କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିରୋଧୀ BJP ଉପରେ ଭାରି ପଡୁଛି ଶାସକ ତୃଣମୂଳ କଂଗ୍ରେସ । ଗୋଟିଏ ପରେ ଗୋଟିଏ ବିଜେପି ନେତା ଦଳ ଛାଡି TMC ମୁହାଁ ହେବାରେ ଲାଗିଛନ୍ତି । ପଶ୍ଚିମବଙ୍ଗ ବିଜେପି ଉପ ସଭାପତି ତଥା ସାଂସଦ ଅର୍ଜୁନ ସିଂ ତାଙ୍କୁ ଦଳୀୟ କାର୍ଯ୍ୟରେ ଉଚିତ ଗୁରୁତ୍ବ ମିଳୁ ନଥିବା ଅଭିଯୋଗ କରି ରବିବାର ପଦ୍ମ ଛାଡି (ରବିବାର) TMCକୁ ଫେରିଛନ୍ତି । ସେ ପୂର୍ବରୁ 2019ରେ TMC ଛାଡି ବିଜେପିରେ ସାମିଲ ହୋଇଥିଲେ ।
ତୃଣମୂଳ କଂଗ୍ରେସ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ପରେ TMCରେ ଅର୍ଜୁନ ସିଂ ସାମିଲ ହେବା ସ୍ପଷ୍ଟ ହୋଇସାରିଥିଲା । ପୂର୍ବରୁ ଦଳ ବିରୋଧରେ ଏକାଧିକ ଅଭିଯୋଗ କରିଥିଲେ ସାଂସଦ ଅର୍ଜୁନ ସିଂ । ସେ ଏ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେ ଦଳର ଉପ ସଭାପତି ଭାବେ ଦାୟିତ୍ବରେ ଥିବା ସତ୍ତ୍ବେ ମଧ୍ୟ ତାଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ରାଜ୍ୟ ନେତୃବୃନ୍ଦ ଉଚିତ ଗୁରୁତ୍ବ ପ୍ରଦାନ କରୁନଥିବା ଅଭିଯୋଗ କରିଥିଲେ ।