ଓଡିଶା

odisha

By

Published : Jan 6, 2022, 10:23 PM IST

ETV Bharat / bharat

Omicron Scare: ଶୁକ୍ରବାର ମୋଦି-ଦିଦିି ବୈଠକ

କୋଭିଡ ସ୍ଥିତି ନେଇ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ମୋଡରେ ହେବ ଆଲୋଚନା । ଅଧିକ ପଢନ୍ତୁ

କୋଭିଡ ସ୍ଥିତି ନେଇ ଆସନ୍ତାକାଲି ମୋଦି-ଦିଦିି ବୈଠକ
କୋଭିଡ ସ୍ଥିତି ନେଇ ଆସନ୍ତାକାଲି ମୋଦି-ଦିଦିି ବୈଠକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତାକାଲି ଭର୍ଚ୍ଚୁଆଲ ମୋଡରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ । ରାଜ୍ୟରେ ଜାରି ରହିଥିବା କୋଭିଡ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ମମତା ।

ଆଜି ହାଓ୍ବଡା ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ସେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଯୋଗଦେବେ । ରାଜ୍ୟର ବର୍ତ୍ତମାନ କୋଭିଡ ସମ୍ପର୍କିତ ସ୍ଥିତି ଉପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ମଧ୍ୟ ପ୍ରଦାନ କରିବେ । ସେହିପରି ବର୍ତ୍ତମାନ ସ୍ଥିତିକୁ ଦେଖି ଆନ୍ତରାଜ୍ୟ ଯାତାୟତ ପାଇଁ RT-PCR ବାଧ୍ୟତାମୂଳକ କରିବା ସହ କୋଭିଡ କଟକଣା ମଧ୍ୟ ବଢାଇବା ଦିଗରେ ଗୁରୁତ୍ବାରୋପ କରିଥିଲେ ମମତା ।

ପଶ୍ଚିମବଙ୍ଗରେ ଆଜି (ଗୁରୁବାର) 14,022 ଟି ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ମାମଲା 33,042 କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ 2,075 କୋଭିଡ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ମୋଟ 403 ଟି ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ସଂକ୍ରମଣ ହାର 23.17 ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର 1.18 ପ୍ରତିଶତ ରହିଥିବା ସ୍ବାଥ୍ୟ ବିଭାଗ କହିଛି ।

ରାଜ୍ୟରେ ବର୍ତ୍ତମାନ ମୋଟ 19,517 ଶଯ୍ୟା ଉପଲବ୍ଧ ରଖାଯାଇଛି । ଆନ୍ତରାଜ୍ୟ ଗମନାଗମନ ପାଇଁ RT-PCR ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆଗାମୀ 15 ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟ ସରକାର କୋଭିଡ କଟକଣା ବୃଦ୍ଧି କରିବା ପାଇଁ ବିଚାର କରୁଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details