ଓଡିଶା

odisha

ETV Bharat / bharat

ପୁଡୁଚେରୀରେ ବନ୍ୟା ପରିସ୍ଥିତି - ପୁଡୁଚେରୀରେ ଲଗାଣ ବର୍ଷା

ପୁଡୁଚେରୀରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ପୁଡୁଚେରୀରେ ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି
ପୁଡୁଚେରୀରେ ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

By

Published : Feb 21, 2021, 1:52 PM IST

ପୁଡୁଚେରୀ:ଦେଶର କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଶନିବାର ଲଗାଣ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରବିବାର ସକାଳେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସହରରେ ଶନିବାର ପ୍ରାୟ ସକାଳ 8ଟା 30 ମିନିଟରୁ ସନ୍ଧ୍ୟା 5ଟା 30 ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସହ ଘଡ଼ଘଡ଼ି ହୋଇଥିଲା । ପୁଡୁଚେରୀ ସମେତ ତାମିଲନାଡୁ ଓ କରାଇକାଲ ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଥିଲା ।

ଗତ 24 ଘଣ୍ଟା ମଧ୍ୟରେ ପୁଡୁଚେରୀରେ ସାମାନ୍ୟ ଘଡ଼ଘଡ଼ି ଓ ବିଜୁଳି ମାରୁଥିବା ଭାରତୀୟ ପାଣିପାଗ ବିଭାଗ ସକାଳ ପାଣିପାଗ ଜନିତ ବୁଲେଟିନର ସୂଚନା ଦେଇଥିଲା । ତେବେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

@ANI

ABOUT THE AUTHOR

...view details