ଓଡିଶା

odisha

ETV Bharat / bharat

ବିଧାନସଭା ନିର୍ବାଚନରେ 400 ଆସନରେ ଜିତିବ ସମାଜବାଦୀ ପାର୍ଟି: ଅଖିଳେଶ ଯାଦବ

ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ମିଳିବ 400 ସିଟ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଅଧିକ ପଢନ୍ତୁ...

By

Published : Aug 5, 2021, 6:47 PM IST

ଆଗାମୀ ୟୁପି ନିର୍ବାଚନରେ 400 ଟି ଆସନ ଜିତିବ ସମାଜବାଦୀ ପାର୍ଟି: ଅଖିଳେଶ ଯାଦବ
ଆଗାମୀ ୟୁପି ନିର୍ବାଚନରେ 400 ଟି ଆସନ ଜିତିବ ସମାଜବାଦୀ ପାର୍ଟି: ଅଖିଳେଶ ଯାଦବ

ଲକ୍ଷ୍ନୌ: ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ମିଳିବ 400 ସିଟ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବର୍ଷେରୁ କମ୍ ସମୟ ବାକି ଅଛି। ଏହି ସମୟ ମଧ୍ୟରେ ସମସ୍ତ ରାଜନୈତିକ ଦଳ ଲୋକମାନଙ୍କ ମଧ୍ୟରେ ନିଜର ଦୃଢତା ବଢାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ସମାଜବାଦୀ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ 2022 ବିଧାନସଭା ନିର୍ବାଚନରେ ୩୦୦ରୁ ୩୫୦ ଟି ଆସନ ଜିତିବୁ ବୋଲି କହିଥିଲି। କିନ୍ତୁ ବର୍ତ୍ତମାନ ବିଜେପି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାରୁ ବିଜେପି ସରକାର ବିରୋଧରେ ଲୋକଙ୍କ କ୍ରୋଧ ଦେଖି ଆମେ 400 ଟି ସିଟ୍ ଜିତିପାରିବା ବୋଲି ଅଖିଳେଶ କହିଛନ୍ତ ।

ଯାଦବ ତାଙ୍କ ଅଭିଯୋଗକୁ ପୁଣିଥରେ ଦୋହରାଇ କହିଛନ୍ତି ଯେ, ଶାସକ ବିଜେପି ନିଜେ କିଛି କରିନାହିଁ କିନ୍ତୁ ତାଙ୍କ ପୂର୍ବ ଶାସନ କାଳରେ ତାଙ୍କ ସରକାର ଯାହା କରିଥଲା ସେଥିପାଇଁ ଶ୍ରେୟ ନେଉଛି। ଗତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ବ୍ରାହ୍ମଣ, ଦଳିତ ଏବଂ ମୁସଲମାନମାନଙ୍କୁ ବିଜେପି ନିର୍ଯାତନା ଦେଇଆସିଛି । ବିଜେପି ସରକାରକୁ ସମାଲୋଚନା କରି ସେ କହିଛନ୍ତି ଯେ, କୋଭିଡ ଔଷଧର କଳାବଜାରୀ, ନିର୍ଦ୍ଦୋଷ ଲୋକଙ୍କୁ ଜେଲ ପଠାଇବା, ହାଜତ ମୃତ୍ୟୁ ଓ ଅପପୃଷ୍ଟି, ଚାକିରୀ ମାଗୁଥିବା ଯୁବକଙ୍କୁ ମାଡ ମାରିବା ଭଲି କାମ ପାଇଁ ୟୁପି ଏବେ ଦେଶରେ ଏକ ବଦନାମ ରାଜ୍ୟ । ଏହାସହ ଉତ୍ତରପ୍ରଦେଶ ମହିଳାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ମଧ୍ୟରେ ଏକ ନମ୍ବର ହୋଇପାରିଛି ବୋଲି ଅଖିଳେଶ କହିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବେ ବି 1 ଜିବି ଡାଟା ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଲାପଟପ୍ କିପରି ବ୍ୟବହାର କରିବା ଜାଣନ୍ତି ନାହିଁ, ତେଣୁ ସରକାର ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କରିନାହାଁନ୍ତି ବୋଲି ଅଖିଳେଶ କହିଛନ୍ତି ।

@ANI

ABOUT THE AUTHOR

...view details