ଓଡିଶା

odisha

ETV Bharat / bharat

Farooq Abdullah: ଜମ୍ମୁ କାଶ୍ମୀର ଅଧିକାର ପାଇଁ କୃଷକ ଭଳି ତ୍ୟାଗ କରିବାକୁ ପ୍ରସ୍ତୁତ - ଧାରା ୩୭୦ ଉପରେ ଫାରୁକ ଅବଦୁଲ୍ଲାଙ୍କ ବୟାନ

ଜମ୍ମୁକାଶ୍ମୀରକୁ ତାର ହକ ପାଇଁ କୃଷକ ମାନେ ଯେ ଭଳି ଲଢେଇ କରିଛନ୍ତି ଆମେ ମଧ୍ୟ ସେହିଭଳି ଲଢେଇ କରିବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) । ଅଧିକ ପଢନ୍ତୁ

Farooq Abdullah
ଜମ୍ମୁକାଶ୍ମୀର ଅଧିକାର ପାଇଁ କୃଷକ ଭଳି ତ୍ୟାଗ କରିବା ପାଇଁ ପ୍ରସ୍ତୁତ କହିଲେ ଫାରୁକ ଅବଦୁଲ୍ଲା

By

Published : Dec 5, 2021, 6:49 PM IST

ଶ୍ରୀନଗର: ଆମ ଅଧିକାର ପାଇଁ କୃଷକଙ୍କ ଭଳି ଲଢେଇ କରିବୁ ବୋଲି କହିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah)। ଶ୍ରୀନଗରରେ ନ୍ୟାସନାଲ କନଫରେନ୍ସର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏଭଳି କହିଛନ୍ତି ଫାରୁକ ଅବଦୁଲ୍ଲା । ଏହାସହ ଜମ୍ମୁକାଶ୍ମୀରକୁ ତାର ହକ ପାଇଁ କୃଷକ ମାନେ ଯେ ଭଳି ଲଢେଇ କରିଛନ୍ତି ଆମେ ମଧ୍ୟ ସେହିଭଳି ଲଢେଇ କରିବୁ ।

ରବିବାର ଶ୍ରୀନଗରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଦଳର ଯୁବ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ, ଜମ୍ମୁକାଶ୍ମୀର ତାର ଅଧିକାର ହାସଲ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ଲଢେଇ କରିବ । ଯେପର୍ଯ୍ୟନ୍ତ ଜମ୍ମୁକାଶ୍ମୀରକୁ ତାର ହକ ମିଳିନାହିଁ ସେହି ସମୟ ପର୍ଯ୍ୟନ୍ତ ଲଢେଇ କରିବ । ତିନୋଟି କୃଷକ ଆଇନକୁ ପ୍ରତ୍ୟାହାର ପାଇଁ ଦେଶର କୃଷକ ମାନେ ଭଳି ଲଢେଇ କରି ସଫଳ ହୋଇଛନ୍ତି । ଦେଶର ୭୦୦ କୃଷକ ପ୍ରାଣ ତ୍ୟାଗ କଲା ପରେ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି । ଆମେ ମଧ୍ୟ ଆମର ଅଧିକାର ଧାରା ୩୭୦ ଓ ୩୫A ହାସଲ ପାଇଁ ସମସ୍ତ ପ୍ରକାର ତ୍ୟାଗ କରିବୁ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି । ସେହିପରି ଜମ୍ମୁକାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ମଧ୍ୟ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

ସେପଟେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜମ୍ମୁକାଶ୍ମୀରରେ ବିକାଶମୂଳକ କାର୍ଯ୍ୟ ଚାଲିଛି । ପର୍ଯ୍ୟଟନ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖକୁ ପହଞ୍ଚିଛି । ଜମ୍ମୁକାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ବରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ଏହାସହ ଧିରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି କହିଥିଲେ । ଏହାକୁ ନେଇ ସହ ଫାରୁକ ଅବଦୁଲ୍ଲା କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଶାନ୍ତି ଫେରିବ, ୫୦୦୦୦ ଯୁବକଙ୍କୁ ରୋଜଗାର ମିଳିବ ବୋଲି କହିଥିଲେ । କିନ୍ତୁ କୁଆଡେ ଗଲା ଶାନ୍ତି ଓ ରୋଜଗାର ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details