ଓଡିଶା

odisha

By ETV Bharat Odisha Team

Published : Jan 12, 2024, 9:27 PM IST

ETV Bharat / bharat

ଆମେ ବି ରାମ ଭକ୍ତ, ଜାନୁଆରୀ 22 ପରେ ଯିବୁ ଅଯୋଧ୍ୟା: ସିଦ୍ଧରମୈୟା

Siddaramaiah on Ram mandir consecration: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପ୍ରତିକ୍ରିୟା । କହିଲେ ଜାନୁଆରୀ 22 ତାରିଖ ପରେ ଅଯୋଧ୍ୟା ଯିବି । ଅଧିକ ପଢନ୍ତୁ

Siddaramaiah on Ram mandir consecration
Siddaramaiah on Ram mandir consecration

ବେଙ୍ଗାଲୁରୁ:ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଶୁକ୍ରବାର ସେ କହିଛନ୍ତି ଯେ ଜାନୁଆରୀ 22 ତାରିଖ ପରେ ସେ ଅଯୋଧ୍ୟା ଗସ୍ତ କରିବେ । ଏହାସହିତ କଂଗ୍ରେସ କର୍ମୀମାନେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ବିଭିନ୍ନ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କୁ ଆରାଧନା କରିବେ ବୋଲି ସେ କହିଛନ୍ତି ।

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ କଂଗ୍ରେସ 'ବିଜେପି ଓ RSS' କାର୍ଯ୍ୟକ୍ରମ କହି ବର୍ଜନ କରିଛି । ଏହାପରେ ସିଦ୍ଧରମୈୟା ପ୍ରତିକ୍ରିୟା ରଖି କହିଛନ୍ତି, " ଆମେ ମଧ୍ୟ ରାମ ଭକ୍ତ । ହେଲେ ବିଜେପି ରାମ ମନ୍ଦିରକୁ ନେଇ ରାଜନୀତି କରୁଛି । ଆମେ ପ୍ରଭୁ ରାମଙ୍କ ବିରୋଧୀ ନୁହେଁ, ହେଲେ ସେଠାରେ ହେଉଥିବା ରାଜନୀତିକୁ ଆମେ ବିରୋଧ କରୁଛୁ । ମୁଁ ମଧ୍ୟ ଜାନୁଆରୀ 22 ତାରିଖ ପରେ ଅଯୋଧ୍ୟା ଗସ୍ତ କରିବି ।"

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କରଣ ସିଂ

ସିଦ୍ଧରମୈୟା ଆହୁରି କହିଛନ୍ତି, "ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦାନ ଲାଗି ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ । ହେଲେ ପ୍ରଭୁ ରାମଙ୍କ ଆରାଧନା କଥା ଆସିଲେ ଆମେ ପଛରେ ରହିବୁ ନାହିଁ । ଆମେ ମଧ୍ୟ ପ୍ରଭୁ ରାମଙ୍କୁ ଆରାଧନା କରିବୁ । ଆମେ ରାଜନୀତିକୁ ବିରୋଧ କରୁଛୁ, ରାମଙ୍କୁ ନୁହେଁ । ଜାନୁଆରୀ 22 ତାରିଖ ଦିନ କଂଗ୍ରେସ ନେତା ଓ କର୍ମୀମାନେ କର୍ଣ୍ଣାଟକରେ ଥିବା ସମସ୍ତ ରାମ ମନ୍ଦିରକୁ ଯାଇ ବିଶେଷ ପୂଜାର୍ଚ୍ଚନା କରିବେ ।"

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ଏହାପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, " ରାଜ୍ୟ କଂଗ୍ରେସ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଜାନୁଆରୀ 21 ତାରିଖରେ ମାଙ୍ଗାଲୋର ଠାରେ ଏକ କନଫରେନ୍ସର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବା ଲାଗି ଅନୁରୋଧ କରାଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।" ସୂଚନା ଥାଉ କି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା ସେମାନେ ଏହାକୁ ବିଜେପିର ପାର୍ଟି ଇଭେଣ୍ଟ କହି ବର୍ଜନ କରିଛନ୍ତି । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ପଠାଯାଇଥିଲା ନିମନ୍ତ୍ରଣ ପତ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details