ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ମାୟାବତୀଙ୍କ ଜବାବ: BSP ବିଷୟରେ କହିବା ପୂର୍ବରୁ ୧୦୦ ଥର ଚିନ୍ତାକର

କଂଗ୍ରେସ ନିଜ ଘର ସମ୍ଭାଳି ପାରୁନି, ତେଣୁ BSP ବିରୁଦ୍ଧରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ରାହୁଲ ଗାନ୍ଧୀ ୧୦୦ ଥର ଚିନ୍ତା କରିବା ଦରକାର ବୋଲି କହିଛନ୍ତି ମାୟାବତୀ । ଅଧିକ ପଢନ୍ତୁ

By

Published : Apr 10, 2022, 3:48 PM IST

Updated : Apr 10, 2022, 4:09 PM IST

ରାହୁଲଙ୍କ ମନ୍ତବ୍ୟରେ ବର୍ଷିଲେ ମାୟାବତୀ
ରାହୁଲଙ୍କ ମନ୍ତବ୍ୟରେ ବର୍ଷିଲେ ମାୟାବତୀ

ନୂଆଦିଲ୍ଲୀ:କଂଗ୍ରେସ ନେତାରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବହୁଜନ ସମାଜ ପାର୍ଟି(BSP)ର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । କଂଗ୍ରେସ ନିଜ ଘର ସମ୍ଭାଳି ପାରୁନି, ତେଣୁ BSP ବିରୁଦ୍ଧରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ୧୦୦ ଥର ଚିନ୍ତା କରିବା ଦରକାର ବୋଲି କହିଛନ୍ତି ମାୟାବତୀ ।

ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ସେପରି ନୁହଁ ଯେ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ବାଧ୍ୟବାଧକତାରେ ଆଲିଙ୍ଗନ କରୁଛୁ, ଏବଂ ଆମର ଏଭଳି ଦଳ ନୁହେଁ ଯାହାକୁ ସାରା ଦେଶ ପରିହାସ କରୁଛି । BJP ଏବଂ RSS ଭାରତକୁ କେବଳ 'କଂଗ୍ରେସ-ମୁକ୍ତ' ନୁହେଁ ବରଂ 'ବିରୋଧୀ-ମୁକ୍ତ' କରୁଛନ୍ତି । ଦଳିତଙ୍କ ପ୍ରତି ରାହୁଲଙ୍କ ମନ୍ତବ୍ୟ ତାଙ୍କର ନିମ୍ନ ଭାବନା ଏବଂ ଅପରିପକ୍ବତାକୁ ଦର୍ଶାଉଛି ।

କ'ଣ ଥିଲା ରାହୁଲଙ୍କ ଅଭିଯୋଗ:

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମାୟାବତୀ ଓ ତାଙ୍କର ଦଳ BSP ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସଦ୍ୟ ସମାପ୍ତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ଅଫର ଓ ତାଙ୍କର ଦଳ BSP ସହ ଏକ ମେଣ୍ଟର ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ମାୟାବତୀ ଏହି ପ୍ରସ୍ତାବର କୌଣସି ଉତ୍ତର ରଖିନଥିଲେ । ରାହୁଲ କହିଥିଲେ, "ମାୟାବତୀ ନିର୍ବାଚନ ଲଢିଲେ ନାହିଁ । କାଂଶୀରାମ ଉତ୍ତର ପ୍ରଦେଶରେ ଦଳିତଙ୍କ ସ୍ବାର୍ଥ ପାଇଁ ଲଢେଇ କରିଥିଲେ, ଏହା କଂଗ୍ରେସକୁ ପ୍ରଭାବିତ କରିଥିଲା । ମାତ୍ର ଏଥର ମାୟାବତୀ ଦଳିତଙ୍କ ସ୍ବର ପାଇଁ ଲଢେଇ କଲେନାହିଁ । କାରଣ ତାଙ୍କୁ CBI, ED ଓ ପେଗାସସ୍‌ର ଡର ଥିଲା ।"

ସଦ୍ୟ ସମାପ୍ତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ BSP ମାତ୍ର ଗୋଟିଏ ସିଟ୍‌ ଜିତିପାରିଥିଲା । ସେହିପରି ୪୦୩ ବିଧାନସଭା ଆସନ ବିଶିଷ୍ଟ ଦେଶର ଏହି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ପ୍ରିୟଙ୍କା ଗାନ୍ଧୀ ପ୍ରଚାରର ମଙ୍ଗ ଧରିଥିବା ସତ୍ତ୍ବେ ମାତ୍ର ଦୁଇଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା କଂଗ୍ରେସ ।

ANI

Last Updated : Apr 10, 2022, 4:09 PM IST

ABOUT THE AUTHOR

...view details