ଥିରୁଅନନ୍ତପୁରମ: ସୋମବାର ନିଜ ସଂସଦୀୟ କ୍ଷେତ୍ର ୱାଇନାଡରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି କରିଛନ୍ତି । ରାଲିରେ ନିଜେ ଟ୍ରାକ୍ଟର ଚଲାଇବା ସହ ବିପୁଳ ପରିମାଣରେ ତାଙ୍କ ସମର୍ଥକ ଯୋଗଦେଇଥିଲେ । ଆଜି ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲିରେ ଯୋଗଦେଇଥିଲେ । ନିଜେ ଟ୍ରାକ୍ଟର ଚଲାଇବା ସହ ଲୋକଙ୍କ ସହିତ ସାମିଲ ହୋଇଥିଲେ ।
କେରଳର ୱାଇନାଡରେ 2019 ଲୋକସଭା ନିର୍ବାଚନରେ ବିଜୟୀ ହାସଲ ପରେ ରାହୁଲ ଗାନ୍ଧୀ ୱାଇନାଡ ଉପରେ ଅଧିକ ଫୋକଶ କରିଛନ୍ତି । ଏହି ରାଲିରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ନୂତନ ଭାବରେ ପ୍ରଣୟନ କରାଯାଇଥିବା କୃଷି ଆଇନ ଦ୍ବାରା ଚାଷୀ କ୍ଷତିଗ୍ରସ୍ତ ହେବେ । ଏହା ଚାଷକୁ ଘରୋଇକରଣ କରି ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କୁ ଟେକି ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ରାହୁଲ କହିଛନ୍ତି । କୃଷକମାନଙ୍କ ସମସ୍ୟାକୁ ସାରା ବିଶ୍ବ ଦେଖୁଛି କିନ୍ତୁ କେନ୍ଦ୍ର ସରକାର ଦେଖିପାରୁନାହିଁନ୍ତି ବୋଲି ରାହୁଲ କହିଛନ୍ତି । ଆମ କୃଷକ ମାନଙ୍କ ପାଇଁ ଆମେରିକାର ପପଷ୍ଟାର କହିପାରୁଛନ୍ତି କିନ୍ତୁ ଆମ ଭାରତ ସରକାର ଚୁପ ରହୁଛନ୍ତି ବୋଲି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।