ଓଡିଶା

odisha

ETV Bharat / bharat

ମନ୍ କି ବାତ୍: 26/11 ଆକ୍ରମଣକୁ ମନେ ପକାଇଲେ, ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଭୁଲି ହେବ ନାହିଁ କହିଲେ ପ୍ରଧାନମନ୍ତ୍ରୀ - 107ତମ ମନ୍ କି ବାତ୍

107 ତମ ମନ୍ କି ବାତରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । 26/11 ଆତଙ୍କୀ ଆକ୍ରମଣ ବିଷୟରେ କରିଛନ୍ତି, ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଭୁଲି ହେବ ନାହିଁ । ଅଧିକ ପଢ଼ନ୍ତୁ

pm modi in 107th Mann Ki Baat
Mann Ki Baat

By ETV Bharat Odisha Team

Published : Nov 26, 2023, 12:55 PM IST

ନୂଆଦିଲ୍ଲୀ:107ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରସଙ୍ଗରେ ମନ କଥା କହିବା ସହ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 26/11 ଆତଙ୍କୀ ଆକ୍ରମଣକୁ ମନେ ପକାଇ ସେହି 26 ନଭେମ୍ବରକୁ କେବେ ଭୁଲି ହେବ ନାହିଁ । 15 ବର୍ଷ ତଳର ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଦେଶ କେବେ ଭୁଲିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ । ଏହା ସହିତ ରାଷ୍ଟ୍ର ନିର୍ମାଣର କମାଣ୍ଡ ଜନତାଙ୍କ ହାତରେ ଥିଲେ ଦୁନିଆର କୌଣସି ଶକ୍ତି ଦେଶର ବିକାଶକୁ ଅଟକାଇପାରିବ ନାହିଁ । ଭୋକାଲ ଫର୍‌ ଲୋକାଲ୍‌ ବିକାଶର ଗ୍ୟାରେଣ୍ଟି । ଭୋକାଲ ଫର୍‌ ଲୋକାଲ୍‌ ମନ୍ତ୍ର ଆମ ଅର୍ଥ ବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ ବୋଲି 107ତମ ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

26 ନଭେମ୍ବରକୁ ଭୁଲି ହେବ ନାହିଁ: ନଭେମ୍ବର 26 ତାରିଖକୁ ଆମେ କେବେ ଭୁଲି ପାରିବା ନାହିଁ । ଆଜିକୁ ଠିକ 15 ବର୍ଷ ତଳେ ଜଘନ୍ୟ ଆତଙ୍କୀ ଆକ୍ରମଣ ହୋଇଥିଲା । ଆଜି ଦିନରେ ଆତଙ୍କୀ ପୁରା ମୁମ୍ବାଇକୁ ଓ ଦେଶକୁ ଦୋହଲାଇ ଦେଇଥିଲେ । ମାତ୍ର ଆଜିର ଭାରତ ସାମର୍ଥ୍ୟ ହୋଇଛି । ସେହି ଆକ୍ରମଣରୁ ବାହାରକୁ ବାହାରିଛି । ଏବେ ଆତଙ୍କୀଙ୍କୁ ଦମନ କରିବାରେ ସଫଳ ହୋଇଛି । ମୁମ୍ବାଇ ଆକ୍ରମଣରେ ଜୀବନ ହରାଇଥିବା ସମସ୍ତଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଦେଉଛି । ଏହି ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିବା ସମସ୍ତଙ୍କୁ ଦେଶ ମନେ ପକାଉଛି । 26 ନଭେମ୍ବରର ଆଉ ଗୋଟିଏ କାରଣ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ । 1949 ଆଜିର ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅଙ୍ଗୀକାର କରିଥିଲା । 2015ରୁ ବାବା ସାହେବ ଆମ୍ବେଦକରଙ୍କ 125ତମ ଜନ୍ମଜୟନ୍ତୀକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥିଲା । ସେବେଠୁ ନଭେମ୍ବର 26କୁ ସମ୍ବିଧାନ ଦିବସ ଭାବେ ପାଳ କରାଯାଉଛି । ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା । ନାଗରିକତାଙ୍କ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ବିକଶିତ ଭାରତ ସଂକଳ୍ପକୁ ନିହାତି ପୁରଣ କରିବା । ସମ୍ବିଧାନ ନିର୍ମାଣ ପାଇଁ 2 ବର୍ଷ 11ମାସ 18 ଦିନ ସମୟ ଲାଗିଥିଲା । ସଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ବରିଷ୍ଠ ସଦସ୍ୟ ଥିଲେ । ଏବେ ସୁଦ୍ଧା 106ଥର ସମ୍ବିଧାନ ସଂଶୋଧନ ହୋଇଥିବା ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସଂକଳ୍ପ ଶକ୍ତିର ଉଦାହରଣ ନାରୀ ଶକ୍ତି ବନ୍ଦନ ଅଧିନିୟମ:ସମ୍ବିଧାନ ସଭାର କିଛି ସଦସ୍ୟ ମୋନନୀତ ହୋଇଥିଲେ । ଯେଉଁଥରେ 15ଜଣ ମହିଳା ଥିଲେ । ହଂସା ମେହତାଜୀ ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ ସ୍ବର ଉଠାଇଥିଲେ । ସେହି ସମୟରେ ଭାରତ ସେହି କିଛି ଦେଶ ମଧ୍ୟରେ ଥିଲା ଯେଉଁଠି ମହିଳାଙ୍କୁ ସମ୍ବିଧାନରେ ଭୋଟିଂର ଅଧିକାର ମିଳିଥିଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଲୋକତନ୍ତ୍ରର ସଂକଳ୍ପ ଶକ୍ତିର ଉଦାହରଣ । ଏହା ବିକଶିତ ଭାରତ ସଂକଳ୍ପକୁ ଗତି ଦେବାରେ ସହାୟକ ହେବ । ରାଷ୍ଟ୍ର ନିର୍ମାଣରେ ସବକା ସାଥ୍‌ ଥିଲେ ସବକା ବିକାଶ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜୀବନ ବଞ୍ଚାଇବାକୁ ଜଳ ସଂରକ୍ଷଣ: ଦୁନିଆରେ ଜଳ ସଂରକ୍ଷଣ ଏକ ଚ୍ୟାଲେଞ୍ଜ ହୋଇଛି । ଜଳ ସଂରକ୍ଷଣ କରିବା ଜୀବନ ବଞ୍ଚାଇବାଠୁ କମ ନୁହେଁ । ଯେବେ ଆମ ସାମୂହିକତାର ସହ କୌଣସି କାମ କରିଥାଉ ତେବେ ସଫଳତା ମିଳିଥାଏ । ଯାହାର ଏକ ଉଦାହରଣ ଅମୃତ ସରୋବର । ଦେଶରେ 65 ହଜାର ଅମୃତ ସରୋବର ତିଆରି ହୋଇଛି । ଏହା ଆଗାମୀ ପିଢିଙ୍କୁ ଲାଭ ଦେବ ବୋଲି 107ତମ ମନ୍ କି ବାତରେ କହିଛନ୍ତି ପ୍ରଧାନମମନ୍ତ୍ରୀ ।

107ତମ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶୀ ଉତ୍ପାଦକୁ ଗୁରୁତ୍ବ ଦେବାକୁ କହିବା ସହ ଡିଜିଟାଲ ପେମେଣ୍ଟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ର ନିର୍ମାଣର କମାଣ୍ଡ ଜନତାଙ୍କ ହାତରେ ଥିଲେ ଦୁନିଆର କୌଣସି ଶକ୍ତି ଦେଶକୁ ଆଗକୁ ବଢିବାରେ ଅଟକାଇପାରିବ ନାହିଁ । ଆଜି ଭାରତରେ ଅନେକ ପରିବର୍ତ୍ତନର ନେତୃତ୍ବ 140କୋଟି ଜନତା କରୁଛନ୍ତି । ଭୋକାଲ ଫର ଲୋକାଲ ରୋଜଗାର ଓ ବିକାଶର ଗ୍ୟାରେଣ୍ଟି । ଭୋକାଲ ଫର ଲୋକାଲ ମନ୍ତ୍ର ଆମ ଅର୍ଥବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ । ଭୋକାଲ ଫର ଲୋକାଲ ବିକଶିତ ଭାରତ ଓ ସମୃଦ୍ଧ ଭାରତର ଦ୍ବାର ଖୋଲିଛି । ଏହି ଅଭିଯାନ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୂତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମନ୍ କି ବାତରେ ଓଡିଶାର ଛଉ ନୃତ୍ୟ:ଗାଁର ପର୍ବ, ମେଳା ଓ ନୃତ୍ୟର ଅନନ୍ୟ ବିଶେଷତ୍ବ ଅଛି । ଓଡ଼ିଶା, ଝାଡ଼ଖଣ୍ଡ ଓ ବଙ୍ଗାଳର ଜନଜାତି ଅଞ୍ଚଳରେ ଛଉ ନୃତ୍ୟ ରହିଛି । 15 ଓ 17 ନଭେମ୍ବରରେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସହିତ ଶ୍ରୀନଗରରେ ଛଉ ପର୍ବ ଆୟୋଜିତ ହୋଇଥିଲା । ଏହା କାର୍ଯ୍ୟକ୍ରମରେ ଛଉ ନୃତ୍ୟର ଆନନ୍ଦ ନେଇଥିଲେ ଯୁବଗୋଷ୍ଠୀ । ଏହି ନୃତ୍ୟର ଏକ ପ୍ରଶିକ୍ଷଣ ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି: ପ୍ରଧାନମନ୍ତ୍ରୀ

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଦେଲେ: ଆସନ୍ତାକାଲି(ସୋମବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ । ଏହି ଦିନ ଦେବ ଦିପାବଳୀ ପାଳନ ହୋଇଥାଏ । ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ବନାରସୀବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଉଛନ୍ତି । ଏହା ସହିତ ଗୁରୁ ନାନକଜୀଙ୍କ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details