍ଲିନ୍ ସ୍ବିପ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details