ଥିରୁଅନନ୍ତପୁରମ: ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କାହାକୁ ନଦେଖାଇ ବ୍ୟକ୍ତିଗତଭାବେ ଅଶ୍ଳୀଳ(porn)ଭିଡିଓ ଦେଖିବା ଅପରାଧ ନୁହେଁ ବୋଲି କେରଳ ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏନେଇ କୌଣସି ଆଇନ ନଥିବା କହିଛନ୍ତି କୋର୍ଟ । ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଇଚ୍ଛାରେ ବାଧା ସୃଷ୍ଟି କରିବା ଅନୁଚିତ । 2016 ମସିହାରେ ଅଲୁଭା ପ୍ୟାଲେସ ନିକଟରେ ଜଣେ 33 ବର୍ଷୀୟ ବ୍ୟକ୍ତି ରାସ୍ତା ଉପରେ ଏହିଭଳି ଭିଡିଓ ଦେଖୁଥିବା ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବିଚ୍ ରାସ୍ତାରେ ପର୍ଣ୍ଣ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ବ୍ୟକ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ ।
"ସମ୍ବିଧାନର ଧାରା 292 ମୁତାବକ ଯଦି କୌଣସି ବ୍ୟକ୍ତି ସାମାଜିକ ଗଣମାଧ୍ୟମ କିମ୍ବା ସର୍ବସମ୍ମୁଖରେ ଏଭଳି ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଦେଖୁଥାଆନ୍ତି ତେବେ ଏହା ଏକ ଅପରାଧ" ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କିନ୍ତୁ ବ୍ୟକ୍ତିଗତ ଭାବରେ ନିଜ ଇଚ୍ଛା ମୁତାବକ ଏଭଳି ଭିଡିଓ କିମ୍ବା ଫଟୋ ଦେଖୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଶୁଣାଣି କରି କହିଛନ୍ତି ମାମଲାର ବିଚାର କରୁଥିବା ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ । ତେବେ ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ ଏନେଇ ପିଲାମାନଙ୍କ ପିତାମାତାଙ୍କୁ ମଧ୍ୟ ସତର୍କ କରାଇଛନ୍ତି ।
ଏହା ବି ପଢନ୍ତୁ... ଅଜଣା ଆପ୍ରୁ ଲୋନ୍ ଆଣୁଛନ୍ତି କି ? ଭାଇରାଲ ହୋଇପାରେ ଆପଣଙ୍କ ଅଶ୍ଳୀଳ ଫଟୋ