ଓଡିଶା

odisha

ETV Bharat / bharat

WB SSC scam: ସେପ୍ଟେମ୍ବର 14କୁ ବଢିଲା ପାର୍ଥ ଓ ଅର୍ପିତାଙ୍କ ବିଚାର ବିଭାଗୀୟ ହାଜତ ଅବଧି - ଅର୍ପିତା ମୁଖାର୍ଜୀ ଗିରଫ ଘଟଣା

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି (WB SSC scam )ରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ବିଚାର ବିଭାଗୀୟ ହାଜତ ଅବଧି ଆସନ୍ତା ମାସ 14 କୁ ବଢାଇଲେ କୋର୍ଟ । ଆଜି PMLA କୋର୍ଟରେ ହାଜର କରାଥିଲା ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

WB SSC scam: ସେପ୍ଟେମ୍ବର 14 କୁ ବଢିଲା ପ୍ରାର୍ଥ ଓ ଅର୍ପିତାଙ୍କ ବିଚାରବିଭାଗୀୟ ହାଜତ ଅବଧି
ବଢିଲା ପାର୍ଥ ଓ ଅର୍ପିତାଙ୍କ ବିଚାର ବିଭାଗୀୟ ହାଜତ ଅବଧି

By

Published : Aug 31, 2022, 9:49 PM IST

କୋଲକାତା: ବାରମ୍ବାର ଅଗ୍ରାହ୍ୟ ହେବାରେ ଲାଗିଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି (WB SSC scam news)ର ମୁଖ୍ୟ ଅଭିଯୁକ୍ତ ତଥା ମମତାଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଟ ସହଯୋଗୀ କୁହାଯାଉଥିବା କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ (Arpita Mukherjee) ଙ୍କ ବେଲ ଆବେଦନ (Judicial custody of Partha Chatterjee) । ଆଜି ଉଭୟଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆସନ୍ତା ମାସ (ସ୍ପେପ୍ଟେମ୍ବର) 14 ତାରିଖ ଯାଏ ବୃଦ୍ଧି କରିଛନ୍ତି କୋର୍ଟ । ଆଜି ଉଭୟଙ୍କୁ PMLA କୋର୍ଟରେ ହାଜର କରାଯାଇଥିଲା । ତେବେ ଉଭୟଙ୍କ ବେଲ ଆବେଦନ ଖାରଜ କରିବା ସହ କୋର୍ଟ ଉଭୟଙ୍କୁ ଆସନ୍ତା ମାସ 14 ଯାଏ ଜେଲକୁ ପଠାଇଛନ୍ତି ।

କୋଲକାତାର PMLA କୋର୍ଟ ଏହି ମାମଲାରେ ଆଜି ଶୁଣାଣି ଜାରି ରଖିଛନ୍ତି । ପୂର୍ବ ଶୁଣାଣିରେ ଆଜି (ଅଗଷ୍ଟ 31) ଯାଏ ଉଭୟଙ୍କ ହେପାଜତ ଅବଧି ବୃଦ୍ଧି କରିଥିଲ କୋର୍ଟ । ଆଜି ଉଭୟଙ୍କ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ଉଭୟଙ୍କ ବେଲ ଖାରଜ ହେବା ସହ କୋର୍ଟ ସେମାନଙ୍କ କଷ୍ଟଡି ଅବଧି ଆସନ୍ତା ମାସ 14 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବ୍ୟାପକ ଅନିୟମିତତା ନେଇ ତତ୍କାଳୀନ ମନ୍ତ୍ରୀ ପ୍ରାର୍ଥଙ୍କ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ମଧ୍ୟ ଚଢାଉ କରିଥିଲା ସଂସ୍ଥା । ଏଥିରେ ଏକାଧିକ ପର୍ଯ୍ୟାୟରେ ପ୍ରାୟ ନଗଦ 50 କୋଟି ଟଙ୍କା ଜବତ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର ପ୍ରକ୍ରିୟା PMLA ରେ ଜାରି ରହିଛି । ପାର୍ଥ ଗିରଫଦାରୀରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟଗତ କାରଣ ମଧ୍ୟ ଦର୍ଶାଇ ସାରିଛନ୍ତି । କୋଲକାତା ହାଇକୋର୍ଟ ତାଙ୍କୁ ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଠାରେ କୌଣସି ସାମ୍ପ୍ରତିକ ଜଟିଳତା ନଥିବା ରିପୋର୍ଟ ଆସିବା ପରେ ତାଙ୍କୁ ଗିରଫ କରିଥିଲା ଇଡି ।

ସେବେଠାରୁ ଉଭୟଙ୍କ ଜାମିନ ଏକାଧିକ ବାର ଖାରଜ ହେବା ସହ ବିଚାର ବିଭାଗୀୟ ଜେଲ ଅବଧି ମଧ୍ୟ ପର୍ଯ୍ୟାୟକ୍ରମେ ବଢିବାରେ ଲାଗିଛି । ଏବେ ମଧ୍ୟ ଏହି ଘଟଣାରେ ବ୍ୟାପକ ତଦନ୍ତ ଜାରି ରଖିଛି କେନ୍ଦ୍ରୀୟ ସଂସ୍ଥା (WB SSC scam investigation) । ମମତାଙ୍କ ଦଳ ତୃଣମୂଳ କଂଗ୍ରେସର ଅନ୍ୟ କିଛି ନେତାଙ୍କୁ ମଧ୍ୟ ତଦନ୍ତରେ ସହଯୋଗ କରିବା ପାଇଁ ସମନ ଜାରି କରାଯାଇଛି । ଆଗକୁ ତଦନ୍ତର ଫଳାଫଳ ଆଧାରରେ ଗିରଫଦାରୀ ମଧ୍ୟ ବଢିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details