ଓଡିଶା

odisha

ETV Bharat / bharat

WB Coal Scam Case: ଇଡି ସମନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଅଭିଷେକ - ପଶ୍ଚିମବଙ୍ଗ କୋଇଲା ସ୍କାମ

ପଶ୍ଚିମବଙ୍ଗ କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଟିଏମସି ଏମପି ଅଭିଷେକ ବାନାର୍ଜୀ । କିଛି ଦିନ ତଳେ କୋଇଲା ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଇଡି ଜାଲରେ ପଡିଥିଲେ ମମତାଙ୍କ ପୁତୁରା ଅଭିଷେକ । ଅଧିକ ପଢନ୍ତୁ

ଇଡି ସମନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଅଭିଷେକ
ଇଡି ସମନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଅଭିଷେକ

By

Published : Mar 21, 2022, 1:11 PM IST

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଟିଏମସି ଏମପି ଅଭିଷେକ ବାନାର୍ଜୀ । କିଛି ଦିନ ତଳେ କୋଇଲା ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଇଡି ଜାଲରେ ପଡିଥିଲେ ମମତାଙ୍କ ପୁତୁରା ଅଭିଷେକ । ଅଭିଷେକ ଏବଂ ତାଙ୍କ ରୁଜିରାଙ୍କୁ ମାର୍ଚ୍ଚ ୨୧ ଏବଂ ୨୨ରେ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ।

ଏହି ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ସଦ୍ୟ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି । ଏବେ ସେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋଟରେ ଏକ ସ୍ପେଶାଲ ଲିଭ ପିଟିସନ୍‌ ଆବେଦନ କରିଛନ୍ତି । ସମନ ଅନୁସାରେ ଆଜି ଇଡି ଅଫିସରେ ହାଜର ହୋଇଥିଲେ ଟିଏମସି ସାଂସଦ ଅଭିଷେକ ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି । ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍‌ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମ ବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା।

ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା । ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିଲା । ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା ।

ABOUT THE AUTHOR

...view details