ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଓମାର ଅବଦୁଲ୍ଲା ! - ଓମାର ଅବଦୁଲ୍ଲା

ଘାଟିର ଏକ କାର୍ଯ୍ୟକ୍ରମରେ ବିଜେପିର ନାଁ ନନେଇ ଓମାର ଅବଦୁଲ୍ଲା କହିଛନ୍ତି, ଧାରା 370 ଓ 35 ଏ ଉଚ୍ଛେଦ ଜାମ୍ମୁ ଓ କାଶ୍ମୀରର ପାଇଁ ସବୁଠୁ ବଡ ଭୁଲ । ମେ ନିଜ ମାଟିରେ ସୁରକ୍ଷିତ ନାହୁଁ ବୋଲି କହିଛନ୍ତି ଅବଦୁଲ୍ଲା । ଅଧିକ ପଢନ୍ତୁ...

ଜାମ୍ମୁ କାଶ୍ମୀରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଓମାର ଅବଦୁଲ୍ଲା !
ଜାମ୍ମୁ କାଶ୍ମୀରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଓମାର ଅବଦୁଲ୍ଲା !

By

Published : Nov 6, 2020, 8:02 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦକୁ ନେଇ ବିଚଳିତ ହୋଇପଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୂନର୍ବାର ବିଜେପିକୁ କରିଛନ୍ତି ଟାର୍ଗେଟ । ଘାଟିର ଏକ କାର୍ଯ୍ୟକ୍ରମରେ ବିଜେପିର ନାଁ ନନେଇ ଓମାର ଅବଦୁଲ୍ଲା କହିଛନ୍ତି, ଧାରା 370 ଓ 35 ଏ ଉଚ୍ଛେଦ ଜାମ୍ମୁ ଓ କାଶ୍ମୀରର ପାଇଁ ସବୁଠୁ ବଡ ଭୁଲ । ତେବେ ଗୁରୁବାର ଏକ ଟ୍ବିଟରେ ଅବଦୁଲ୍ଲା ନିଜ ଗିରଫଦାରୀ ବିରୋଧରେ ଶାସକ ଦଳ ଉପରେ ଅଭିଯୋଗ ଆଣିଥିଲେ ।

ଧାରା 370 ଉଚ୍ଛେଦ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିଲା । ଏହାସହ ଏନସି ମୁଖିଆ ଫାରୁକ ଅବଦୁଲ୍ଲାଙ୍କୁ ମଧ୍ୟ କରାଯାଇଥିଲା ଗିରଫ । କାର୍ଯ୍ୟକ୍ରମରେ ଓମାର କହିଛନ୍ତି, ସରକାର କହିଥଲେ ଯେ ଧାରା 370 ଏବଂ 35A ଉଚ୍ଛେଦ କରିବା ଦ୍ବାରା ଭାରତୀୟ ପ୍ରଶାସନ ଠାରୁ ପୃଥକ ଭାବରେ ରହୁଥିବା ଲୋକ ଦେଶ ସହିତ ଯୋଡି ହୋଇଯିବେ। ହେଲେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଏଭଳି ପଦକ୍ଷେପ ଦ୍ବାରା ଲୋକମାନେ ପୂର୍ବ ଅପେକ୍ଷା ଅଧିକ ବିଚ୍ଛିନ୍ନ ହୋଇଯାଇଛନ୍ତି ।

ସଭାକୁ ସମ୍ବୋଧନ ସମୟରେ ଓମାର ଅବଦୁଲ୍ଲା ଏହି ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ଓମାର କହିଛନ୍ତି, ବିକାଶ କାର୍ଯ୍ୟ କେଉଁଠାରେ ଅଛି? ଏହିପରି କାର୍ଯ୍ୟ ଆରମ୍ଭ ହେବା ପାଇଁ ଗୋଟିଏ ବର୍ଷ, ତିନି ମାସ ଯଥେଷ୍ଟ ସମୟ । ସେ କହିଛନ୍ତି, ଆମେ ସର୍ବଦା କହିବୁ କି ଭୁଲ ଧାରଣାରେ ରୁହନ୍ତୁ ନାହିଁ ଯେ ଧାରା 370 ଏବଂ 35A ଉଚ୍ଛେଦ ଦ୍ବାରା ସମସ୍ତ ସମସ୍ୟା ଦୂର ହେବ। ଜାମ୍ମୁ କାଶ୍ମୀର ପାଇଁ ଏହା ଏକ ଭୁଲ ପଦକ୍ଷେପ । ତେବେ ଆମେ ନିଜ ମାଟିରେ ସୁରକ୍ଷିତ ନାହୁଁ ବୋଲି କହିଛନ୍ତି ଅବଦୁଲ୍ଲା ।

ଏହାପୂର୍ବରୁ ଜାମ୍ମୁ ଓ କାଶ୍ମୀରର ଜମି ମାଲିକାନା ଅଧିକାରକୁ ନେଇ କେନ୍ଦ୍ରସରକାର ଉଚ୍ଛେଦ କରିଥିବା ସ୍ବତନ୍ତ୍ର ଆଇନର ବିରୋଧ କରିଥିଲେ ଓମାର ଅବଦୁଲ୍ଲା । ସରକାରଙ୍କ ଘୋଷଣା ଅନୁଯାୟୀ ଏବେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରେ ଯେକୌଣସି ରାଜ୍ୟର ଲୋକେ ଆସି ଜମି କିଣିପାରିବେ । ତେବେ ଏହାକୁ ନେଇ ଆଇନ କାନୁନର ପାଠ ପଢାଇଥିଲେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details