ଓଡିଶା

odisha

ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ବାପାକୁ ହତ୍ୟା କଲା ପୁଅ

ପତ୍ନୀ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ବାପାକୁ ହତ୍ୟାକଲା ପୁଅ (son kill father in west bengal) । ପଶ୍ଚିମବଙ୍ଗରେ ଘଟିଛି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

By

Published : Dec 4, 2022, 8:56 PM IST

Published : Dec 4, 2022, 8:56 PM IST

ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ବାପାକୁ ହତ୍ୟା କଲା ପୁଅ
ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ବାପାକୁ ହତ୍ୟା କଲା ପୁଅ

ହାଇଦ୍ରାବାଦ:ନିଜ ପତ୍ନୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ନିଜ ବାପାକୁ ହତ୍ୟା କରିଛି ପୁଅ । ପଶ୍ଚିମବଙ୍ଗର କୋଚବିହାର ଜିଲ୍ଲାର ସୀତାଲୁଚି ଅଞ୍ଚଳରେ ଏପରି ଘଟଣା ଘଟିଛି (son kill father in west bengal) । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଛି ଅଭିଯୁକ୍ତ ପୁଅ । ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର କଜଲ ସୈଲ (Kajal Shil)। ତାର ପୁଅ ମିଥୁନ ସୈଲ ହିଁ ତାଙ୍କୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ଏହାକୁ ଅତ୍ମହତ୍ୟାର ରୂପ ଦେବା ପାଇଁ ମଧ୍ୟ ପୋଲିସ ନିକଟରେ ପ୍ରାୟାସ କରିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । ପରେ ଅଭିଯୁକ୍ତର ପତ୍ନୀ ସୁଜାତାଙ୍କୁ ଜେରା କରିଥିଲା ପୋଲିସ । ସ୍ବାମୀ ମିଥୁନ ତାର ଚରିତ୍ରକୁ ନେଇ ସନ୍ଦେହ କରିବା ସହ ତାର ବାପା ତଥା ଶଶୁର ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଆସୁଥିବା ପତ୍ନୀ ସୁଜାତା ପୋଲିସ ନିକଟରେ ପ୍ରକାଶ କରିଥିଲା ।

ପରେ ହତ୍ୟାକାଣ୍ଡ ସମ୍ପର୍କରେ ମିଥୁନକୁ ଜେରା କରିବା ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଛି । ପତ୍ନୀ ସୁଜାତା ସହ ଅନୈତିକ ସମ୍ପର୍କ ସନ୍ଦେହରେ ସେ ହିଁ ବାପା କାଜଲଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡି ମଧ୍ୟ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details