ପାନାଜୀ: ଗୋଆରେ ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଟ୍ରେଣ୍ଡିଂ ଜାରି କରିଛନ୍ତି ନିର୍ବାଚନ କମିଶନ । ବର୍ତ୍ତମାନ ସୁଦ୍ଧା ୧୮ଟି ଆସନରେ ବିଜେପି ଆଗୁଆ ରହିଛି । ସେପଟେ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି । ସେପଟେ ସାଙ୍କଲିନ୍ ଆସନରେ ୭୫୦ଟି ଭୋଟରେ ପଛରେ ପଡ଼ିଛନ୍ତି ପ୍ରମୋଦ ଶାୱନ୍ତ ।
ସରକାର ଗଢ଼ିବାକୁ ୨୧ଟି ଆସନରେ ବିଜୟୀ ହେବା ଆବଶ୍ୟକ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋଆ କଂଗ୍ରେସ ସଭାପତି ଗିରିଶ ଚୋଡନକର । ସେ କହିଛନ୍ତି ଯେ, "ଗୋଆର ଲୋକେ ପରିବର୍ତ୍ତନ ଆଶା କରିଛନ୍ତି । ବର୍ତ୍ତମାନ ଆମେ କେବଳ ଟ୍ରେଣ୍ଡ ଉପରେ ନଜର ରଖିଛୁ ।"