ନୂଆଦିଲ୍ଲୀ: ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ଲାଗି ରହିଥିଲା ବର୍ଷା । ଫଳରେ ବିପଦ ସଙ୍କେତ ଛୁଇଁଛି ଯମୁନା ନଦୀର ଜଳସ୍ତର । ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତରଣ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି ।
ବର୍ଷା ଋତୁର ମଧ୍ୟଭାଗରେ ଅର୍ଥାତ ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ରାଜଧାନୀର ଅନେକ ଅଞ୍ଚଳ ହୋଇଥିଲା ଜଳମଗ୍ନ । ଫଳରେ ଯମୁନା ନଦୀର ଜଳସ୍ତର ବଢି ବିପଦ ସଙ୍କେତକୁ ଛୁଇଁଛି । ବନ୍ୟା ଆସିବା ଆଶଙ୍କାରେ ଦିଲ୍ଲୀ ପ୍ରଶାସନ ନଦୀ ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।