ଓଡିଶା

odisha

ETV Bharat / bharat

ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆଇନ ଭାଙ୍ଗିବା ଅଧିକାର ଆମର ଅଛି: ଗଡକରୀ - ଗରୀବ କଲ୍ୟାଣ ପାଇଁ ଆଇନ ଭାଙ୍ଗିବା ଭୁଲ୍ ନୁହେଁ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ । ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆମର ଆଇନ ଭାଙ୍ଗିବାର ଅଧିକାର ଅଛି । କେବଳ ହଁ ସାର୍‌ କହି ଆମ ଦ୍ବାରା ଦିଆଯାଉଥିବା ନିର୍ଦ୍ଦେଶକୁ ଅନୁସରଣ କର ବୋଲି ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନୀତିନ ଗଡକରୀ । ଅଧିକ ପଢନ୍ତୁ

ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆଇନ ଭାଙ୍ଗିବା ଅଧିକାର ଆମର ଅଛି: ନୀତିନ ଗଡକରୀ
ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆଇନ ଭାଙ୍ଗିବା ଅଧିକାର ଆମର ଅଛି: ନୀତିନ ଗଡକରୀ

By

Published : Aug 10, 2022, 4:12 PM IST

ମୁମ୍ବାଇ: ଗରୀବଙ୍କ କଲ୍ୟାଣ ମାର୍ଗରେ କୌଣସି ଆଇନ କାନୁନ କେବେ ପ୍ରତିବନ୍ଧକ ସାଜିପାରିବ ନାହିଁ । ମହାତ୍ମା ଗାନ୍ଧୀ କହିଥିଲେ, ଯଦି ଗରୀବଙ୍କ ହିତ ଲାଗି ୧୦ ଥର ଆଇନ ଭାଙ୍ଗିବାକୁ ହୁଏ ତେବେ ଏହାକୁ ଭାଙ୍ଗିବା ଉଚିତ୍ । ଆମେ ମନ୍ତ୍ରୀ ଏବଂ ଜନସାଧାରଣଙ୍କ ସ୍ବାର୍ଥ୍ୟ ନିମନ୍ତେ ଆମର ଆଇନ ଭାଙ୍ଗିବାର ଅଧିକାର ରହିଛି । ନାଗପୁରର ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (Maharashtra University of Health Sciences)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

କେନ୍ଦ୍ରମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି, ''ଆମେ ଯାହା କହୁଛୁ, ଅଧିକାରୀମାନେ 'ହଁ ସାର୍' କହି ତାହା ଅନୁସରଣ କରିବା ଉଚିତ୍ । ସରକାର ଅଧିକାରୀଙ୍କ କଥା ଅନୁସାରେ ନୁହେଁ, ବରଂ ଲୋକଙ୍କ ଭୋଟ ଦ୍ବାରା ପରିଚାଳିତ ହେଉଛି । ୧୯୯୫ ମସିହାରେ ମନୋହର ଯୋଶୀ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ସେ ସମୟରେ ଗଡଚିରୌଲି ଏବଂ ମେଲଘାଟ ଅଞ୍ଚଳରେ କୁପୋଷଣ ହେତୁ ୨ ହଜାର ଆଦିବାସୀ ପିଲାଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା । ସେଠାକାର ଅଞ୍ଚଳର ୪୫୦ ଗାଁରେ ରାସ୍ତା ନଥିଲା । ବନ ବିଭାଗର ଆଇନ ସେମାନଙ୍କୁ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଉନଥିଲା । ରାସ୍ତା ନଥିବାରୁ ଅଞ୍ଚଳର ବିକାଶ ହୋଇପାରିଲା ନାହିଁ । ସେହି ସମୟରେ ମୁଁ ସେମାନଙ୍କ ସମସ୍ୟାର ସମାଧାନ କରିଥିଲି ।''

ପ୍ରଶାସନିକ ଅଧିକାରୀମାନେ ମନେ ରଖିବା ଉଚିତ୍ ଯେ, ଆପଣଙ୍କ ଅନୁସାରେ ସରକାର କାର୍ଯ୍ୟ କରିବେ ନାହିଁ । ଆମ କହିବା ମୁତାବକ ସରକାର ଚାଲିବ । ତେଣୁ କେବଳ ହଁ ସାର୍‌ କହି ଆମ ଦ୍ବାରା ଦିଆଯାଉଥିବା ନିର୍ଦ୍ଦେଶକୁ ଅନୁସରଣ କର ବୋଲି ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନୀତିନ ଗଡକରୀ ।

ABOUT THE AUTHOR

...view details