ଓଡିଶା

odisha

By

Published : Jul 21, 2023, 7:54 AM IST

ETV Bharat / bharat

How To Avoid Short Circuits: ବର୍ଷା ଦିନେ ସର୍ଟସର୍କିଟରୁ କେମିତି ରହିବେ ସୁରକ୍ଷିତ ? ଆପଣାନ୍ତୁ ଟିପ୍ସ

ବର୍ଷା ଦିନେ ସର୍ଟ ସର୍କିଟରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ ହେବାର ଆବଶ୍ୟକତା ଜରୁରୀ ହୋଇପଡିଛି । କିଭଳି ନିଜକୁ ସୁରକ୍ଷିତ ରଖିବେ ଜାଣିବା ପାଇଁ ଅଧିକ ପଢନ୍ତୁ

ବର୍ଷା ଦିନେ ସର୍ଟ ସର୍କିଟରୁ ବର୍ତ୍ତିବା ପାଇଁ ରୁହନ୍ତୁ ସଚେତନ
ବର୍ଷା ଦିନେ ସର୍ଟ ସର୍କିଟରୁ ବର୍ତ୍ତିବା ପାଇଁ ରୁହନ୍ତୁ ସଚେତନ

ହାଇଦ୍ରାବାଦ: ବର୍ଷା ଦିନେ ସର୍ଟ ସର୍କିଟରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ ହେବାର ଆବଶ୍ୟକତା ଜରୁରୀ ହୋଇପଡିଛି । ମୁଖ୍ୟତଃ ବର୍ଷା ଦିନେ ଅନେକ ସମୟରେ ବିଭିନ୍ନ ସ୍ଥାନରୁ ବୈଦ୍ୟୁତିକ ଦୁର୍ଘଟଣାମାନ ଘଟୁଥିବାର ଖବର ଆସିଥାଏ । ଇଲେକ୍ଟ୍ରି ଚାର୍ଜିଂ ଦ୍ବାରା ଘଟୁଥିବା ଦୁର୍ଘଟଣା ମଧ୍ୟରୁ ପ୍ରାୟ 30 ପ୍ରତିଶତ ଦୁର୍ଘଟଣା ବର୍ଷା ଦିନେ ଘଟିଥାଏ । ତେବେ ଉପସ୍ଥିତ ବୁଦ୍ଧି ଖଟାଇବା ଦ୍ବାରା ଆପଣ ଏହିଭଳି ଦୁର୍ଘଟଣାରୁ ବର୍ତ୍ତି ପାରିବେ । NEC ରିପୋର୍ଟ ଅନୁସାରେ, 2011ରୁ 2020 ମଧ୍ୟରେ ପାଖାପାଖି 1ଲକ୍ଷ 10ହଜାର ଲୋକଙ୍କ ବିଦ୍ୟୁତ ଆଘାତରେ ଜୀବନ ଯାଇଛି । ଯାହାକି ଦୈନିକ 30 ଏବଂ ବାର୍ଷିକ 11 ହଜାର ମୃତ୍ୟୁସଂଖ୍ୟା ସହ ସମାନ । ତେବେ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରାଯିବା ନିହାତି ଆବଶ୍ୟକ ।

ବିଦ୍ୟୁତ୍‌ ଆଘାତରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶାବଳୀ:

1. ଅସ୍ଥାୟୀ ତାର ସହିତ ବୈଦ୍ୟୁତିକ ଆଲୋକ ଓ ଉପକରଣ ବ୍ୟବହାର କରିବା ବିପଜ୍ଜନକ ହୋଇଥାଏ ।

2. ଝୁଲୁଥିବା ଏବଂ ଭୁଲ ସଂଯୋଗ ହୋଇଥିବା ତାର ବ୍ୟବହାର କରିବା ଯୋଗୁ କରେଣ୍ଟ ମାରିବାର ଆଶଙ୍କା ରହିଥାଏ ।

3. ମୌସୁମୀ ସମୟରେ ଘରର ଛାତ କିମ୍ବା କାନ୍ଥ ଓଦା ହେଲେ ବିଦ୍ୟୁତ ଯୋଗାଣ ବନ୍ଦ କରିବା ଆବଶ୍ୟକ ।

4. ବଜ୍ରପାତ ଦ୍ବାରା ପ୍ରଭାବିତ ହେଲେ ବିଦ୍ୟୁତ ଯୋଗାଣ ବନ୍ଦ ରଖନ୍ତୁ ।

5. ଏକ ଉତ୍ତମ ଆର୍ଥିଙ୍ଗ ଉପଲବ୍ଧ କରିବା ନିହାତି ଜରୁରୀ ।

6. ସମସ୍ତ ବିଦ୍ୟୁତିକ ତାର, କେବୁଲକୁ କ୍ଷମତାଯୁକ୍ତ ଓ ଉପଯୁକ୍ତ ଇନୁସେଲନ ଥାଇ ବ୍ୟବହାର କରିବା ଆବଶ୍ୟକ ।

7. ପୋଷାକ ସୁଖାଇବା ପାଇଁ ବୈଦ୍ୟୁତିକ କଣ୍ଡକ୍ଟର ତାର ବ୍ୟବହାର କରନ୍ତୁ ନାହିଁ ।

8. ରାସାୟନିକ ପଦାର୍ଥରେ ଭର୍ତ୍ତି ଟ୍ୟାଙ୍କର ବିଦ୍ୟୁତ ଲାଇନ ତଳେ ପାର୍କିଂ କରନ୍ତୁ ନାହିଁ ।

9. ନିଜ ଘରକୁ ଅନଧିକାର ହୁକିଂ କରି ବିଦ୍ୟୁତ ସଂଯୋଗ କରନ୍ତୁ ନାହିଁ ।

10. ଓଦା ହାତରେ ବୈଦ୍ୟୁତିକ ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ ।

ତେବେ ବୈଦ୍ୟୁତିକ ନିରାପତ୍ତା ପାଇଁ ଉପରୋକ୍ତ ନିୟମାବଳୀର ଅନୁପାଳନ କଲେ ଏହା ବଡ଼ ଦୁର୍ଘଟଣାରୁ ଆପଣଙ୍କୁ ରକ୍ଷା କରିପାରେ।

ଆଘାତର ଲକ୍ଷଣ:

ଫିକା ଚେହେରା, ଅନିୟମିତ ଶ୍ବାସକ୍ରିୟା, ଶରୀରର ତାପମାତ୍ରା ପତନ ଏବଂ ବାନ୍ତି ଭଳି ସମସ୍ୟା ଦେଖା ଦେଇପାରେ ।

ତୁରନ୍ତ ପ୍ରତିକାର:

ରୋଗୀର ବେକ, ଛାତି ଓ ଅଣ୍ଟା ନିକଟରେ ପୋଷାକ ଢିଲା ରଖନ୍ତୁ । ଯାହା ଫଳରେ ବାୟୁର ମୁକ୍ତ ସଞ୍ଚାଳନ ହେବା ଦ୍ବାରା ରୋଗୀକୁ କିଛି ମାତ୍ରାରେ ଆଶ୍ବସ୍ତି ଅନୁଭବ ହୋଇଥାଏ । ସୀମିତ ପରିମାଣର ପୋଡା ପାଇଁ ଜଳିଯାଇଥିବା ଅଂଶରେ ମଲମ ଲଗାନ୍ତୁ । ଅତ୍ୟଧିକ ପ୍ରଭାବିତ ବ୍ୟକ୍ତିଙ୍କୁ କମ୍ବଳ ଘୋଡାଇ ରଖିବା ସହ ତୁରନ୍ତ ଡାକ୍ତରଖାନାକୁ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:ମୌସୁମୀରେ ଚିନ୍ତା ବଢ଼ାଇପାରେ ମାଇଗ୍ରେନ, ଆୟୁର୍ବେଦ ଚିକିତ୍ସା ରାମବାଣ

ABOUT THE AUTHOR

...view details